Indus Valley Times

ନୟାଗଡ଼ : ବାହାଡା ଝୋଲା ପୋଲିସ ଫାଣ୍ଡିରେ ନୂତନ ଅଧିକାରୀ ଭୀମସେନ ମଲ୍ଲିକଙ୍କ ଯୋଗଦାନ

 Breaking News

ନୟାଗଡ଼ : ବାହାଡା ଝୋଲା ପୋଲିସ ଫାଣ୍ଡିରେ ନୂତନ ଅଧିକାରୀ ଭୀମସେନ ମଲ୍ଲିକଙ୍କ ଯୋଗଦାନ

August 01
19:01 2022

ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ
ନୟାଗଡ଼,୧/୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧିନସ୍ଥ ନୂଆଗାଁ ବ୍ଳକର ବାହାଡାଝୋଲା ପୋଲିସ ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି ଞ୍ଚଭୀମସେନ ମଲ୍ଲିକ।
ବାହାଡ଼ାଝୋଲା,ହରିପୁର, ବେରୁଆଁବାରି, ସୀଙ୍ଗାରପଲ୍ଲି,ସମେତ ଆଦିବାସୀ ବହୁଳ କାପ୍ତାପଲ୍ଲି ଓ ଗୁମି ୬ ଟି ପଞ୍ଚାୟତ ର ୯୭ ଟି ରାଜସ୍ବ ଗ୍ରାମର ଜନସାଧାରଣ ଙ୍କ ଧନଜୀବନ ର ସୁରକ୍ଷା ଏବଂ ଅଞ୍ଚଳର ଶାନ୍ତିଶୃଙ୍ଖଳା ବଜାୟ ରଖିବା, ବାହାଡ଼ାଝୋଲା ଫାଣ୍ଡି ଅଧିକାରି ଓ ନିଯୁକ୍ତ କର୍ମଚାରୀ ଙ୍କ ମୁଖ୍ୟ ଦାୟିତ୍ଵ।
ଜନସଂଖ୍ୟା ବୃଦ୍ଧି ସହିତ ବାହାଡା ଝୋଲା ଅଞ୍ଚଳ ଗଞ୍ଜାମ ଜିଲ୍ଲା ସହ ସଂଯୋଗ କରୁଥିବା ବେଳେ ଆଦିବାସୀ ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ସହିତ ଅପରାଧ ବୃଦ୍ଧି ପାଉଛି। ଗୁରୁବାର ସାପ୍ତାହିକ ହାଟ କୁ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ମାନେ ବ୍ୟବସାୟ ପାଇଁ ଆସିଥାନ୍ତି।
।ଏଣୁ ଅଞ୍ଚଳ ବାସୀଙ୍କ ଧନ ଜୀବନ ର ସୁରକ୍ଷା,ଶାନ୍ତି ଶୃଙ୍ଖଳା ରକ୍ଷା କରି ଲୋକଙ୍କୁ ନ୍ୟାୟ ପ୍ରଦାନ,ନୂତନ ଫାଣ୍ଡି ଅଧିକାରୀଙ୍କ ଶ୍ରୀ ମଲ୍ଲିକ ଙ୍କ ପାଇଁ ବଡ଼ ଚାଲେଞ୍ଜ ।
ଫାଣ୍ଡି ଅଧିକାରୀ ଶ୍ରୀ ମଲ୍ଲିକ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା , ଜନସାଧାରଣ ଙ୍କ ସୁରକ୍ଷା ଏବଂ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଅଞ୍ଚଳର ସମାଜସେବୀ,ବୁଦ୍ଧିଜୀବୀ ଓ ଶାନ୍ତିପ୍ରିୟ ଜନସାଧାରଣ ଙ୍କ ସହଯୋଗ କାମନା କରିଛନ୍ତି।
ଶ୍ରୀ ମଲ୍ଲିକ ଗଣମାଧ୍ୟମ ଜରିଆରେ ଅଞ୍ଚଳର ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକ,
ବାହାଡାଝୋଲା ଫାଣ୍ଡି ର ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁର ସମାଧାନ ପାଇଁ ଅନୁରୋଧ କରିଛନ୍ତି।
ପୋଲିସ ପେଟ୍ରୋଲିଙ୍ଗ,ଗାଡି ଚେକିଙ୍ଗ, ଅପରାଧୀ ଓ ଚୋରା ନିଶା ବେପାରୀଙ୍କ ଉପରେ କଡାନଜର ରଖିବା ନେଇ ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031