Indus Valley Times

ନୟାଗଡ଼: ଖୋଲିଲା କଟକ ଏଲ୍‌ଆଇସି ଏଜେଣ୍ଟଙ୍କ ହତ୍ୟା ରହସ୍ୟ

 Breaking News

ନୟାଗଡ଼: ଖୋଲିଲା କଟକ ଏଲ୍‌ଆଇସି ଏଜେଣ୍ଟଙ୍କ ହତ୍ୟା ରହସ୍ୟ

ନୟାଗଡ଼: ଖୋଲିଲା କଟକ ଏଲ୍‌ଆଇସି ଏଜେଣ୍ଟଙ୍କ ହତ୍ୟା ରହସ୍ୟ
December 13
11:03 2022

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୩/୧୨: ବିବାହିତା ମହିଳାଙ୍କୁ ପ୍ରେମ କରିବା ମହଙ୍ଗା ପଡ଼ିଲା କ୍ଷ ପ୍ରେମିକକୁ ପ୍ରେମିକା ସମେତ ବିବାହିତା ପ୍ରେମିକାର ସ୍ୱାମୀ ଓ ୨ ପରିବାର ସଦସ୍ୟ ବିଭତ୍ସ ଭାବେ ହତ୍ୟା କରି ଘରେ ଜାଳି ଦେବା ପରେ ପୋଡା ହାଡ଼କୁ ନେଇ ପୋଖରୀରେ ଫିଙ୍ଗିଦେଇଥିବା ସୂଚନା କ୍ଷ ତେବେ ଏଭଳି ଏକ ବିଭତ୍ସ ହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଂଚଳରୁ ।
ସୂଚନା ଅନୁସାରେ ନୟାଗଡ଼ ମହୀପୁର ଅଂଚଳର ସୁନିତା ସାହୁ ନିଜ ସ୍ୱାମୀ ଦିପୁ ସାହୁଙ୍କ ସହ କଟକ ଠାରେ ଦହିବରା ବେପାର କରୁଥିଲେ କ୍ଷ ତେବେ ଏହି ଦହି ବରା ବେପାର ବେଳେ ସୁନିତାଙ୍କର କଟକରେ ଖଓଉ ଏଜେଣ୍ଟ ଭାବେ କାମ କରୁଥିବା ଶୈଳେନ୍ଦ୍ର ଜେନାଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା ଓ ଯାହାକୁ ନେଇ ପୂର୍ବରୁ ଶୈଳେନ୍ଦ୍ର ଓ ଦିପୁଙ୍କ ମଧ୍ୟରେ ବଚସା ହୋଇଥିଲା।
ତେବେ ଗତ କିଛିଦିନ ତଳେ ପ୍ରେମିକା ଫୋନରୁ ନୂଆଗାଁ ଅଞ୍ଚଳକୁ ଆସିବା ପାଇଁ ମେସେଜ ଆସିବା ପରେ ପ୍ରେମିକ ଶୈଳେନ୍ଦ୍ର ନିଜର ଅନ୍ୟଜଣେ ବନ୍ଧୁଙ୍କ ସହ ନୂଆଗାଁ ମହୀପୁର ଅଞ୍ଚଳକୁ ଆସିଥିଲେ ଓ ତେବେ ସେହିଠାରେ ଯୋଜନାବଦ୍ଧ ଭାବେ ଶୈଳେନ୍ଦ୍ରଙ୍କୁ ସୁନିତା ସାହୁ, ସୁନିତାଙ୍କ ସ୍ୱାମୀ ଦିପୁ ସାହୁ, ସୂରିଆ ସାହୁ ଓ ଦିପୁଙ୍କର ବାପା ମିଶି ଘରେ ବିଭତ୍ସ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟପାଇଁ ଶଵକୁ ପୋଡିବା ପରେ ନିକଟସ୍ତ ପୋଖରୀରେ ପୋଡା ହାଡ଼କୁ ଫିଙ୍ଗିଦେଇଥିଲେ ।
ତେବେ ଏନେଇ ନୟାଗଡ଼ ପୋଲିସ ସୁନିତା ସାହୁ ଓ ସୂରିଆ ସାହୁଙ୍କୁ ଗିରଫ କରିଥିବା ବେଳେ ସୁନିତାଙ୍କ ସ୍ୱାମୀ ଓ ଶ୍ୱଶୁର ଫେରାର ରହିଛନ୍ତି ।ତେବେ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଂଚି କ୍ରାଇମସିନ ରିକ୍ରିଏସନ କରିବା ସହ ଛାନଭିନ ଚଳାଇଛି ।
ନୟାଗଡ ଓକିଲ ମାନଙ୍କ ସତ୍ୟାଗ୍ରହ
ନୟାଗଡ,୧୩/୧୨: ଭାରତୀୟ ଏବଂ ରାଜ୍ୟ ଆଇନଜୀବି ପରିଷଦ ଓକିଲ ମାରଣ ନୀତି ପାଇଁ ଓକିଲ ମାନଙ୍କ ମୌଳିକ ସମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ଉଦ୍ୟମକୁ ବିରୋଧ କରି ନୟାଗଡର ଆଇନଜୀବି ମାନେ ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ଦିନିକିଆ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ ।

