Indus Valley Times

ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ

 Breaking News

ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ

ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳିତ
October 02
18:43 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୧୦ : ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଯାଇଛି। ଏହି ଅବସରରେ ନୟାଗଡ଼ ସଦର ମହକୁମା ତ୍ରିନାଥ ଛକଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଗାନ୍ଧୀ ଜୟନ୍ତୀ ଅବସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍କଳ ସ୍ବାଭିମାନ ମଞ୍ଚ ର ସହଯୋଗ ରେ ନୟାଗଡ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ।
ସେହିପରି ବିଶ୍ୱର ସର୍ବବୃହତ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ABVP ପକ୍ଷରୁ ନୟାଗଡ଼ ତ୍ରିନାଥ ଛକ ନିକଟରେ ମହାତ୍ମାଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ପୁଷ୍ପମାଲ୍ୟ ଅର୍ପଣ ସହ ସ୍ଳୋଗାନ ଦିଆଯାଇ ଜନ୍ମ ଦିବସ ପାଳନ କରାଯାଇଥିଲା।
ଏହି ଉତ୍ସବରେ ଏବିଭିପି ପକ୍ଷରୁ ଆଲୋକ ବରାଡ, ସୋମେଶ ପଟ୍ଟନାୟକ, ସଚ୍ଚିକାନ୍ତ ବାଇ , ଚିନ୍ମୟ ସାହୁ ପ୍ରମୁଖ ଯୋଗଦେଇଥିଲେ।
ସେହିପରି ଖଣ୍ଡପଡ଼ା ବ୍ଲକରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଖଣ୍ଡପଡ଼ା ବିଧାୟକଙ୍କ ତତ୍ତ୍ଵାବଧାନରେ ଯୁବ ବିଜେଡି ବ୍ଲକ ସଭାପତି ମନୋରଂଜନ ବେହେରା, ଉପ ସଭାପତି ରାଧାକାନ୍ତ ସାହୁ , ବନମାଳୀ ପୁର ଯୁବ ସଭାପତି ବିଜୟ ସାହୁ ଏବଂ ବିଜେଡ଼ିର ବହୁ ନେତା ଓ କର୍ମୀମାନେ ବନମାଳୀ ପୁର ସ୍ବାସ୍ଥ୍ୟକେନ୍ଦ୍ର ସଫେଇ କାର୍ଯ୍ୟକ୍ରମ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031