Indus Valley Times

ନୟାଗଡ଼ : ଆଦିବାସୀ ଅଂଚଳରେ ପୁଅର ଜନ୍ମଦିନ ପାଳିଲେ ଶିକ୍ଷୟତ୍ରୀ

 Breaking News

ନୟାଗଡ଼ : ଆଦିବାସୀ ଅଂଚଳରେ ପୁଅର ଜନ୍ମଦିନ ପାଳିଲେ ଶିକ୍ଷୟତ୍ରୀ

December 16
19:46 2021

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୂଆଗାଁ ,୧୬/୧୨: ଆଜିର ଆଧୁନିକ ଯୁଗରେ ଲୋକମାନେ ନିଜର ଓ ପୁଆ ଝିଅ ଙ୍କ ଜନ୍ମଦିନ ବହୁ ଆଡମ୍ବରରେ ପାଳନ କରିବା ସହିତ, ଭୋଜିଭାତ ଓ ନାଚ, ଗିତ କରି ଲଖ୍ୟାଧୀକ ଟଙ୍କା ଖର୍ଚ୍ଚ କରୁଛନ୍ତି ।କିନ୍ତୁ ଆଜିବି ସମାଜରେ କିଛି ଦୟାଳୁ ହୁର୍ଦୟ ବାନ ମଣିଷ ଅଛନ୍ତି । ଏମିତିକା ଦେଖିବାକୁ ମିଳିଛି ନୟଗଡ଼ ଜିଲ୍ଲା “ହୋଲି ଫ୍ୟାମିଲ ସ୍କୁଲର ଶିକ୍ଷୟତ୍ରୀ “ଉତ୍କଳିନୀ ନାୟକ” ଙ୍କ କ୍ଷେତ୍ରରେ ,ସେ ତାଙ୍କର ଏକମାତ୍ର ପୁତ୍ର “ଅଗ୍ରନ୍ୟ” ର (୧୭)ତମ ଜନ୍ମଦିନ ପାଳନ କରିଛନ୍ତି ନୟାଗଡ଼ ଜିଲ୍ଲା ମାଛିପଡା ନିକଟ ଆଦିବାସୀ ଅଂଚଳ ର ପୋଡାଗଡ ଓ କୁସା ପାଣ୍ଡେରୀ ଗ୍ରାମ ରେ ।
ସେ ନୟାଗଡ ଜିଲ୍ଲାର ଜଣାଶୁଣା ସମାଜସେବୀ ଦାମ ସାର୍ ଓ ପରମାନନ୍ଦ ସାର୍ ଙ୍କ ସହିତ ଏଠାରେ ପହଞ୍ଚି ପୁଅର ଜନ୍ମଦିନ ପାଳନ କରିବା ସହିତ ଉଭୟ ଗ୍ରାମର ୩୦ ରୁ ଉର୍ଦ୍ଧ ଗରିବ ବୃଦ୍ଧ,ବୃଦ୍ଧାଙ୍କୁ ଶୀତରୁ ସୁରକ୍ଷା ପାଇଁ କମଳ ବଣ୍ଟନ କରିଥିଲେ ଏବଂ ଗ୍ରାମର ଛୋଟ, ଛୋଟ ପିଲାଙ୍କୁ ଚୋକଲେଟ୍ ଓ ବିସ୍କୁଟ ବାଣ୍ଟାନ କରିଥିଲେ।
ଆଉମଧ୍ୟ ସେମାନଙ୍କ ସହିତ ହସ ଖୁସିରେ କିଛି ସମୟ ବିତାଇଥିଲେ। ଶିକ୍ଷୟତ୍ରୀଙ୍କ ଏହି ଭଳି ମହନୀୟ ଚିନ୍ତାଧାରା କୁ ବିଭିନ୍ନ ମହଲ ରୁ ସ୍ୱାଗତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031