Indus Valley Times

ନୌସେନାକୁ ମିଳିଲା ନୂଆ ଶକ୍ତି: ବିକ୍ରମାଦିତ୍ୟର ସାଦ୍ ଦେବ ବିକ୍ରାନ୍ତ

 Breaking News

ନୌସେନାକୁ ମିଳିଲା ନୂଆ ଶକ୍ତି: ବିକ୍ରମାଦିତ୍ୟର ସାଦ୍ ଦେବ ବିକ୍ରାନ୍ତ

ନୌସେନାକୁ ମିଳିଲା ନୂଆ ଶକ୍ତି: ବିକ୍ରମାଦିତ୍ୟର ସାଦ୍ ଦେବ ବିକ୍ରାନ୍ତ
September 02
20:32 2022

ଭୁବନେଶ୍‌ବର,୨/୯:ଶୁକ୍ରବାର ଦିନ ଭାରତୀୟ ନୌସେନାକୁ ମିଳିଛି ଏୟାରକ୍ରାଫ୍ଟ କ୍ୟାରିଅର ଆଇଏନ୍ଏସ୍ ବିକ୍ରାନ୍ତ। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଆଇଏନ୍ଏସ୍ ବିକ୍ରାନ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରିଛନ୍ତି।
ଭାରତରେ ନିର୍ମିତ ପ୍ରଥମ ଲଢୁଆ ବିମାନବାହୀ ଯୁଦ୍ଧପୋତ ଆଇଏନ୍ଏସ୍ ବିକ୍ରାନ୍ତ ନୌସେନାରେ ସାମିଲ ହୋଇ ଅଧିକ ଶକ୍ତିଶାଳୀ ହୋଇଛି ଭାରତୀୟ ନୌସେନା।
ଏୟାର କ୍ରାଫ୍ଟ କ୍ୟାରିୟରର ମୁଖ୍ୟ କାମ ହେଲା ଲଢ଼ାକୁ ବିମାନକୁ ଲାଣ୍ଡ କରିବା ଏବଂ ଟେକ୍ ଅଫ୍ କରିବା ।
ବର୍ତ୍ତମାନ ଭାରତ ପାଖରେ କେବଳ ଗୋଟିଏ ବିମାନ ବାହାକ ଯୁଦ୍ଧ ପୁତ (ଏୟାର କ୍ରାଫ୍ଟ) ଥିଲା । ଏବେ ଆଇଏନ୍‌ଏସ୍ ବିକ୍ରାନ୍ତ ଯୋଡି ହେଲା । ଯାହା ଭାରତୀୟ ନୌସେନାର ଶକ୍ତି ଦୁଇ ଗଣିତ ହୋଇଛି ।