ଓକିଲ ମାନେ ଆନ୍ଦୋଳନ କରି ପାରିବେନି ବୋଲି ମାନନୀୟ ସର୍ବୋଚ୍ଚ ଅଦାଲତଙ୍କ ଟିପ୍ପଣୀକୁ ରାଜ୍ୟ ବ୍ୟାପି ଆଇନଜୀବି ମାନେ ବିରୋଧ କରୁଛନ୍ତି କ୍ଷ ଭୁବନେଶ୍ୱର ବାର ଆସୋସିଏସନ ଠାରେ ସମଗ୍ର ରାଜ୍ୟର ବିଭିନ୍ନ ଓକିଲ ସଂଘ କର୍ମକର୍ତାଙ୍କୁ ନେଇ ଆୟୋଜିତ ବୈଠକରେ ରାଜ୍ୟବ୍ୟାପି ସତ୍ୟାଗ୍ରହ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତି ହୋଇଥିଲା ।

ଆଜିର ଏହି ସତ୍ୟାଗ୍ରହ ଆନ୍ଦୋଳନ ରେ ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଅମୀୟ ପଟ୍ଟନାୟକ, ରଣଜିତ ଦାଶ, ପୂର୍ବତନ ସମ୍ପାଦକ କାଳୁଚରଣ ସ୍ୱାଇଁ, ବରିଷ୍ଠ ଆଇନଜୀବି ବଂଶୀଧର ରାଉତରାୟ, କାର୍ତିକ ନାୟକ, ଅରୁଣ ମହାପାତ୍ର, ପ୍ରଶାନ୍ତ ଜେନା, ପ୍ରତାପ ନନ୍ଦ,ଚିତ୍ତରଞ୍ଜନ ପ୍ରଧାନ, ପ୍ରଶାନ୍ତ ମିଶ୍ର, ଜିତେନ୍ଦ୍ର ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ପ୍ରମୋଦ ଦାସ, ସଂସାରୀ ସାହୁ, ନୀଳମାଧଵ ମିଶ୍ର, କାଳିକିଙ୍କର ପୃଷ୍ଟି,ଶ ସନ୍ତୋଷ କୁମାର ରାଉତରାୟ, କୃପାସିନ୍ଧୁ ଦାସ, ଶିବାଶିଷ ମହାନ୍ତି, ଲଲାଟେନ୍ଦୁ ମାନସିଂହ, କୁଳେଶ ମହାନ୍ତି, ତ୍ରିନାଥ ନାୟକ, ଚତୁର୍ଭୁଜ ପ୍ରଧାନ, ବିଶ୍ୱଜିତ ଆଚାର‌୍ୟ୍ୟ, ବିଜୟ ଦାଶ, ଚନ୍ଦ୍ରବିଜୟୀ ମିଶ୍ର, ଶିବଶଙ୍କର ବିଶ୍ୱାଳ, ସଞ୍ଜୟ ନାୟକ, କିଶୋର ଚନ୍ଦ୍ର ମହାପାତ୍ର ଗୌରାଙ୍ଗ ନାୟକ ଏବଂ ପ୍ରବାସିନୀ ନନ୍ଦ ପ୍ରମୁଖ ସତ୍ୟାଗ୍ରହ ଆନ୍ଦୋଳନ ରେ ସାମିଲ ହୋଇ ସମ୍ପ୍ରତ୍ତି ଆଇନଜୀବିଙ୍କ ଉପରେ ଚାଲିଥିବା ଦମନମୂଳକ ନୀତିକୁ ବିରୋଧ କରିବା ସହ ରାଜ୍ୟ ଆଇନଜୀବି ପରିଷଦ ନିର୍ବାଚନ ତୁରନ୍ତ କରାଇବା ପାଇଁ ଦାବୀ ରଖିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031