Indus Valley Times

ନୟାଗଡ଼ : ଅସହାୟ ମହିଳାଙ୍କ ଅସ୍ତ୍ରୋପଚାର

 Breaking News

ନୟାଗଡ଼ : ଅସହାୟ ମହିଳାଙ୍କ ଅସ୍ତ୍ରୋପଚାର

June 17
10:55 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୬: ଅନନ୍ୟା ଫାଉଣ୍ଡେସନ୍ ଫାଉଣ୍ଡେସନ ତରଫରୁ ନୟାଗଡ଼ ବ୍ଲକ ଗମ୍ଭାରୀଡ଼ିହି ପଂଚାୟତର କୃଷ୍ଣାଦେଇପୁର ଗ୍ରାମର ରଶ୍ମିତା ଦୀକ୍ଷିତଙ୍କ ଅସ୍ତ୍ରୋପଚାର ପାଇଁ ସହଯୋଗ କରାଯାଇଛି।
ରଶ୍ମିତା ଦୀକ୍ଷିତଙ୍କ ସ୍ୱାମୀ ପ୍ରଫୁଲ୍ଲ ନନ୍ଦ ଜଣେ ପୂଜାରୀ। ରଶ୍ମିତାଙ୍କ ପେଟ ଦୀର୍ଘ ତିନି ମାସ ହେଲା ଅସ୍ୱାଭାବିକ ଭାବେ ବଢିବାକୁ ଲାଗିଥିଲା। ସ୍ଵାମୀଙ୍କ ସ୍ବଳ୍ପ ରୋଜଗାର ଏବଂ ସ୍ୱାମୀ ଚିକିତ୍ସା ପାଇଁ ସେତିକି ସଚେତନ ନଥିବାରୁ ରଶ୍ମିତା କଷ୍ଟ ଭୋଗିବା ସହ ମୃତ୍ୟୁର ଦ୍ୱାର ଦେଶରେ ପହଁଚି ସାରିଥିଲେ।
ରଶ୍ମିତାଙ୍କ ଦୁଇଟି ଛୁଆ ଥିବା ହେତୁ କଷ୍ଟ ହେଲେ ମଧ୍ୟ ବାଧ୍ୟବାଧ୍ୟକତାରେ ଘର କାମ କରୁଥିଲେ। ଯାହା ତାଙ୍କ ପକ୍ଷେ କଷ୍ଟସାଧ୍ୟ ଥିଲା। କିନ୍ତୁ ନାଚାର ରଶ୍ମିତା ଭାଗ୍ୟକୁ ଆଦରି ଏ ସବୁ କାର୍ଯ୍ୟ ଜାରି ରଖିଥିଲେ।
ଏ ଖବର ଅନନ୍ୟା ଫାଉଣ୍ଡେସନ ପାଖରେ ପହଞ୍ଚିବା ପରେ ଅନନ୍ୟା ଫାଉଣ୍ଡେସନ ତତ୍ପରତା ଦେଖାଇ ବ୍ୟାଧିର ସ୍ଥିତିକୁ ପରଖି କାଳ ବିଳମ୍ବ ନକରି ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲକୁ ରଶ୍ମିତାଙ୍କୁ ଚିକିତ୍ସା ପାଇଁ ନେଇଥିଲା ।
ପରେ ଦୁଇଟି ବିଭାଗର ଡାକ୍ତରଙ୍କ ମିଳିତ ପ୍ରୟାସରେ ଦୀର୍ଘ ଦଶ ଦିନରୁ ଉର୍ଦ୍ଧ୍ବ ସମୟ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବା ପରେ ଆଜି ଦୀର୍ଘ ୬ ଘଣ୍ଟାର ଅପରେସନ ପରେ ପାଖାପାଖି ତିନି କିଲୋର ଟ୍ୟୁମର କଢ଼ାଯାଇଛି।
ଶେଷ ଖବର ସୁଦ୍ଧା ରଶ୍ମିତା ସୁସ୍ଥ ଅଛନ୍ତି। ବିଗତ ଦଶ ଦିନ ଧରି ଅନନ୍ୟା ଫାଉଣ୍ଡେସନ୍ ତରଫରୁ ପର୍ଯ୍ୟାୟ କ୍ରମେ ଆଶୁତୋଷ, ସନ୍ତୋଷ, ଅପର୍ଣ୍ଣା, ଅଭିନାଶଙ୍କ ତରଫରୁ ୨୪ ଘଣ୍ଟିଆ ଦେଖାଶୁଣା କରୁଛନ୍ତି। ଅନନ୍ୟା ଫାଉଣ୍ଡେସନ ର ଏହି ମହତ୍ କାର‌୍ୟ୍ୟ ଲାଗି ବହୁ ସମାଜସେବୀ ଓ ସଙ୍ଗଠନ ଶୁଭେଚ୍ଛା ଜଣାଇଛନ୍ତି

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031