Indus Valley Times

ନ୍ୟାୟ ଦାବିରେ ଶବକୁ ସାଇକେଲରେ ବୋହି ଥାନାକୁ ନେଲେ ପରିବାର ଲୋକ

 Breaking News

ନ୍ୟାୟ ଦାବିରେ ଶବକୁ ସାଇକେଲରେ ବୋହି ଥାନାକୁ ନେଲେ ପରିବାର ଲୋକ

ନ୍ୟାୟ ଦାବିରେ ଶବକୁ ସାଇକେଲରେ ବୋହି ଥାନାକୁ ନେଲେ ପରିବାର ଲୋକ
May 12
13:17 2026

ବାଲେଶ୍ୱର, ୧୨/୫ : ରବିବାର ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଘର ଛାତ କାମକୁ ନେଇ ଦୁଇ ଗୋଷ୍ଟି ମୁହାଁମୁହିଁ ହୋଇଥିଲେ। ଗ୍ରାମର ସୁରେନ୍ଦ୍ର ସେଠିଙ୍କ ଘର କାମ ଚାଲିଥିଲାବେଳେ ପଡୋଶୀ ଘର ସହ ଝଗଡା ହୋଇଥିଲା ।
ଘଟଣାରେ ଉତ୍ତ୍ୟକ୍ତ ହୋଇ ପଡୋଶୀ ଘର ବାପା ପୁଅ ସୁରେନ୍ଦ୍ର ସେଠି ଓ ତାଙ୍କ ପରିବାର ଲୋକଙ୍କ ଉପରେ କଟୁରୀରେ ଆକ୍ରମଣ କରିଥିଲେ । ଘଟଣାରେ ସୁରେନ୍ଦ୍ର ସେଠିଙ୍କ ପତ୍ନୀ ଓ ଭଉଣୀ ଗୁରୁତର ଆହତ ହୋଇଥିଲେ । କଟକ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁରେନ୍ଦ୍ରଙ୍କର ଭଉଣୀ କମଳା ସେଠୀଙ୍କ ମୃତ୍ୟୁ ହୋଇଥିଲା ।
ମହିଳାଙ୍କ ମୃତ୍ୟୁ ପରେ ଖଇରା ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିଲା । ଏହି ଘଟଣାରେ ଆକ୍ରମଣ କରିଥିବା ଅନ୍ୟ ଆକ୍ରମଣକାରୀକୁ ଗିରଫ ଦାବିରେ ପରିବାର ଲୋକ ମୃତ କମଳାଙ୍କ ମୃତଦେହକୁ ସାଇକଲରେ ବାନ୍ଧି ୧୫ କିମି ଦୂରରେ ଥିବା ଖଇରା ଥାନା ପର୍ଯ୍ୟନ୍ତ ଆଣିଥିଲେ ।
ଗତ କିଛି ଦିନ ତଳେ ଜିତୁ ମୁଣ୍ଡା ନିଜ ଭଉଣୀ ମୃତ ଦେହକୁ ଆଣିଥିବା ଖବର ସାରା ଦେଶରେ ଚହଳ ସୃଷ୍ଟି କରିଥିଲା । ଆଜି ସେହିଭଳି ଭାବେ ସାଇକଲରେ ମୃତଦେହ ବୁହା ହେବା ଚିତ୍ର ବେଶ ହୃଦୟବିଦାରକ ହୋଇଥିବାବେଳେ ଖଇରା ପୋଲିସ ସୁରେନ୍ଦ୍ର ସେଠି ଓ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିଥିଲେ । ମୃତଦେହକୁ ଆମ୍ବୁଲାନ୍ସରେ ନେବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ଜିଦରେ ଅଟଳ ଥିଲେ ପରିବାର ଲୋକ ।
ଚା

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031