Indus Valley Times

ନୂଆବର୍ଷରେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

 Breaking News

ନୂଆବର୍ଷରେ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

December 10
20:14 2021

ପୁରୀ, ୧୦/୧୨ : ନୂଆ ବର୍ଷରେ ଶ୍ରୀମନ୍ଦିର ବନ୍ଦ ରହିବା ସହିତ କାଳିଆ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ । ଶୁକ୍ରବାର ବସିଥିବା ଛତିଶା ନିଯୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ପହିଲି ଭୋଗ, ମକର ସଂକ୍ରାନ୍ତି ଓ ଦେବାଭିଷେକ ନୀତି ନିର୍ଘଣ୍ଟ କରାଯାଇଛି । ବନକ ଲାଗି ସମୟରେ ଯେଉଁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହୁଥିଲା ତାହା ଭକ୍ତଙ୍କ ପାଇଁ ଖୋଲାଯିବ। ସେମାନେ ପାର୍ଶ୍ୱ ଦେବାଦେବୀ ଦର୍ଶନ ଓ ମହାପ୍ରସାଦ ସେବନ କରିପାରିବେ।
ଡିସେମ୍ବର ୩୧ ଓ ୧ତାରିଖ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ । ଦିବ୍ୟାଙ୍ଗମାନଙ୍କ ପାଇଁ ଶ୍ରୀମନ୍ଦିର ଉତ୍ତରଦ୍ୱାର ଖୁବଶୀଘ୍ର ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031