Indus Valley Times

ନ୍ୟାୟ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

 Breaking News

ନ୍ୟାୟ ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

September 24
21:33 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୯: ବୌଦ୍ଧଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ(ଡିପିଏମ) ରୂପକ କୁମାର ମହାପାତ୍ରଙ୍କୁ ଏପିଡେମୋଲୋଜିଷ୍ଟ ଜ୍ଞାନ ରଂଜନ ମହାନ୍ତି ମାଡ ମାରିବା ଅଭିଯୋଗ କରିବା ସହ ଜିଲ୍ଲାସାରା ଜାତୀୟ ସ୍ୱାସ୍ଥ୍ୟ ମିଶନ ର କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି କର୍ମଚାରୀମାନେ ଧାରଣା ଦେଇଥିବା ଜଣାଯାଇଛି ।
ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୋଷ କୁମାର ମହାପାତ୍ରଙ୍କ କାର୍ଯ୍ୟାଳୟ ଭିତରେ ଜୈନିକ ଡାଟା ଏଣ୍ଟ୍ରି ଅପରେଟର ବେଆଇନ ନିଯୁକ୍ତିକୁ ନେଇ ଡିପିଏମ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଏପିଡେମୋଲୋଜିଷ୍ଟ ଶ୍ରୀ ମହାନ୍ତି କୌଣସି କାର୍ଯ୍ୟରେ ସେଠାରେ ପହଞ୍ଚିଥିବାବେଳେ ସେ ହଠାତ୍ ଡିପିଏମ ଶ୍ରୀମହାପାତ୍ରଙ୍କୁ ମୁଥ ମାରିଥିବା ଅଭିଯୋଗ ହୋଇଛି ।
ତେଣୁ ଏହି ମାମଲାର ନିରପେକ୍ଷ ତଦନ୍ତ ଓ ତୁରନ୍ତ ନ୍ୟାୟ ଦାବିରେ ଜିଲ୍ଲା ଜାତୀୟ ସ୍ୱାସ୍ଥ୍ୟ ମିଶନ କର୍ମଚାରୀମାନେ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତିଶୃତି ଦେଇଥିଲେ ମଧ୍ୟ ୧୨ ଘଣ୍ଟା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଶେଷରେ ବାଧ୍ୟ ହୋଇ କଲମଛାଡ ଆନ୍ଦୋଳନ ଆରମ୍ଭ ହୋଇଥିବା ଜଣାଯାଇଛି । ତେବେ ଏନେଇ ଏପିଡେମୋଲୋଜିଷ୍ଟ ଶ୍ରୀମହାନ୍ତି ସେ ଡିପିଏମଙ୍କୁ ମାଡ ମାରିବା ଅଭିଯୋଗ ସଂପୁର୍ଣ୍ଣ ଭିତିହୀନ ବୋଲି ପ୍ରକାଶ କରିବା ସହିତ ତାଙ୍କ ଉପରକୁ ଡିପିଏମ ହାତ ଉଠାଇବା ପରେ ସେ ହାତ ତଳକୁ କରି ଦେଇଥିବା କହିଥିଲେ ।
ମିଳିଥିବା ସୂଚନା ମୁତାବକ ଏହି ମାମଲାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ହସ୍ତକ୍ଷେପ କରି ସମସ୍ତ ଅଭିଯୋଗ ଶୁଣିବାପରେ ଏପିଡେମୋଲୋଜିଷ୍ଟ ଶ୍ରୀ ମହାନ୍ତିଙ୍କୁ ଡିପିଏମଙ୍କୁ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମହାନ୍ତି କ୍ଷମା ମଧ୍ୟ ମାଗିସାରିଛନ୍ତି । କିନ୍ତୁ ଡିପିଏମ ଓ ତାଙ୍କର ସମର୍ଥକମାନେ ଏଥିରେ ସନ୍ତୋଷ ପ୍ରକାଶ ନକରି ଏପିଡେମୋଲୋଜିଷ୍ଟ ଶ୍ରୀମହାନ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ଧାରଣା ଜାରି ରଖିଥିବା ଜଣାଯାଇଛି ।
ତେବେ ଏହି ଘଟଣା ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଭୟ କୁମାର ଦାଶଙ୍କୁ ପଚାରିବାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧିନରେ କାର୍ଯ୍ୟରତ ଉଭୟ କର୍ମଚାରୀଙ୍କ ମଧ୍ୟରେ ବିବାଦ ଉପୁଜିଛି । ଏ ସଂପର୍କରେ ତାଙ୍କ ନିକଟରେ ଅଭିଯୋଗ ପହଞ୍ଚିବା ପରେ ପ୍ରଥମେ ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା ।
କିନ୍ତୁ କର୍ମଚାରୀମାନେ ନିଜ ଜିଦରେ ଅଟଳ ରହିବାରୁ କମିଟି ବୈଠକ ବସାଯାଇ ସମସ୍ତଙ୍କ ପରାମର୍ଶ କ୍ରମେ ମାମଲାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳନା ନିର୍ଦ୍ଦେଶକଙ୍କ ପାଖକୁ ପଠାଇ ଦିଆଯାଇଛି । ଉପରୁ ଯାହା ଆଦେଶ ଆସିବ ଜିଲ୍ଲା ସ୍ତରରେ ତାହା କାର୍ଯ୍ୟକାରୀ କରାଯିବ ବୋଲି ଡା. ଦାଶ ପ୍ରକାଶ କରିଥିଲେ ।

