Indus Valley Times

ନୟାଗଡ଼ : ଇନରହ୍ବୁଲି କ୍ଲବ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

 Breaking News

ନୟାଗଡ଼ : ଇନରହ୍ବୁଲି କ୍ଲବ୍ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

August 08
20:43 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୮/୮: ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ଅସମ୍ଭବ। ଏହି ବାର୍ତ୍ତା ଦେଇ ନୟାଗଡ଼ ଇନରହ୍ବୁଇଲ କ୍ଲବ ପକ୍ଷରୁ ପାଣିପୋଇଲା ସ୍ଥିତ ମଦର ଆବାସିକ ଆଶ୍ରମ ବିଦ୍ୟାଳୟ ଠାରେ ଏକ ଶହ ରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯିବା ସହ ଆଶ୍ରମ ପିଲା ମାନଙ୍କୁ ପାଠ୍ୟ ଉପକରଣ ଏବଂ ଖାଦ୍ୟ ବଣ୍ଟନ କରାଯାଇଥିଲା।
ଇନରହ୍ବୁଲି କ୍ଲବ୍ ର ସଭାପତି ଡ଼. ଜ୍ୟୋସ୍ନା ମୟୀ ପଟ୍ଟନାୟକ, ସମ୍ପାଦକ ନମିତା ନନ୍ଦ, କାର‌୍ୟ୍ୟକାରୀଣି ସଦସ୍ୟା ସୈାଦାମିନୀ ସ୍ବାଇଁ, ସାରଳା ପଟ୍ଟନାୟକ ପ୍ରମୁଖ ଏହି କାର‌୍ୟ୍ୟକ୍ରମ ରେ ଯୋଗଦେଇ ନିଜ ନିଜର ସୁଚିନ୍ତିତ ମତାମତ ପ୍ରକାଶ କରିବା ସହ ଆଶ୍ରମ ର ପରିଚାଳନା ନିର୍ଦ୍ଦେଶିକା ପ୍ରଭାସିନୀ ନନ୍ଦ ଙ୍କ ଆଶ୍ରମ ପ୍ରତି ଅବଦାନ କୁ ଭୁୟଷି ପ୍ରଶଂସା କରିଥିଲେ।
କ୍ଲବ୍ ର ସଦସ୍ୟା ଡଃ. ସୁକାନ୍ତି ମହାନ୍ତି, ସସ୍ମିତା ପଟ୍ଟନାୟକ, ତପସ୍ଵିନୀ ପଟ୍ଟନାୟକ, ସନରାଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031