Indus Valley Times

ନଡ଼ିଆକତା ବୋଝେଇ ଟ୍ରକରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

 Breaking News

ନଡ଼ିଆକତା ବୋଝେଇ ଟ୍ରକରୁ ୭୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

October 03
13:38 2020

ଭୁବନେଶ୍ବର,୩/୧୦: ଭୁବନେଶ୍ୱର-ଖୋର୍ଦ୍ଧା ରୋଡ଼ ଗୋଡ଼ିପଡ଼ା ଟୋଲଗେଟ ନିକଟରୁ ଶନିବାର ଦିନ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଶାରେ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ପକ୍ଷରୁ ଚଢାଉ କରାଯାଇ ଏହି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି ମାମଲରେ ଦୁଇଜଣଙ୍କୁ ଅଟକ ରଖାଯାଇଛି।
ଆନ୍ଧ୍ର ପ୍ରଦେଶରୁ ବାଲେଶ୍ବର ଯାଉଥିବା ଏକ ନଡ଼ିଆ କତା ବୋଝେଇ ଟ୍ରକରେ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଚୋରାଚାଲାଣ ହେଉଥିବାର ସୂଚନା ପାଇ ଭୁବନେଶ୍ବର ଉପକଣ୍ଠସ୍ଥ ଗୋଡ଼ିପଡ଼ା ଚେକଗେଟ୍ ନିକଟରେ ଏନସିବି ପକ୍ଷରୁ ଉକ୍ତ ଟ୍ରକକୁ ଅଟକାଯାଇଥିଲା। ଏହାପରେ ଉକ୍ତ ଟ୍ରକରୁ ୭୦୦ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିଲା। ଆଜି ଭୋର ସମୟରେ ଏହି ଘଟଣା ଘଟିଛି।
ଏହି ମାମଲାରେ ଟ୍ରକ୍ ଚାଳକ ଓ ହେଲପରକୁ ଅଟକ ରଖି ଏନସିବି ପକ୍ଷରୁ ଅଧିକ ତଦନ୍ତ ଆରମ୍ଭ କରାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପାଖାପାଖି ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହା ଏନସିବିର ଏକ ବଡ଼ ସଫଳତା ବୋଲି କୁହାଯାଉଥିବା ବେଳେ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031