ବୌଦ୍ଧରେ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଜିଲ୍ଲାକୁ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସବୁଦିଗର ପ୍ରୟାସ ଜରୁରୀ
ବୌଦ୍ଧ,୨୪/୯: ବୌଦ୍ଧ ଜିଲ୍ଲାରେ ଗୋଟିଏ ଦିନ ଓ ସମାନ ସମୟରେ ଜିଲ୍ଲା, ବ୍ଲକ ଓ ଗ୍ରାମ ପଂଚାୟତ ସ୍ତରରେ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିଶୁ ସୁରକ୍ଷା କମିଟିର ବୈଠକ, କିଶୋର,କିଶୋରୀ ଦକ୍ଷତା ବୃଦ୍ଧି ଓ ବାଲ୍ୟବିବାହ ନିଷେଧ ଟାସ୍କ ଫୋର୍ସ, ଶିଶୁ ଶ୍ରମିକ ନିଷେଧ ଟାସ୍କ ଫୋର୍ସ ଓ ଚାଇଲ୍ଡ ଲାଇନ ପରାମର୍ଶ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସ୍ତରୀୟ “ଶିଶୁଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଅଛି ।
ଜିଲ୍ଲାକୁ ବାଲ୍ୟବିବାହ ଓ ଶିଶୁ ଶ୍ରମିକ ମୁକ୍ତ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାର ସମସ୍ତ ପୋଲିସ କାର୍ଯ୍ୟାଳୟକୁ ଶିଶୁ କେନ୍ଦ୍ରିକ କରିବାପାଇଁ ପଦକ୍ଷେପ ନେବାପାଇଁ ମତପ୍ରକାଶ କରିଥିଲେ । ବୈଷୟିକ ତଥା ଧନ୍ଦାମୂଳକ ଶିକ୍ଷାରେ ଶିକ୍ଷା ଗ୍ରହଣ କରିବା ପାଇଁ କିଶୋର କିଶୋରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଏହି ଜିଲ୍ଲା ସ୍ତରିୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋସ୍ନା ଭୋଇ ଯୋଗଦେଇ ଶିଶୁ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ଶିଶୁଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଓ ଅନ୍ୟନ୍ୟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ଶିଶୁ ସୁରକ୍ଷା ସୁନିଶ୍ଚିତ କରିବାପାଇଁ ପରାମର୍ଶ ଦେଇଥିଲେ । କିଶୋର/କିଶୋରୀ ମାନେ ସଚେତନ ହୋଇ ସାହାସର ସହ ବାଲ୍ୟବିବାହକୁ ବିରୋଧ କଲେ ଜିଲ୍ଲାରେ ବାଲ୍ୟବିବାହ ପ୍ରଥାକୁ ସମ୍ପୁଣ୍ଣ ବନ୍ଦ କରିହେବ ବୋଲି କହିଥିଲେ ।
ସମ୍ମାନିତ ଅତିଥି ତଥା ପ୍ରଶିକ୍ଷକ ଭାବରେ ଘାଶିରାମ ପଣ୍ଡା, ଏକ୍ସନଏଡ ଭୂବନେଶ୍ୱର ଯୋଗଦେଇ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବାଲ୍ୟବିବାହର କୁପରିଣତି , ଆଇନଗତ ଦିଗ ଓ ଏହାକୁ ରୋକିବା ପାଇଁ କଣ ନୁତନ ପଦକ୍ଷେପ ନେବା ଆବଶ୍ୟକ ଏ ବିଷୟରେ ବିସ୍କୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଂଜନ ମହାନ୍ତି ଯୋଗଦେଇ ବାଲ୍ୟବିବାହ ଓ ଅନ୍ୟାନ୍ୟ ଶିଶୁ ସୁରକ୍ଷା ପ୍ରସଙ୍ଗରେ ପୋଲିସର ଭୁମିକା ଗୁରୁତ୍ୱପୁର୍ଣ୍ଣ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ସମ୍ମାନିତ ଅତିଥିି ଭାବେ ଅତିରିକ୍ତ ଜିଲ୍ଲାପାଳ ଅଶ୍ୱିନୀ ମେହେର ଯୋଗଦେଇ ଜିଲ୍ଲା ରେ ବାଲ୍ୟବିବାହ କୁ ରୋକିବାପାଇଁ ହେଲେ ବ୍ୟାପକ ସଚେତନତା କରିବା ସହିତ ଏହା ଦ୍ୱାରା ଶିକାର ଶିଶୁଙ୍କୁଜୀବନ କୌଶଳ ଶିକ୍ଷାରେ ସାମିଲ କରିବାପାଇଁ କହିଥିଲେ । