Indus Valley Times

ନୟାଗଡ଼: ଫିଲ୍ମ ଷ୍ଟାଇଲରେ ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ,ଚୋରି ର ପାଞ୍ଚ ଦିନ ପରେ ବି ପୋଲିସ ହାତ ଖାଲି

 Breaking News

ନୟାଗଡ଼: ଫିଲ୍ମ ଷ୍ଟାଇଲରେ ଚୋରି ହୋଇଥିବା ନେଇ ସଦର ଥାନାରେ ଅଭିଯୋଗ,ଚୋରି ର ପାଞ୍ଚ ଦିନ ପରେ ବି ପୋଲିସ ହାତ ଖାଲି

February 05
21:58 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୫/୨: ନୟାଗଡ଼ ସଦରଥାନା ଅଧୀନ ମାଳିସାହି ଫାଣ୍ଡି ଅନ୍ତର୍ଗତ ମାଳିସାହି ଗ୍ରାମ ରେ ଡକାୟତ ମାନେ ଫିଲ୍ମି ଷ୍ଟାଇଲ ରେ ଚୋରି ହେଉଥିବା ନେଇ ନୟାଗଡ଼ ସଦରଥାନା ରେ ଅଭିଯୋଗ । ଅଭିଯୋଗ ଅନୁସାରେ ସଦରଥାନା ଅନ୍ତର୍ଗତ ମାଳିସାହି ଫାଣ୍ଡି ମାଳିସାହି ଗ୍ରାମ ର ବିଜୟ କୁମାର ବିଶ୍ୱାଳ ଙ୍କ ଘର ପଛ ପାଖରେ ଥିବା ଏକ ପାଳ ଗଦା ରେ ପ୍ରଥମେ ଦୁର୍ବୁତ୍ତ ମାନେ ନିଆଁ ଲଗେଇ ଦେଇଥିଲେ ।
ଅଗ୍ନିଶମ କର୍ମଚାରୀ ଏବଂ ବିଜୟ ଙ୍କ ପରିବାର ନିଆଁ ଲିଭା କାର୍ଯ୍ୟ ରେ ସହଯୋଗ କରିବା ପାଇଁ ବାଡ଼ି ପଟେ ରେ ଉପସ୍ଥିତ ଥିବାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଘର ଭିତରେ ପଶି ଆଲମିରା ଖୋଲି ସୁନା ମୁଦି, ସୁନା ହାର ଓ ନଗଦ ୫୨ ହଜାର ରୁ ଉର୍ଦ୍ଧ ଟଙ୍କା ଚୋରି ହୋଇଥିବା ନେଇ ସଦର ଥାନା ରେ ଅଭିଯୋଗ ହୋଇଥିଲା ।
ପରେ ମାଳିସାହି ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କଅଁର ଘଟଣା ସ୍ଥଳ ରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ କରିଥିଲେ । ତେବେ କିଛି ଦିନ ପୂର୍ବରୁ ମାଳିସାହି ବ୍ରିଜ ପାଖ ସରକାରୀ ମଦ ଦୋକାନ ପରିସର ରୁ ତାର ଚୋରି ହୋଇଥିବା ନେଇ ଅଭିଯୋଗ ପରେ ଘଟଣା ର ତଦନ୍ତ କରାଯାଇ ସିସି କ୍ୟାମେରା ଯାଞ୍ଚ କରାଯାଇ ଚୋରି ର ଦୃଶ୍ୟ ଜାଣିବା ପରେ ତାହା ମାଳିସାହି ଫାଣ୍ଡି ରେ ଭିତିରି ବୁଝାବଣା ରେ ସମାଧାନ କରାଯାଇଥିଲା ଯାହା କିଛି ଦିନ ପାଇଁ ଅଞ୍ଚଳ ରେ ବେଶ ଚର୍ଚ୍ଚା ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଲା ଯଦି ପୋଲିସ ଫାଣ୍ଡି ପାଖରୁ ରୁ ବାରମ୍ବାର ଚୋରି ହେଉଛି ପୋଲିସ ସୁରକ୍ଷା ଦେଇପାରୁନି ତେବେ ଆଦିବାସୀ ଏବଂ ଅନ୍ୟ ଗ୍ରାମ ଗୁଡିକୁ ସୁରକ୍ଷା କିପରି ଦେବ ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ଅତୀତ ରେ ଯଦି କହିବା ଫାଣ୍ଡି ପଛ ପାଖ ବିଦ୍ୟାଳୟ ରୁ ସିସି କ୍ୟାମେରା ଚୋରି ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାର ଟେର ପାଇନି ପୁଲିସ ।
ତେବେ ଏହି ଫାଣ୍ଡି ଅଞ୍ଚଳ ରେ ଡକାୟତ ମାନେ ପୋଲିସ କୁ ଖୋଲା ଚ୍ୟଲେଞ୍ଜ କରି ଗୋଟେ ପରେ ଗୋଟେ ଚୋରି କରିବା ରେ ସକ୍ରିୟ ହେଉଥିବା ବେଳେ ପୋଲିସ ଏହାର ସନ୍ଧାନ ନ ପାଇବା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଚି ।
ତେବେ ଏନେଇ ଫାଣ୍ଡି ଅଧିକାରୀ ରାଜେନ୍ଦ୍ର କଅଁର କହିଛନ୍ତି ଆମେ ଚୋରି ହୋଇଥିବା ସ୍ଥାନ କୁ ଯାଇଥିଲୁ କିନ୍ତୁ ଆଲମିରା ଭାଙ୍ଗି ନାହିଁ ଯେହେତୁ ସନ୍ଧ୍ୟା ସମୟ ର ଘଟଣା ଆଖ ପାଖ କେହି ଏପରି କରିଥାଇ ପାରନ୍ତି ତଦନ୍ତ ଚାଲିଛି ଜ୍ଝ ତେବେ ଦେଖାଯାଉ ଆଗାମୀ ଦିନରେ ଆଉ କାହାର ଚୋରି ହେଉଛି କି ଚୋର ମାନ ଙ୍କୁ ଚିହ୍ନିବା ପରେ ବୁଝାମଣା କରି ସମାଧାନ କରାଯାଉଛି ଦେଖିବାକୁ ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031