Indus Valley Times

ନୂଆଗାଁ : ହୋମିଓ ପ୍ୟାଥିକ ଚିକିତ୍ସାଳୟ ରେ ତାଲା, ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକମାନେ

 Breaking News

ନୂଆଗାଁ : ହୋମିଓ ପ୍ୟାଥିକ ଚିକିତ୍ସାଳୟ ରେ ତାଲା, ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକମାନେ

ନୂଆଗାଁ : ହୋମିଓ ପ୍ୟାଥିକ ଚିକିତ୍ସାଳୟ ରେ ତାଲା, ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକମାନେ
July 07
12:44 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ନୂଆଗାଁ,୭/୭: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଓଡ଼ିଶାରେ ଥିବା ପାଞ୍ଚଶହ ରୁ ଉର୍ଦ୍ଧ ହୋମିଓ ପ୍ୟାଥିକ ଚିକିତ୍ସାଳୟ ଛଅଶହ ରୁ ଉର୍ଦ୍ଧ୍ବ ଆୟୁର୍ବେଦିକ୍ ଚିକିତ୍ସାଳୟ ଗୁଡିକରେ ଆୟୁଷ ଡାକ୍ତର ଙ୍କୁ ନିଯୁକ୍ତି ଏବଂ ଔଷଧ ଯୋଗାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । କିନ୍ତୁ ସରକାର କରୋନା ମହାମାରୀ ର ମୁକାବିଲା ପାଇଁ ଆୟୁଷ ଡାକ୍ତର ଙ୍କୁ ସାମିଲ କରାଯିବା ପରେ ଚିକିତ୍ସାଳୟ ଗୁଡିକରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି।
ଯାହା ଫଳରେ ଦୁର୍ଗମ ଅଞ୍ଚଳର ଲୋକମାନେ ଚିକିତ୍ସିତ ହେବା ସହ ଔଷଧ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାର ନମୁନା ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଖାଲ ମଡ଼ା ଗ୍ରାମରେ ଦେଖିବାକୁ ମିଳିଛି।୧୯୮୦ ମସିହା ଡିସେମ୍ବର ୨୪ ତାରିଖରେ ଖାଲମଡ଼ା ଗ୍ରାମରେ ହୋମିଓପ୍ୟାଥିକ୍ ଚିକିତ୍ସାଳୟ ସ୍ଥାପିତ ହୋଇଥିଲା।ଏହି ଚିକିତ୍ସାଳୟ ଉପରେ ଖାଲ ମଡ଼ା ଗ୍ରାମ ସମେତ ଦୁର୍ଗମ ଅଞ୍ଚଳରେ ଥିବା ଆଦିବାସୀ ଗ୍ରାମ ସିମିଳି ସାହି, ବାଡ଼ି ବାରି, ଛଣ ବଣିଆ,ଭଳି ସହ ସହ ଲୋକ ଚିକିତ୍ସା ସହ ଔଷଧ ନେବା ପାଇଁ ନିର୍ଭର କରିଥାନ୍ତି।କିନ୍ତୁ ଦୁର୍ଭାଗ୍ୟ ର ବିଷୟ ଏପ୍ରିଲ୍ ମାସ ୬ ତାରିଖରୁ ଏହି ଚିକିତ୍ସାଳୟରେ କାର‌୍ୟ୍ୟରତ ଆୟୁଷ ଡାକ୍ତର କରୋନା ମୁକାବିଲା ରେ ସାମିଲ୍ ହେବା ପରେ ଚିକିତ୍ସାଳୟରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଥଣ୍ଡା ,ଖାସ ,ଆଦି ବିଭିନ୍ନ ସ୍ବାସ୍ଥ୍ୟ ସମ୍ପର୍କୀୟ ସମସ୍ୟା ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।କରୋ ନା ମୁକାବିଲା ରେ ସାମିଲ୍ ହେବା ପୂର୍ବରୁ ଏହି ଚିକିତ୍ସାଳୟ ରେ କାର‌୍ୟ୍ୟରତ ଆୟୁଷ ଡାକ୍ତର ଲୋକମାନଙ୍କୁ କରୋନା ରୁ ସୁରକ୍ଷିତ ରହିବା ପାଇଁ ହୋମି ଓ ପ୍ୟାଥିକ୍ ଔଷଧ ପ୍ରଦାନ କରୁଥିବା ଯୋଗୁ ଲୋକମାନେ ବିଭିନ୍ନ ଗ୍ରାମରୁ ଆସି ଔଷଧ ନେଉଥିଲେ।
ବର୍ତ୍ତମାନ କରୋନା ଭୟରେ ଲୋକମାନେ ଆତଙ୍କିତ। ଲୋକମାନଙ୍କୁ ମିଳୁନି ଚିକିତ୍ସା ସେବା କି ଔଷଧ।ନୟାଗଡ ଜିଲ୍ଲାରେ ୨୦ ଟି ହୋମିଓପାଥିକ ଚିକିତ୍ସାଳୟ ଥିବା ବେଳେ କାର‌୍ୟ୍ୟରତ ଆୟୁଷ ଡାକ୍ତର ଙ୍କୁ କରୋ ନା ମୁକାବିଲା ପାଇଁ ସାମିଲ୍ କରାଯାଇଥିବା ଜଣାପଡ଼ିଛି।ଯାହାଫଳରେ ଏଭଳି ସମସ୍ୟା ଅନ୍ୟ ଗ୍ରାମରେ ଥିବା ଚିକିତ୍ସାଳୟ ଗୁଡିକରେ ନିର୍ଭର କରୁଥିବା ଲୋକ ମାନେ ଔଷଧ ଓ ଚିକିତ୍ସା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକେ ଅଭିଯୋଗ କରୁଛନ୍ତି ।ଏହି ସମସ୍ୟା ପ୍ରତି ରାଜ୍ୟସରକାର ,ବିଭାଗୀୟ ମନ୍ତ୍ରୀ ସ୍ଵତନ୍ତ୍ର ଦୃଷ୍ଟି ଦେଇ ଆୟୁଷ ଡାକ୍ତର ଙ୍କୁ ନିଜ ନିଜ ଚିକିତ୍ସାଳୟ କୁ ଫେରିବାକୁ ନିର୍ଦେଶ ଦିଆଗଲେ ଦୁର୍ଗମ ଅଞ୍ଚଳ ର ଲୋକମାନେ ସ୍ବାସ୍ଥ୍ୟ ସେବା ପାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031