Indus Valley Times

ନୟାଗଡ଼ ଜିଲ୍ଲା ମାଙ୍କପଲ୍ଲୀ ଗ୍ରମରେ ଗାନ୍ଧୀ ଜୟନ୍ତୀ ପାଳନ

 Breaking News

ନୟାଗଡ଼ ଜିଲ୍ଲା ମାଙ୍କପଲ୍ଲୀ ଗ୍ରମରେ ଗାନ୍ଧୀ ଜୟନ୍ତୀ ପାଳନ

October 03
20:48 2020

କିଶୋର ମହାପାତ୍ର ଙ୍କ ରିପୋର୍ଟ
ନୟାଗଡ଼,୩/୧୦: ନୟାଗଡ଼ ଜିଲ୍ଲା ଚଣ୍ଡିବସ୍ତ ପଞ୍ଚାୟତ ମାଙ୍କପଲ୍ଲୀ ଗ୍ରାମବାସୀ ମାନଙ୍କ ତରଫରୁ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି। ଏହି ଅବସରରେ ଗ୍ରାମର ପୁରୁଷ, ମହିଳା ଓ ଯୁବକମାନେ ଏକତ୍ରିତ ହୋଇ ଗ୍ରାମରୁ ଅଳିଆ ଆବର୍ଜ୍ଜନା ସଫା କରିଥିଲେ। ଆଗାମୀ ଦିନମାନଙ୍କରେ ସଫେଇ କାର‌୍ୟ୍ୟ ଯାରିରଖି ଗ୍ରାମକୁ ସମ୍ପୁର୍ଣ୍ଣ ଆବର୍ଜ୍ଜନା ମୁକ୍ତ ଓ ସମ୍ପୁର୍ଣ୍ଣ ସ୍ବଚ୍ଛ ଗ୍ରାମରେ ପରିଣତ କରିବା ପାଇଁ ଗ୍ରାମବାସୀମାନେ ସଙ୍କଳ୍ପ ନେଇଛନ୍ତି। ବଢୁଥିବା ମହାମାରୀ କରୋନା କୁ ଦୃଷ୍ଟିରେ ରଖି ଗ୍ରାମବାସୀମାନେ ଏହି ପଦକ୍ଷେପ ନେଇଥିବା ପ୍ରକାଶ କରିଛନ୍ତି। ମାଙ୍କପଲ୍ଲୀ ଗ୍ରାମ ସମଗ୍ର ଜିଲ୍ଲାରେ ଏକ ନିଆରା ଉଦାହରଣ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031