Indus Valley Times

ନୟାଗଡ଼ ସଡକ ଦୁର୍ଘଟଣା: ଛଅ ମୃତ ଜଣେ ଗୁରୁତର

 Breaking News

ନୟାଗଡ଼ ସଡକ ଦୁର୍ଘଟଣା: ଛଅ ମୃତ ଜଣେ ଗୁରୁତର

November 24
20:49 2020

କିଶୋର ମହାପାତ୍ରଙ୍କ ରିିପୋଟ
ନୟାଗଡ଼,୨୪/୧୧: ନୟାଗଡ଼ ଶରଣକୁଳ ହାଇସ୍କୁଲ ଛକ ଠାରେ ଡମ୍ଫର ଧକାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଛଅ ମୃତ ଜଣେ ଗୁରୁତର। ଗୁରୁତର ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଭାରସାମ୍ୟ ହରାଇ ଡମ୍ଫର ଟି ଲୋକମାନଙ୍କ ଉପରେ ଚଢ଼ିଯାଇ ଥିବା ସୂଚନା। ମୃତକମାନେ ହେଲେ ରାକେଶ ମହାପାତ୍ର (୧୭) ସୁବାସିନୀ ସାହୁ (୪୨) ସରୋଜିନୀ ସାହୁ (୩୫) ନିଳକଣ୍ଠ ମହାରଣା(୮୦) କାଜଲ ମହାରଣା(୧୫) ପଦ୍ମଲୋଚନ ସାହୁ(୩୦) ଏହି ସମସ୍ତ ଶରଣକୁଳ ସୁହାର ସାହି ଓ ଚୁଡାମିଲ୍ ସାହି ର ବୋଲି ଜଣାପଡିଛି। ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ମୃତ ଦେହକୁ ରଖି ସ୍ଥାନିୟ ଲୋକ ଓଡ଼ଗାଁ ନୟାଗଡ଼ ରାସ୍ତା କୁ ଅବରୋଧ କରି ରଖିଛନ୍ତି। ଉତେଜନା କୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031