Indus Valley Times

ନୂତନ ‘ଆନ୍ତଃରାଜ୍ୟ ପରିଷଦ୍’ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଭୁକ୍ତ

 Breaking News

ନୂତନ ‘ଆନ୍ତଃରାଜ୍ୟ ପରିଷଦ୍’ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଭୁକ୍ତ

ନୂତନ ‘ଆନ୍ତଃରାଜ୍ୟ ପରିଷଦ୍’ କମିଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତର୍ଭୁକ୍ତ
May 21
16:31 2022

ନୂଆଦିଲ୍ଲୀ,୨୧/୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦନକ୍ରମେ ନୂତନ ‘ଆନ୍ତଃରାଜ୍ୟ ପରିଷଦ୍’ ଗଠନ ହେବାକୁ ଯାଉଥିବା କଥା ଶୁକ୍ରବାର ଦିନ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ଗେଜେଟ୍ ବିଜ୍ଞପ୍ତିରୁ ଜଣାପଡ଼ିଛି।
କେନ୍ଦ୍ର ସରକାର ଘୋଷଣା କରିଥିବା ଏହି ଆନ୍ତଃରାଜ୍ୟ ପରିଷଦ୍ ଷ୍ଟାଣ୍ଡିଂ କମିଟିର ନୂତନ ସଦସ୍ୟଙ୍କ ମଧ୍ୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି।
ଅଧ୍ୟକ୍ଷ ଅମିତ ଶାହାଙ୍କ ସମେତ ଏହି କମିଟିରେ ୧୩ଜଣ ସଦସ୍ୟ ଅଛନ୍ତି।
୨୦୧୯ ଅଗଷ୍ଟ ୯ରେ ଜାରି ହୋଇଥିବା ସଚିବାଳୟର ବିଜ୍ଞପ୍ତି ଏବଂ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନୂଆ ଆନ୍ତଃରାଜ୍ୟ ପରିଷଦ ଗଠନ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବ୍ୟତୀତ ଏହି ପରିଷଦ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟର ଆଉ ୪ଜଣ ମନ୍ତ୍ରୀ ଏବଂ ୮ଜଣ ମୁଖ୍ୟମନ୍ତ୍ରୀ ଅଛନ୍ତି।
କମିଟିର ସଦସ୍ୟ ଭାବରେ ଅର୍ଥ ଓ କର୍ପୋରେଟ୍ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ସାମାଜିକ ନ୍ୟାୟ ତଥା ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର, ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ୍ ମଧ୍ୟ ଏହି କମିଟିର ସଦସ୍ୟ ଅଛନ୍ତି।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ. ଏସ୍. ଜଗନ୍ ମୋହନ ରେଡ୍ଡୀ, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉକ୍ତ କମିଟିର ସଦସ୍ୟ ଅଛନ୍ତି।
କୌଣସି ବିଷୟ ବିଚାରକୁ ନିଆଯିବା ପୂର୍ବରୁ ଆନ୍ତଃରାଜ୍ୟ ପରିଷଦରେ ଏହାର କେନ୍ଦ୍ର-ରାଜ୍ୟ ସମ୍ପର୍କ ସମ୍ବନ୍ଧୀୟ ସମସ୍ତ ବିଷୟର ପ୍ରକ୍ରିୟାକରଣ କରେ।
ଆନ୍ତଃରାଜ୍ୟ ସମ୍ପର୍କ ସୁଦୃଢ଼ କରିବା ନିମନ୍ତେ ପରିଷଦ୍ର ସୁପାରିସ ଅନୁସାରେ ନିଷ୍ପତ୍ତି ନିଆଯାଏ। ଏଗୁଡ଼ିକର କାର‌୍ୟ୍ୟକାରିତା ଉପରେ ମଧ୍ୟ କମିଟି ତଦାରଖ କରେ ଏବଂ ଏହାକୁ ଅଧ୍ୟକ୍ଷ କିମ୍ବା ପରିଷଦଦ୍ୱାରା ସୂଚିତ ଅନ୍ୟ ବିଷୟ ଉପରେ ବିଚାର କରେ ।
ପ୍ରୟୋଜନ ହେଲେ, ଷ୍ଟାଣ୍ଡିଂ କମିଟି, ସଂପୃକ୍ତ ବିଷୟ ଉପରେ ବିଚାରବିମର୍ଶ କରିବାବେଳେ ନିର୍ଦ୍ଦିଷ୍ଟ କ୍ଷେତ୍ରର ବିଶିଷ୍ଟ ବିଶେଷଜ୍ଞ ଏବଂ ବ୍ୟକ୍ତିବିଶେଷଙ୍କର ପରାମର୍ଶ ମଧ୍ୟ ନିଆ ଯାଏ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031