Indus Valley Times

ନୟାଗଡ଼ : ଗଣିଆ ବନ କର୍ମଚାରୀଙ୍କ ଦବଙ୍ଗ ଗିରି

 Breaking News

ନୟାଗଡ଼ : ଗଣିଆ ବନ କର୍ମଚାରୀଙ୍କ ଦବଙ୍ଗ ଗିରି

July 06
19:49 2021

ରଶ୍ମି ରଞ୍ଜନ ପରିଡାଙ୍କ ରିପୋର୍ଟ
ଗଣିଆ ୬/୭: ନୟାଗଡ ଜ଼ିଲ୍ଲା ଗଣିଆ ବନ କର୍ମଚାରୀ ବେଆଇନ ଭାବେ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଞ୍ଚଳରେ ବଡମୁଳ ସେକ୍ସନ ରେ ବେଆଇନ ଭାବେ ପ୍ରବେଶ କରି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ (ୱାଚର) ଙ୍କୁ ଗାଳି ଗୁଲଜ କରିବା ସହ ମାଡ ମାରିଛନ୍ତି । ଗଣିଆ ବନାଞ୍ଚଳ ଅଧିକାରୀ ଙ୍କ ଉପସ୍ଥିତି ରେ ବନପାଳ ଜଣକ ମାଡ ମାରିଥିଲେ । ମାଡ ଖାଇଥିବା ୱାଚାର ସାନନ୍ଦ ରଣା ଙ୍କ କହିବ ଅନୁସାରେ, ଗତ ୧ତାରିଖ ରାତିରେ ଗଣିଆ ବନାଞ୍ଚଳ ଅଧିକାରିଣୀଙ୍କ ସମେତ ବନପାଳ ଶିଶିର ସାହୁ ଏବଂ ଅନ୍ୟ କିଛି କର୍ମଚାରୀମାନେ ଏକ ବୋଲେରୋ ରେ ଆସି ବଡମୁଳ ତନଖି ଫାଟକ ପାଖରେ ପହଂଚି ଥିଲେ । କାର୍ଯ୍ୟରତ ଥିବା ସାନନ୍ଦ ରଣା ଙ୍କୁ ଗଣିଆ ବନ କର୍ମଚାରୀମାନେ ବାଇସି ପଲ୍ଲୀ ଅଂଚଳକୁ ଯାଇଥିବା ଚୋରା କେନ୍ଦୁ ପତ୍ର ଗାଡି ବିଷୟରେ ପଚାରରଥିଲେ । ଫାଟକ ଦେଇ ସନ୍ଧ୍ୟା ୬ଟା ପରେ କୌଣସି ଗାଡି ଯାଇନଥିବା ସେ କହିଥିଲେ । ଗଣିଆ ବନ କର୍ମଚାରୀ ମାନେ ବାଇସି ପଲ୍ଲୀ କୁ ମନଇଛା ପ୍ରବେଶ କରିଥିଲେ । ଏହାର କିଛି ସମୟ ପରେ ରାତି ୨:୪୦ ସମୟରେ ଗଣିଆ ବନ କର୍ମଚାରୀ ମାନେ ପୁନର୍ବାର ବଡମୁଳ ତନଖି ଫାଟକ ନିକଟରେ ପହଂଚିବା ସହ କେନ୍ଦୁପତ୍ର ଗାଡି କେଉଁବାଟେ ଗଲା ବୋଲି ପଚାରିବା ସହ ଗାଳି ଗୁଲଜ କରିଥିଲେ । ଉପସ୍ଥିତ ବନାଞ୍ଚଳ ଅଧିକାରିଣୀ ସୋନାଲି ସିଓ ଙ୍କ ପ୍ରରୋଚନା ରେ ବନପାଳ ଶିଶିର ସାହୁ କାର୍ଯ୍ୟରତ ୱାଚରଙ୍କୁ ନିର୍ଧୁମ ମାଡ ମାରିଥିଲେ । ଏପରିକି ଏ ଘଟଣା ସମ୍ପର୍କରେ କାହା ଆଗରେ ଅଭିଯୋଗ କଲେ ରାତିରେ ଉଠାଇ ନେଇ ମହାନଦୀରେ ଫିଙ୍ଗି ଦେବା ପାଇଁ ଧମକ ଦେଇଥିଲେ । ଡି ଏଫ ଓ ଙ୍କୁ କହି ଚାକିରିରୁ ବାହାର କରିବାର ଧମକ ମଧ୍ୟ ଦେଇଥିଲେ । ମାଡ ଖାଇ ସାନନ୍ଦ ଙ୍କ ବାମ ପାର୍ଶ୍ଵ ଆଖି ଫୁଲିଯାଇ ଯନ୍ତ୍ରଣା ହେଉଥିବା ସାନନ୍ଦ କହିଛନ୍ତି । ଏ ନେଇ ଅସ୍ଥାୟୀ ବନ କର୍ମଚାରୀ ଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହିତ ଭୟରେ ଡିଉଟି କରୁନଥିବା ସାନନ୍ଦ ଙ୍କ ପତ୍ନୀ ମିନା ରଣା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି । ସ୍ୱାମୀ ସାନନ୍ଦଙ୍କ ଏଭଳି ଅବସ୍ଥା ଦେଖି ସ୍ତ୍ରୀ ମିନା ନୟାଗଡ ବନଖଣ୍ଡ ଅଧିକାରୀ, ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ, ନୟାଗଡ ଜ଼ିଲ୍ଲାପାଳ, ଏସ ପି, ଗଣିଆ ଥାନା ଅଧିକାରୀ ଏବଂ ମାନବାଧିକାର କମିଶନଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031