Indus Valley Times

ନୟାଗଡ଼ : ଓଡ଼ଗାଁରେ ଜିଲ୍ଲା ଲେଖକ ପରିଷଦର ନୂଆଖାଇ ଭେଟଘାଟ

 Breaking News

ନୟାଗଡ଼ : ଓଡ଼ଗାଁରେ ଜିଲ୍ଲା ଲେଖକ ପରିଷଦର ନୂଆଖାଇ ଭେଟଘାଟ

September 01
20:19 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧/୯: ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ୍ ସମ୍ମିଳନୀ କକ୍ଷରେ ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଓ ସ୍ଥାନୀୟ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦର ମିଳିତ ଆନୁକୂଲ୍ୟରେ ବର୍ଷାକାଳୀନ ସାହିତ୍ୟ ଆସର ତଥା ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି।
ଏ ଅବସରରେ ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ମୁଖ୍ୟଅତିଥି ରୂପେ ଯୋଗଦେଇଥିବା ବେଳେ ଓଡ଼ଗାଁ ସମ୍ବାଦ ସାହିତ୍ୟଘର ସଭାପତି ଦିବାକର ନାୟକ ବିଶେଷ ଅତିଥି,ଡଃ କୈଳାସ ବାଣ୍ଠ ମୁଖ୍ୟବକ୍ତା ଏବଂ ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ଶେଖ୍ ଅବଦୁଲ ଖାଲିକ୍, ରଘୁନାଥ ସାରସ୍ଵତ ସଂସଦର ସଭାପତି ପଞ୍ଚାନନ ପଣ୍ଡାଙ୍କ ସମେତ ସ୍ଥାନୀୟ ସମସ୍ତ ସାମ୍ବାଦିକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଲେଖକ ପରିଷଦର ସଭାପତି ପ୍ରଧାନୀ ବୄନ୍ଦାବନ ମହାପାତ୍ରଙ୍କ ସଭାପତିତ୍ୱରେ ଉକ୍ତ ସଭାରେ ବରିଷ୍ଠ କବି ଗୋଦାବରୀଶ ମିଶ୍ର, ନିର୍ମଳଚନ୍ଦ୍ର ଶୂରଦେଓ,ନୀଳିମା ନନ୍ଦ, ଗାଳ୍ପିକ ଲଳିତ ମୋହନ ମିଶ୍ର,ଦେବେନ୍ଦ୍ର ପରମଗୁରୁ, ଗାଳ୍ପିକ ତଥା ନାଟ୍ୟକାର ଆଶୁତୋଷ ମିଶ୍ର,ଶୀତୁପ୍ରକାଶ ରଥ, ସମାଜସେବୀ ରଞ୍ଜନରଶ୍ମି ଜେନା,ଗୋପୀନାଥ ସେଠୀ,ନିରଞ୍ଜନ ନାୟକ,ଓମାର୍ ମଲ୍ଲିକ ଆଦି ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ।
ଏହି ଆସରରେ ନୟାଗଡ଼ ଏବଂ ଓଡ଼ଗାଁ ଅଞ୍ଚଳରୁ ପ୍ରାୟ ଏକଶହରୁ ଉର୍ଦ୍ଧ୍ବ କବିକବୟିତ୍ରୀଙ୍କ ସମାଗମ ହୋଇଥିଲା।
ପୁଷ୍ପାଞ୍ଜଳି ମିଶ୍ର, ଯଶୋବନ୍ତ ପଟ୍ଟନାୟକ, ବିଭୁତି ମିଶ୍ର ଓ କ୍ଷଣପ୍ରଭା କର କବିତା ଗୁଡିକୁ ସଂଯୋଜନା କରିଥିଲେ।ଜିଲ୍ଲା ଲେଖକ ପରିଷଦର ଓଡ଼ଗାଁ ବ୍ଲକ୍ ପ୍ରତିନିଧି ଯଶୋବନ୍ତ ପଟ୍ଟନାୟକ ଅତିଥି ସ୍ୱାଗତ କରିଥିବାବେଳେ କବି ରଞ୍ଜନ କୁମାର ଦାଶ ସ୍ୱାଗତଭାଷଣ ଓ କବି ପ୍ରଶାନ୍ତ କୁମାର ଦାଶ ଭଜନ ପରିବେଷଣ କରିଥିଲେ।
ରଘୁନାଥ ସାରସ୍ଵତ ସଂସଦର ଉପସଭାପତି ଶରତଚନ୍ଦ୍ର ଷଡ଼ଙ୍ଗୀ, ପ୍ରିୟଦର୍ଶନୀ ମହାପାତ୍ର, ପ୍ରହଲ୍ଲାଦ ବେହେରା, ରମାକାନ୍ତ ପ୍ରଧାନ,କମଳିନୀ ବେହେରା,ନିରଞ୍ଜନ ସାହୁ,ଅରୁଣ କୁମାର ସାହୁ,ପ୍ରଭାତି ପଟ୍ଟନାୟକ,ଦୂତୀକୄଷ୍ଣ ମିଶ୍ର,ପରମାନନ୍ଦ ସ୍ୱାଇଁ, ରବୀନ୍ଦ୍ର କୁମାର ଘଡେଇ,ବବିତାରାଣୀ ମହାପାତ୍ର ଆଦି ସଭ୍ୟସଭ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031