Indus Valley Times

ନୟାଗଡ଼ : ରୁବିନା ହତ୍ୟାକାଣ୍ଡ ଘଟଣାରେ ଖଣପଡା ଥାନା ସମୁଖରେ ଧାରଣା ଦେଲେ ମହିଳା

 Breaking News

ନୟାଗଡ଼ : ରୁବିନା ହତ୍ୟାକାଣ୍ଡ ଘଟଣାରେ ଖଣପଡା ଥାନା ସମୁଖରେ ଧାରଣା ଦେଲେ ମହିଳା

ନୟାଗଡ଼ : ରୁବିନା ହତ୍ୟାକାଣ୍ଡ ଘଟଣାରେ ଖଣପଡା ଥାନା ସମୁଖରେ ଧାରଣା ଦେଲେ ମହିଳା
January 19
10:24 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୯/୧: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଖଣ୍ଡପଡ଼ା ଥାନା ଅଧୀନ ବଡ଼ ବାଣପର ପଞ୍ଚାୟତ କୁମୁଣ୍ଡି ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ଝିଅ ରୁବିନାକୁ ପ୍ରେମିକ ସର୍ବେଶ୍ଵର ରାଉତ ଓ ତାଙ୍କ ସଂପର୍କୀୟମାନେ ହତ୍ୟା କରିଥିବା ନେଇ ଗତ ୨୦୨୨ ଅକ୍ଟୋବର ୨୦ ତାରିଖରେ ଖଣ୍ଡପଡ଼ା ଥାନାରେ ଅଭିଯୋଗ ହୋଇଥଲା।
ଏହି ଅଭିଯୋଗ ଆଧାରରେ ପୋଲିସ ସର୍ବେଶ୍ୱରଙ୍କ ସମେତ ତାଙ୍କର ସମ୍ପର୍କୀୟ ୮ ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲେ।
ପରବର୍ତ୍ତୀ ସମୟରେ ପୋଲିସ ସର୍ବେଶ୍ଵର ଙ୍କୁ ଗିରଫ କରି ଜେଲ ପଠାଇଥିବା ବେଳେ ଅନ୍ୟ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ନଥିଲା। ଏଥି ମଧ୍ୟରେ ୩ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ହେଁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ ନ କରିବା ନେଇ ମୃତ ଯୁବତୀ ଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ।ମୃତ ଯୁବତୀ ଙ୍କ ପରିବାର ପକ୍ଷରୁ ନୟାଗଡ ଏସ.ପି ଓ ପୋଲିସ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ମଧ୍ୟ କୌଣସି ସୁଫଳ ମିଳି ନଥିଲା।
ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଖଣ୍ଡପଡ଼ା ଶାଖାର ଆହ୍ବାନ କ୍ରମେ ୧୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଖଣ୍ଡପଡ଼ା ଥାନା ସମ୍ମୁଖରେ ବୁଧବାର ଦିନ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ।
ସମାଜସେବୀ ସୁରେଶ ସ୍ବାଇଁ, ନାରୀ ନେତ୍ରୀ ସଂଯୁକ୍ତା ସେଠୀ,ରୁପମଞ୍ଜରି ସାହୁ,ସଂତୋଷିନି ସାହୁ,ବାସନ୍ତୀ ବେହେରା, ଶ୍ରମିକ ସଂଗଠନ ବରିଷ୍ଠ ନେତା ଚାପଧାରି ରାଉତଙ୍କ ନେତୃତ୍ବରେ ମହିଳାମାନେ ଏକ ଶୋଭା ଯାତ୍ରାରେ ଖଣ୍ଡପଡ଼ା ସହର ପରିକ୍ରମା କରିବା ପରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ।
ଖଣ୍ଡପଡ଼ା ସି. ଡି.ପି.ଓ ପ୍ରଭାତ କୁମାର ମଲ୍ଲିକ, ଆଇ.ସି.ଆଇ ରମେଶ କୁମାର ଦେବତା ଓ ଫତେଗଡ ଥାନା ଅଧିକାରୀ ଜ୍ୟୋତିପ୍ରକାଶ ପଣ୍ଡାଙ୍କ ସମେତ ଜିଲ୍ଲା ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରିଣୀ ପ୍ରମୁଖ ଧାରଣାରତ ମହିଳା ମାନଙ୍କୁ ବୁଝା ସୁଝା କରିଥିଲେ ହେଁ ରିପୋର୍ଟ ଲେଖା ପର‌୍ୟ୍ୟନ୍ତ ଖଣ୍ଡପଡ଼ା ଥାନା ସମ୍ମୁଖରେ ଧାରଣା ଚାଲୁ ରହିଥିବାର ଜଣା ପଡ଼ିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031