Indus Valley Times

ନୟାଗଡ଼ କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

 Breaking News

ନୟାଗଡ଼ କଂଗ୍ରେସର ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ

June 27
21:14 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୭/୬ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ସେନାରେ ୪ବର୍ଷିଆ ଠିକା ଯବାନ ନିଯୁକ୍ତି ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ପ୍ରତ୍ୟୋକ ବିଧାନସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀଙ୍କ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ଆନ୍ଦୋଳନ ପରିପ୍ରେକ୍ଷୀରେ ନୟାଗଡ଼ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାସଙ୍କ ନେତୃତ୍ବରେ ସ୍ଥାନୀୟ ପୁରୂଣା ସିଭିଲ କୋର୍ଟ ପ୍ରାଙ୍ଗଣରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ବର୍ଷକୁ ଦୁଇକୋଟି ଯୁବକଙ୍କୁ ଚାକିରି ଦେବାକୁ କହି କେନ୍ଦ୍ର ସରକାର ଅଦ୍ୟାବଧି ୮ବର୍ଷରେ ଯୁବକଙ୍କୁ ନିଯୁକ୍ତି ଓ ଚାକିରୀ ଦେଇନପାରି ଦେଶର ଯୁବକ ମାନଙ୍କୁ ଭାରତୀୟ ସେନାରେ ନିଯୁକ୍ତି ଦେବା ନାଁ ରେ ପ୍ରତାରଣା କରୁଛନ୍ତି ବୋଲି କୁହାଯାଇଛି।
ଭାରତୀୟ ସେନାରେ ଅଗ୍ନିପଥ ଯୋଜନା ନାଁ ରେ ୪ ବର୍ଷିଆ ଆଉଟ୍ ସୋର୍ସିଂ ଠିକା ନିଯୁକ୍ତି ଦେଇ ଯୁବକ ମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଜୁମଲା ବାଦ କରୁଛନ୍ତି ବୋଲି କୁହାଯାଇଛି।
ଏହି କାର୍ଯ୍ୟକ୍ରମ ରେ ପିସିସି ସଂପାଦକ ହୁସେନ ଖାଁ, କଂଗ୍ରେସ ନେତା ମନୋଜ ସାହୁ, ପୂର୍ଣ୍ଣଚନ୍ଦ୍ର ନାୟକ, ଅମଜାଦ ଖାଁ, ଭଗବାନ ମଳିକ, ପ୍ରତୀକ ମହାପାତ୍ର, ଜ୍ୟୋତିରଞ୍ଜନ ଦାସ, ଦିଲ୍ଲୀପ୍ କୁମାର ବିଶୋଇ, ବିଜୟ ରାଉତ, ଆଇନଜୀବୀ ବିଭୂତି ରାଉତ, ଦିଗମ୍ବର ବେହେରା, ଜଗନ୍ନାଥ ପ୍ରୁଷ୍ଟି, ପ୍ରମୋଦ ନାୟକ, ବିମଳ କୁମାର ଦାସ, ଜୁଲଫିକର ଖାନ୍, କବିରାଜ ବରାଡ଼ ପ୍ରମୁଖ ଯୋଗ ଦେଇଥିଲେ।
ନୟାଗଡ଼ ସମେତ ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ କର୍ମୀ ମାନଙ୍କ ପକ୍ଷରୁ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ କରାଯାଇଛି ବୋଲି ଶ୍ରୀ ଦାସ ଗଣମାଧ୍ୟମକୁ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031