Indus Valley Times

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ “ନିଶାମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ” ଲାଗି ସଚେତନତା କାର୍ଯ୍ୟକ୍ରମ

 Breaking News

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ “ନିଶାମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ” ଲାଗି ସଚେତନତା କାର୍ଯ୍ୟକ୍ରମ

September 01
12:15 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧/୯: ପାର୍ବଣ ଋତୁରେ ଦେବା ଦେବୀଙ୍କ ବିସର୍ଜନ ଏବଂ ବିବାହ ଉତ୍ସବର ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ଆନନ୍ଦମୟ କରିବାକୁ ସଙ୍ଗୀତ, ନୃତ୍ୟ, ରୋଷଣୀ ଆମ ସାମାଜିକ ଜୀବନର ଅଂଶ ବିଶେଷ ହୋଇଯାଇଛି।
କିନ୍ତୁ ବର୍ତ୍ତମାନ ଏଥିରେ ଦେଖା ଦେଇଥିବା ସ୍ଖଳନ ଉଦବେଗଜନକ ସ୍ଥିତିରେ ପହଞ୍ଚିଲାଣି ଏବଂ ଏହାର ପ୍ରତିକାର ଦିଗରେ ସମାଜର ପ୍ରତ୍ୟେକ ବର୍ଗ ଆଗେଇ ଆସିବାକୁ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ନିବେଦନ କରାଯାଇଅଛି। ସ୍ଥାନୀୟ ଶ୍ରୀରାମ ନଗର ସ୍ଥିତ ମଞ୍ଚର ସଭାଗୃହରେ ଅନୁଷ୍ଠିତ ବୈଠକରେ ଦେବପ୍ରସାଦ ମଜୁମଦାର ପୌରହିତ କରିଥିଲେ ଓ ସହସମ୍ପାଦକ ସନ୍ତୋଷ କୁମାର ଦାସ ସ୍ବାଗତ ଭାଷଣ ଦେଇଥିଲେ।
କେଦାରନାଥ ରାୟ, ଦୁର୍ଗାପ୍ରସାଦ ମିଶ୍ର, ମନୋରଞ୍ଜନ ଜେନା, ଅଖିଳ କୁମାର ପ୍ରଧାନ, ଡାକ୍ତର ବାସୁଦେବ ପାତ୍ର, ପ୍ରତାପ ଚନ୍ଦ୍ର ମହାପାତ୍ର, ବସନ୍ତ କୁମାର ଦାଶ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟରେ କହିଥିଲେ ଯେ, ଆମର ଆନନ୍ଦ ଅନ୍ୟମାନଙ୍କ ଦୁଃଖର କାରଣ ହେବା ଉଚିତ ନୁହେଁ। ଏବେ ମଧ୍ୟ ଓଡ଼ିଶାର ପାରମ୍ପାରିକ ବାଦ୍ୟର ତାଳେ ତାଳେ ଆନନ୍ଦ ଉଲ୍ଲାସର ସହିତ ବିଭିନ୍ନ ବିବାହ, ଶୋଭାଯାତ୍ରା ଅନୁଷ୍ଠିତ ହେଉଅଛି।
ପ୍ରାଣଘାତୀ ଶବ୍ଦ ସୃଷ୍ଟିକାରୀ ଡିଜେ ଗାଡି ଯାଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ଅବସ୍ଥିତ ଗୃହରେ ବୟସ୍କ ବ୍ୟକ୍ତି, ଅସୁସ୍ଥ ରୋଗୀ, ଗର୍ଭବତୀ ମହିଳା, ଶିଶୁମାନଙ୍କ ଯନ୍ତ୍ରଣାଦାୟକ ଅବସ୍ଥାକୁ ବିଚାର କରିବା ଉଚିତ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।
“ନିଶା ମୁକ୍ତ ଭଷାଣୀ ସହିତ ଡିଜେ ମୁକ୍ତ ରୋଷଣୀ” କୁ ବିଚାର କରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପୂଜା କମିଟିର କର୍ମକର୍ତ୍ତା ଏବଂ ବିବାହ ଶୋଭାଯାତ୍ରାରେ ବରଯାତ୍ରୀ ଦଳଙ୍କୁ ବରିଷ୍ଠ ନାଗରିକ ମଞ୍ଚ ନିବେଦନ କରିଛନ୍ତି। “ନିଶା ମୁକ୍ତ ଭସାଣି ,ଡିଜେ ମୁକ୍ତ ରୋଷଣୀ” ସଚେତନତା ବ୍ୟାନର କୁ ଆଜି ଆନୁଷ୍ଠାନିକ ଭାବେ ଜିଲ୍ଲା ପ୍ରେସ କ୍ଳବ ସଭାପତି ଶୁଭ୍ରାଂଶୁ ସାମନ୍ତରାୟ ,ଉପ ସଭାପତି ପ୍ରସନ୍ନ ପାଇକରାୟ, ବରିଷ୍ଠ ସାମ୍ବାଦିକ ରାମ ନାରାୟଣ ଦାସ, ଏବଂ ପ୍ରଭାତ ପାଣିଗ୍ରାହୀ ପ୍ରମୁଖ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟ ମାନଙ୍କ ଗ୍ରହଣରେ ଉଦଘାଟନ କରିଥିଲେ।
ମଞ୍ଚର ଏହି କାର୍ଯ୍ୟକ୍ରମରେ ରତ୍ନାକର ରଣସିଂହ, ନବକିଶୋର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବରାଳ, ମାୟାଧର ପ୍ରଧାନ, ବେଲେଶ୍ୱର ଯୁଝାରସିଂହ, ସୌଦାମିନୀ ପଟ୍ଟନାୟକ, ବିନାୟକ ପାଇକରାୟ, ବିପିନ ବିହାରୀ ମିଶ୍ର, ଶରତ କୁମାର ସାହୁ, ବିଶ୍ବଜିତ ପଟ୍ଟନାୟକ, ସ୍ବର୍ଣ୍ଣ ରେଣୁ ପଟ୍ଟନାୟକ, ପୁଷ୍ପାରାଣୀ ମହାନ୍ତି ,ପ୍ରମୋଦ କୁମାର ମହାନ୍ତି, ବିରଞ୍ଚି କୁମାର ସାହୁ,ଅଞ୍ଜନ କୁମାର ରାୟ, ରବିନ୍ଦ୍ର ଶତପଥୀ,ବୈକୁଣ୍ଠ ମହାପାତ୍ର, ବିପ୍ରଚରଣ ବେହୁରା,ରବିନ୍ଦ୍ର କୁମାର ସାହୁ ମତବ୍ୟକ୍ତ କରିଥିଲେ।
କ୍ଷେତ୍ରବାସୀ ସାହୁ, ହରମୋହନ ମହାପାତ୍ର, ଗଦାଧର ଗୋଛି, ରବିନାରାୟଣ ସେନାପତି, ଜୟକୃଷ୍ଣ ନାୟକ, ବିଜୟ କୁମାର ପଣ୍ଡା, ଗଗନ ବିହାରୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ରିଚାଳନା କରିଥିଲେ। ଶେଷରେ ମଞ୍ଚର ସମ୍ପାଦକ ରାମଶଙ୍କର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031