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ ବୈଠକରେ ଉପସ୍ଥିତଥିଲେ । ଚାଇଲ୍ଡ ଲାଇନ ପରିଚାଳିକା ବବିନା ନାୟକ ଯୋଗଦେଇ ଚାଇଲ୍ଡ ଲାଇନ ର କାଯ୍ୟକଳାପ ଓ ବାର୍ଷିକ ଯୋଜନା ସମ୍ଭନ୍ଧରେ ଉପସ୍ଥାପନା କରିଥିଲେ । ଚାଇଲ୍ଡ ଲାଇନ ପାଇଁ କର୍ମଚାରୀ, ସ୍ୱତନ୍ତ୍ର ଗୃହ ର ଆବଶ୍ୟକତା ରହିଥିବା କହିଥିଲେ ।
ଶ୍ରମ ଅଧିକାରୀ ପ୍ରସନ୍ନ ପ୍ରଧାନ ଯୋଗଦେଇ ଶିଶୁ ଶ୍ରମିକ ରୋକିବା ପାଇଁ ବାର୍ଷିକ ଯୋଜନା ଉପସ୍ଥାପନା କରିବା ସହ ବାହାର ରାଜ୍ୟକୁ କାମ ପାଇଁ ଯାଉଥିବା ଶ୍ରମିକଙ୍କ ପିଲାମାନଙ୍କ ପାଇଁ କଂଟାମାଳ ଠାରେ ଏକ ଛାତ୍ରାବାସର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ ଆର୍ଶିବାଦ ଯୋଜନାରେ ବର୍ତମାନ ପଯ୍ୟନ୍ତ ଜିଲ୍ଲାରେ ୬୭୪ ଜଣ ଶିଶୁଙ୍କୁ ପ୍ରାଥମିକ ଭାବେ ଚିହ୍ନଟ କରାଯାଇଛି ଓ ପ୍ରଥମ ପଯ୍ୟାୟରେ ୩୦୨ ଓ ଦ୍ୱିତିୟ ପଯ୍ୟାୟରେ୨୨୪ ଜଣ ହିତାଧିକାରୀଙ୍କୁ ସହାୟତା ଅନୁମୋଦନ ହୋଇଥିବା ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସୂଚନା ଦେଇଥିଲେ ଓ ଜଦି କେହି ଆବେଦନ କରିନାହାନ୍ତି, ତେବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସି.ଡି.ପି.ଓ ବୌଦ୍ଧ ଓ ହରଭଙ୍ଗା, ସ୍ୱେଚ୍ଛାସେବି ଅନୁଷ୍ଠାନ ୱ.ସି.ଡିଏ, ଏଲ.କେ.ବି.କେ ଏବଂ ରେଆର ର ସମ୍ପାଦକ ଓ କର୍ମଚାରୀ ଉପସ୍ଥିତ ଥିଲେ ।ଶିଶୁଟିଏ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗିୟ ଅଧିକାରୀଙ୍କୁ ତଥା ଲୋକାଲ ପୋଲିସ୍‌, ଚାଇଲ୍ଡ ଲାଇନ-୧୦୯୮ କିମ୍ବା ଶିଶୁ ସୁରକ୍ଷା ୟୁନିଟ୍ କୁ ତୁରନ୍ତ ସୁଚନା ଦେବାପାଇଁ ମତପ୍ରକାଶ ପାଇଥିଲା । ଶିିଶୁଙ୍କ ପାଇଁ ଦିନଏହି ଅବସରରେ ବୌଦ୍ଧ ଜିଲ୍ଲାର ଉଭୟ ପିତାମାତା,ପିତା କିମ୍ବା ମାତା ହରାଇ ଥିବା ୨୮୦ ଜଣ ଶିଶୁ ଙ୍କୁ ଆର୍ଶିବାଦ ଯୋଜନାରେ ପରିଚୟ ପତ୍ର ଓ ସହାୟତା ପଂଚାୟତ ସ୍ତରରେ ସ୍ଥାନିୟ ସରପଂଚ ମାନଙ୍କ ଦ୍ୱାରା ଶିଶୁ ମାନଙ୍କୁ ପ୍ରଦାନ କରାଯାଇଥିଲା । ଜିଲ୍ଲା ସ୍ତରୀୟକାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟରଚିତ୍ରସେନ ସାହୁ, ସତ୍ୟନାରାୟଣ ନାଏକ ସହଯୋଗ କରିଥିବାବେଳେ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031