୧. ଆଇଏନ୍‌ଏସ୍ ବିକ୍ରାନ୍ତ ବିଶାଳ କାୟା ହାଜାଜ ଯାହାର ଲମ୍ବା ୨୬୨ ମିଟର, ଉଚ୍ଚତା ୫୯ ଓ ଚଉଡା ୬୨ ମିମଟର । ଆଇଏନଏସ୍ ବିକ୍ରମାଦିତ୍ୟ ପରେ ଏହା ଦେଶରେ ନିର୍ମାଣ ହୋଇଥିବା ୨ୟ ଯୁଦ୍ଧ ଜାହାଜ।
୨. ଏହି ଜାହାଜର ଓଜନ ୪୫ ହଜାର ଟନ। ଯୁଦ୍ଧ ଜାହାଜକୁ ତିଆରି ପାଇଁ ୨୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହାରେ ଘଣ୍ଟାପ୍ରତି ବେଗ ୫୨ କିମି।
୩. ପ୍ରାଥମିକ ଅବସ୍ଥାରେ ମିଗ୍ ଯୁଦ୍ଧ ବିମାନ ଓ ହେଲିକପ୍ଟରକୁ ଏହା ପରିବହନ କରିବ। ପରବର୍ତ୍ତୀ ଅବସ୍ଥାରେ ନୌସେନା ଆଭିଏସନ ଟ୍ରାଏଲ ଆରମ୍ଭ କରିବ।
୪. ଆଇଏନଏସ୍ ବିକ୍ରାନ୍ତ ୧୬ ଶହ କ୍ରୁ, ୩୦ଟି ଫାଇଟର ଜେଟ୍ ଓ ଏକାଧିକ ହେଲିକପ୍ଟରକୁ ପରବିହନ କରିବାର କ୍ଷମତା ରଖିଛି।
୫. ମିଗ୍-୨୯କେ, କାମୋଭ-୩୧ ଏବଂ ଏମ୍ଏଚ୍-୬୦ ଆର୍ ଭଳି ଯୁଦ୍ଧରେ ନିପୁଣ ଜେଟ ଏଥିରେ ମୁତୟନ ହେବେ।
୬. ଯୁଦ୍ଧ ଜାହାଜରେ ଥରେ ଇନ୍ଧନ ଭରିଲେ ଏହା ସମୁଦ୍ରରେ ସାଢେ ୭ ହଜାର ମାଇଲ୍ ଦୂରତା ଅତିକ୍ରମ କରିପାରିବ।
୭. ଏହାକୁ ତିଆରି କରିବା ପାଇଁ ୧୦ ବର୍ଷରୁ ଅଧିକ ସମୟ ଲାଗିଛି।
୮. ଜାହାଜରେ ୧୬ ବେଡ ବିଶିଷ୍ଟ ହସ୍ପିଟାଲ, ୨୫୦ ତୈଳ ଟ୍ୟାଙ୍କର ଓ ୨୪ ଶହ କମ୍ପାର୍ଟମେଣ୍ଟ ରହିଛି।
୯. ଉହିଳା ସେନାଧିକାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାବିନ ରହିଛି ।
୧୦. ଯୁଦ୍ଧ ପୋତରେ ସମସ୍ତ ସେବା ଓ ସୁବିଧା ସହ ଏକ ଅତ୍ୟାଧୁନିକ ମେଡିକାଲ ମଧ୍ୟ ରହିଛି। ଯେଉଁଥିରେ ଆଇସିୟୁ ଏବଂ ଜରୁରୀକାଳୀନ ଅପରେସନ ଥିଏଟର ସହ ସିଟି ସ୍କାନ, ଏକ୍ସରେ ଓ ଅଲଟ୍ରାସାଉଣ୍ଡ ବ୍ୟବସ୍ଥା ରହିଛି।
ବିକ୍ରାନ୍ତର କ୍ଷମତା..
ଚା ବିକ୍ରାନ୍ତରେ ଲାଗିଥିବା ୮ଟି ପାଓ୍ୱାର ଜେନେରେଟର ରହିଛି ।ଯାହା ସମ୍ପୂର୍ଣ୍ଣ କୋଚି ସହରକୁ ଆଲୋକିତ କରିବାରେ ସକ୍ଷମ ରଖୁଛି ।
ଚା ୧୭ ଶହରୁ ଅଧିକ ଲୋକଙ୍କ ପାଇଁ ଏହି ବିଶାଳ ଏୟାରକ୍ରାଫ୍ଟ କ୍ୟାରିୟର ଡିଜାଇନ୍ ହୋଇଛି
ପୁରୁଣା ବିକ୍ରାନ୍ତ ଅବସର ନେବାର ୮ ବର୍ଷ ପରେ ସମୁଦ୍ରରେ ପୁଣି ବୀରତ୍ୱ ଦେଖାଇଛି ବ୍ରାଣ୍ଡ୍ ନ୍ୟୁ ବିକ୍ରାନ୍ତ। ସମୁଦ୍ରରେ ବିକ୍ରାନ୍ତର ଉପସ୍ଥିତି, ଶତ୍ରୁଙ୍କ ମଧ୍ୟରେ ଭୟ ଓ ଆତଙ୍କ ସୃଷ୍ଟି କରିବ। ଏହାପୂର୍ବରୁ ଆମେରିକା, ଚୀନ୍, ଋଷ, ଫ୍ରାନ୍ସ ଏବଂ ବ୍ରିଟେନ୍ ପାଖରେ ୱାର ସିପ୍ ନିର୍ମାଣ କରିବାର କ୍ଷମତା ରହିଥିଲା। ଏବେ ଏହି ଏଲିଟ୍ ଗ୍ରୁପରେ ସାମିଲ ହୋଇଛି ଭାରତ ଆଇଏନଏସ୍ ବିକ୍ରମାଦିତ୍ୟ ଏବଂ ଆଇଏନଏସ୍ ବିକ୍ରାନ୍ତ। ଫଳରେ ଭାରତର ସୁରକ୍ଷା ଆହୁରି ମଜବୁତ୍ ହୋଇଛି।
ଭାରତୀୟ ନୌସେନାକୁ ଗୁଲାମୀର ବଦଳିଛି । ଭାରତୀୟ ନୌସେନାର ନୂତନ ନିଶାନ ଛତ୍ରପତି ଶିବାଜୀଙ୍କ ମୋହର ଦ୍ୱାରା ପ୍ରେରିତ ହୋଇଛି । ଏହାର ଉପର ବାମ ପାର୍ଶ୍ୱରେ ଜାତୀୟ ପତାକା ଏବଂ ଡାହାଣ ପାର୍ଶ୍ୱରେ ଅଶୋକ ସ୍ତମ୍ଭ ଏବଂ ଏହା ତଳେ ଲଙ୍ଗର ଅଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031