Indus Valley Times

ନୟାଗଡ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମରେ ଗୁଳିକାଣ୍ଡରେ ଜଣେ ମୃତ

 Breaking News

ନୟାଗଡ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମରେ ଗୁଳିକାଣ୍ଡରେ ଜଣେ ମୃତ

ନୟାଗଡ ଜିଲ୍ଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗ୍ରାମରେ ଗୁଳିକାଣ୍ଡରେ ଜଣେ ମୃତ
December 20
10:06 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ ,୨୦/୧୨ :ନୟାଗଡ ଜିଲ୍ଲା ଇଟାମାଟି ଥାନା ଲାଠିପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପ୍ରସାଦ ଗ୍ରାମରେ ଗୁଳିକାଣ୍ଡରେ ଜଣେ ମୃତ। ମୃତକ ଜଣଙ୍କ ଉକ୍ତ ଗ୍ରାମର ସୁବାଷ ଚନ୍ଦ୍ର ନାୟକଙ୍କ ବଡ଼ ପୁଅ ଅନିରୁଦ୍ଧ ନାୟକ ହୋଇଥିବା ବେଳେ ଜଣେ ସେନା କର୍ମଚାରୀ ମଧ୍ୟ। ସୂଚନାନୁସାରେ ଉକ୍ତ ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ଶତ୍ରୁତା କୁ ନେଇ ଗୁଳିକାଣ୍ଡ ଘଟିଛି।
ଅନିରୁଦ୍ଧଙ୍କ ବ୍ୟତୀତ ୫ ଜଣ ଆହତ ହୋଇଥିବାର ଜଣା ପଡ଼ିଛି। ଆହତମାନେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ଅନିରୁଦ୍ଧଙ୍କୁ ଚିକିତ୍ସାଳୟରେ ମୃତ ଘୋଷଣା କରା ଯାଇଛି। ଆହତମାନେ ହେଲେ ଉକ୍ତ ଗ୍ରାମର ତାରେଶ୍ୱର ନାୟକ, ନିବାସ ନାୟକ, ବାସୁ ନାୟକ, ଦୀପୁ ନାୟକ,ପରମାନନ୍ଦ ନାୟକ ଓ ବାପି ନାୟକ ।ମୃତକଙ୍କ ଦେହରେ ୧୦ ଟି ଗୁଳି ବାଜିଥିବାର ସୂଚନା ମିଳିଛି।
ଗତକାଲି ମୃତକ ଜଣଙ୍କ ଗ୍ରାମକୁ ଆସିଥିଲେ। ଉଭୟ ପକ୍ଷର ଆହତମାନେ ଚିକିତ୍ସିତ ହେଉଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଜଣେ ବିଜେପି ନେତା ସନ୍ତୋଷ କୁମାର ପ୍ରଧାନ ଖସିଯିବାରେ ସହାୟତା କରିଥିବା ସୂଚନା ମିଳିଛି। ଗ୍ରାମବାସୀମାନେ ଏହାକୁ ବିରୋଧ କରି ମେଡ଼ିକାଲ ଛକଠାରେ ରାସ୍ତାରୋକ କରିଥିଲେ।
୨ ଘଣ୍ଟା ଟାୟାର ଜାଳି ୫୭ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ବିଜେପି ନେତାଙ୍କ ଗିରଫ ଦାବିରେ ଗ୍ରାମବାସୀ ନାରାବାଜି ଦେଇଥିଲେ। ଏହାପରେ ନୟାଗଡ଼ ଆଡିସନାଲ ଏସ.ପି ଆସି ୮ ଦିନ ମଧ୍ୟରେ ଅଭିଯୁକ୍ତ କୁ ଗିରଫ କରିବାର ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031