Indus Valley Times

ନୟାଗଡ଼ : ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଓ ଅଙ୍ଗଦାନ କାର୍ଯ୍ୟକ୍ରମ

 Breaking News

ନୟାଗଡ଼ : ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଓ ଅଙ୍ଗଦାନ କାର୍ଯ୍ୟକ୍ରମ

ନୟାଗଡ଼ : ଶ୍ରୀରାମକୃଷ୍ଣ-ବିବେକାନନ୍ଦ ଆଶ୍ରମ ତରଫରୁ ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର ଓ ଅଙ୍ଗଦାନ କାର୍ଯ୍ୟକ୍ରମ
January 14
11:36 2023

ବିଶ୍ୱ ଭୂଷଣ ମହାମାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୪/୧:ନୟାଗଡ଼ ଖଣ୍ଡପଡ଼ାରୋଡସ୍ଥିତ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ସ୍ବାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମର ପ୍ରତିଷ୍ଠାତା ସଂପାଦକ ଶ୍ରୀଧର ସାହୁଙ୍କ ନେତୃତ୍ବରେ ମହାସମାରୋହରେ ପାଳିତ ହୋଇ ଯାଇଛି।
ସକାଳ ୦୯ଟା ସମୟରେ ଆୟୋଜିତ ବିଶାଳ ଶୋଭାଯାତ୍ରାକୁ ନୟାଗଡ଼ ପୌରପରିଷଦ ପୌରାଧ୍ୟକ୍ଷା ନିରୁପମା ଖଟେଇ ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରଫେସର ସତ୍ୟ ନାରାୟଣ ଆଚାର୍ଯ୍ୟ ପତାକା ଦେଖାଇ ଉଦଘାଟନ କରିଥିଲେ। ଶୋଭାଯାତ୍ରାରେ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର, ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ଜିଲ୍ଲା ଶାଖା,ଭାରତ ବିକାଶ ପରିଷଦ,ସତ୍ୟସାଇ ସେବା ସଂଗଠନ,ପୂଜ୍ୟପୂଜା କମିଟି,ସଂସ୍କୃତ ବିକାସ ପରିଷଦ, ବୈଦିକ ସଂସ୍କୃତି ପ୍ରତିଷ୍ଠାନ,ରୋଟାରୀ କ୍ଲବ,ତଥାସ୍ତୁ,ଉତ୍କଳ ସମ୍ମିଳନୀ ନୟାଗଡ଼ ଜିଲ୍ଲା ଶାଖା,ପରମ୍ପରା ସାହିତ୍ୟ ଅନୁଷ୍ଠାନ,ଜିଲ୍ଲା କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ, ସୋହମ, ବରିଷ୍ଠ ନାଗରିକ ମଞ୍ଚ ଓ ସିଭିଲ୍ ସୋସାଇଟି ଆଦି ଅନେକ ସାମାଜିକ ଅନୁଷ୍ଠାନ ଯୋଗଦେଇଥିଲେ।
ସକାଳ ୧୦ଟାରେ ଆୟୋଜିତ ରକ୍ତ ଦାନ ଶିବିରକୁ ପୌରପରିଷଦ ଅଧ୍ୟକ୍ଷା ଓ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଅମୁଲ୍ୟ କୁମାର ମହାନ୍ତି ରିବନ କାଟି ଉଦଘାଟନ କରିଥିଲେ।
ଅପରାହ୍ନ ୦୨ଟା ରେ ସ୍ବାମୀ ବିବେକାନନ୍ଦ ଲୋକ ସଂସଦ,ନୟାଗଡ଼ର ସଭାପତି ପ୍ରଫେସର ରାମଚନ୍ଦ୍ର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଅଙ୍ଗଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡକ୍ଟର ଅରୁଣ କୁମାର ସାହୁ,ବିଶିଷ୍ଟ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ମୁଖ୍ୟ ବକ୍ତା ଭାବେ ରୋଟାରୀ ୩୨୬୨ ଜିଲ୍ଲାର ଅଙ୍ଗଦାନ କାର୍ଯ୍ୟକ୍ରମ ର ଅଧ୍ୟକ୍ଷ ରୋଟାରୀଆନ ବିକ୍ରମାଦିତ୍ୟ ନାୟକ ଓ ସମ୍ମାନିତ ଅତିଥି ଭାବେ ପୌରପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ ଯୋଗଦେଇ ଥିଲେ। ସ୍ବାମୀ ବିବେକାନନ୍ଦ ଥିଲେ ଭାରତବର୍ଷର ପ୍ରାଣ ଏବଂ ତାଙ୍କ ଆଦର୍ଶ ଜୀବନୀ ସମସ୍ତ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।
ରକ୍ତଦାନ ସହିତ ଅଙ୍ଗଦାନ ଭଳି ମହତ କାର‌୍ୟ୍ୟକୁ ଶ୍ରୀରାମକୃଷ୍ଣ ବିବେକାନନ୍ଦ ଆଶ୍ରମ ହାତକୁ ନେଇଥିବାରୁ ମୁଖ୍ୟ ଅତିଥି ଅନୁଷ୍ଠାନକୁ ଧନ୍ୟବାଦ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଶ୍ରୀଯୁକ୍ତ ନାୟକ ଅଙ୍ଗଦାନ କାହିଁକି ଓ କିପରି କରାଯିବ ସେ ବିଷୟରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ବେଳେ ଅଙ୍ଗଦାନ କାର‌୍ୟ୍ୟକ୍ରମରେ ୨୦ ଜଣ ଅଙ୍ଗଦାନ ଓ ୦୫ ଜଣ ଶରୀର ଦାନ କରିବା ପାଇଁ ଶପଥ ପାଠ କରିଥିଲେ।
କାର୍ଯ୍ୟକ୍ରମର ଆୟୋଜକ ସମାଜସେବୀ ଶ୍ରୀଧର ସାହୁ, ଦାମୋଦର ସାହୁ, ପ୍ରିୟମ୍ବଦା ମହାପାତ୍ର,ଅଜୟ କୁମାର ମହାପାତ୍ର ଓ ଲକ୍ଷ୍ମୀନାରାୟଣ ରଥ ଶରୀରଦାନ କରିବା ପାଇଁ ଶପଥ ପାଠ କରିଥିବାରୁ ନୟାଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ସାହୁ ଗୋଲାପ ଫୁଲ ଦେଇ ସେମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।
ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ନୟାଗଡ଼ ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ଇଂ.ସରୋଜକାନ୍ତ ପାତ୍ରଙ୍କ ବଦାନ୍ୟତାରେ ଗରୀବ ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟର ଗୁରୁଜୀ ଗୁରୁମା, ଅଭିଭାବକ ଓ ଶୁଭେଛୁ ଭଦ୍ର ବ୍ୟକ୍ତି ମାନେ ରକ୍ତ ଦାନ କରିବା ସହିତ ୧୨ଟି ସାମାଜିକ ଅନୁଷ୍ଠାନ ର କାର୍ଯ୍ୟକର୍ତ୍ତା ମାନେ ଅଙ୍ଗଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲା ବେଳେ ନୟାଗଡ଼ ବ୍ଳଡ୍ ବ୍ୟାଙ୍କର କର୍ମଚାରୀମାନେ ରକ୍ତ ଦାନ ଶିବିରକୁ ସଂଚାଳନ କରିଥିଲେ। ପରିଶେଷରେ ବିଦ୍ରାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031