Indus Valley Times

ନୟାଗଡ଼ କମ୍ପ୍ୟୁଟର ଶିକ୍ଷା କରୁଛନ୍ତି କି ? ସାବଧାନ ରୁହନ୍ତୁ

 Breaking News

ନୟାଗଡ଼ କମ୍ପ୍ୟୁଟର ଶିକ୍ଷା କରୁଛନ୍ତି କି ? ସାବଧାନ ରୁହନ୍ତୁ

August 13
18:51 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୩/୮ : ନୟାଗଡ଼ ଜିଲ୍ଲା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ସଭାପତି ଧିରେନ୍ଦ୍ର ପଟ୍ଟନାୟକଙ୍କ ସଭାପତିତ୍ୱରେ ସତ୍ୟମ୍ କମ୍ପ୍ୟୁଟର ଇନଷ୍ଟିଚ୍ୟୁଟ ଠାରେ କମ୍ପ୍ୟୁଟର ଶିକ୍ଷା ପ୍ରମାଣପତ୍ର ବୈଧତା ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ଉପସଭାପତି ଶିଶିର ରଞ୍ଜନ ସାହୁ, ସମ୍ପାଦକ ପ୍ରଫୁଲ୍ଲ କୁମାର ମହାନ୍ତି, ସହ ସମ୍ପାଦକ ନିର୍ମଳ କୁମାର ହୋତା ପ୍ରମୁଖ ଯୋଗଦେଇ ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ରର ବୈଧତା ସମ୍ପର୍କରେ ଅବଗତ କରାଇଥିଲେ। ରାଜ୍ୟରେ ଦଶହଜାରରୁ ଅଧିକ ବେଆଇନ କମ୍ପ୍ୟୁଟର ତାଲିମ କେନ୍ଦ୍ର ଖୋଲାଯାଇଛି।
ଏନଜିଓ ଏବଂ ଅଣ ଅନୁମୋଦିତ ଶିକ୍ଷାନୁଷ୍ଠାନ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ରେ ପଞ୍ଜିକୃତ କରାଇ ଡିସିଏ ଓ ପିଜିଡିସିଏ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି ସେ ସବୁ ବେଆଇନ । ସରକାରଙ୍କ ନିୟମାନୁସାରେ ଏଆଇସିଟି , ଏନସିଭିଟି କିମ୍ବା କୌଣସି ବିଶ୍ଵ ବିଦ୍ୟାଳୟ ଠାରୁ ଅନୁମୋଦନ ପାଇଥିବା ସଂସ୍ଥା ର ସାର୍ଟିଫିକେଟ ବୈଧ ଅଟେ।
ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଏ ସମ୍ପର୍କରେ ନଜାଣି ପାରି ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି। ବେଆଇନ ଭାବେ ଗଢ଼ିଉଠିଥିବା କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ଉପରେ ନଜର ରଖିବା ପାଇଁ ସରକାର ଅତିରିକ୍ତ ଜିଲ୍ଲାପାଳ ଏବଂ ଅତିରିକ୍ତ ପଞ୍ଜିକରଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏପରି କୌଣସି ସଂସ୍ଥା ଯଦି କୌଣସି ଛାତ୍ରଛାତ୍ରୀ ମାନଙ୍କୁ ଡିସିଏ କିମ୍ବା ପିଜିଡିସିଏ ସାର୍ଟିଫିକେଟ ଦିଏ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସରକାର ଙ୍କର ଏହି ନିଷ୍ପତ୍ତି କୁ ନୟାଗଡ଼ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ସଂଘ ସ୍ବାଗତ କରିବାସହ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ସତର୍କ ରହିବା ପାଇଁ ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031