Indus Valley Times

ନୟାଗଡ଼ :ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ପ୍ରତିଟି ଜୀବନ ମୂଲ୍ୟବାନ -ଜିଲ୍ଲାପାଳ, ଏସପି

 Breaking News

ନୟାଗଡ଼ :ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ପ୍ରତିଟି ଜୀବନ ମୂଲ୍ୟବାନ -ଜିଲ୍ଲାପାଳ, ଏସପି

ନୟାଗଡ଼ :ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ପ୍ରତିଟି ଜୀବନ ମୂଲ୍ୟବାନ -ଜିଲ୍ଲାପାଳ, ଏସପି
January 18
11:36 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୮/୧: ସଡ଼କ ସୁରକ୍ଷା ସଚେତନତା ସପ୍ତାହପାଳନ ଚାଲିରହିଥିବାବେଳେ ଆଜି ନୟାଗଡ଼ ଜିଲ୍ଲାପାଳଙ୍କ ସଦଭାବନାସଭାଗୃହରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।
ଏହି ସଭାରେ ମୁଖ୍ୟ ଅତିଥ୍ ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥସାହୁ ଯୋଗ ଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧକ୍ଷ ଅଲେଖ ଚନ୍ଦ୍ର ପହି ଯୋଗ ଦେଇଥିଲେ । ନୟାଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଶାନ୍ତ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାପାଳ ସଡ଼କ ସୁରକ୍ଷା ଉପରେ ସଚେତନ କରିଥିଲେ ।
ଏହି ବୈଠକରେ ଜିଲ୍ଲାପାଳ ଏବଂ ଏସପି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ରଖିଥିଲେ ଯାହାକି ଆଜିକାଲି କିଛି ଲୋକମାନେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାପାଇଁ ଡରୁଛନ୍ତି ବୋଧହୁଏ ତାଙ୍କନାମରେ କୌଣସି କେସ କିମ୍ବା ସାକ୍ଷୀ ଦେବାକୁ ପଡିବ ଏଥିପାଇଁ ଏସପି ସ୍ପଷ୍ଟ କରିଛନ୍ତି କି ଉଦ୍ଧାରକରିଥିବା ବ୍ୟକ୍ତି ନିଜର ପରିଚୟ ନିଜ ଇଚ୍ଛା ମନମୁତାବକ ରେ ଦେଇପାରିବେ ଏବଂ କୌଣସି ପ୍ରକାର ଡର ନରଖୀ ଦୁର୍ଘଟଣା ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ଏହି ଅବସରରେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥିବା ୮ ଜଣଙ୍କୁ ଜିଲ୍ଲାପାଳ ଓ ଏସପି ସମ୍ବର୍ଦ୍ଧିତ କରିଥିଲେ । ରାଜକିଶୋର ପ୍ରଧାନ, ବିଜୟ କୁମାର ସାହୁ,କୃଷ୍ଣଚନ୍ଦ୍ର ବେହେରା, ବିଜୟ କୁମାର ନାୟକ, ଗୋଲଖ ବିହାରୀ
ଗୋଚ୍ଛାୟତ, ସୁବ୍ରତ କୁମାର ମିଶ୍ର, କେଦାରନାଥ ସାହୁ, ସତ୍ୟ ପ୍ରକାଶ ସୁବୁଦ୍ଧିଙ୍କୁ ୨ ହଜାର ଟଙ୍କାର ଆର୍ଥିକ ରାଶି ସହ ସମ୍ବଦ୍ଧିତ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ଅନ୍ୟତମ ଅତିଥ୍ ଭାବେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031