Indus Valley Times

ନୟାଗଡ଼ : ଜାତୀୟ ଆଇନ ସେବା ଦିବସ ପାଳନ

 Breaking News

ନୟାଗଡ଼ : ଜାତୀୟ ଆଇନ ସେବା ଦିବସ ପାଳନ

ନୟାଗଡ଼ : ଜାତୀୟ ଆଇନ ସେବା ଦିବସ ପାଳନ
November 09
19:35 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୯/୧୧ : ନୟାଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜାତୀୟ ଆଇନ ସେବା ଦିବସ ଏବଂ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜଜ୍ ଶ୍ରୀମତୀ ରୁପଶ୍ରୀ ଚୌଧୁରୀ ଉଦଘାଟନ କରିଥିଲେ।
ଆୟୋଜିତ ସଚେତନତା ପଦଯାତ୍ରା କାର୍ଯ୍ୟକ୍ରମରେ ଶ୍ରୀମତୀ ଚୌଧୁରୀ ଙ୍କ ସହିତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଜ୍ଞା ପରମୀତା ମହାପାତ୍ର, ସବ ଜଜ ପବିତ୍ର ନନ୍ଦ ପ୍ରଧାନ, ସଚିବ ରଞ୍ଜୁଲତା ଲେଙ୍କା ଙ୍କ ନେତୃତ୍ବରେ ସ୍ଥାନୀୟ ଗ୍ରାମୀଣ ଆଇନ ସେବା କର୍ମୀ ନର୍ସିଂ କଲେଜ ଛାତ୍ରଛାତ୍ରୀ, ଏନସିସି ଛାତ୍ରଛାତ୍ରୀ , ଜିଲ୍ଲା କୋର୍ଟ ପ୍ରାଧିକରଣ କର୍ମକର୍ତ୍ତା ମାନେ ଯୋଗଦେଇ ସଚେତନତା କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ।
ଏହି ଅବସରରେ ପଦଯାତ୍ରା କରି ସହର ପରିକ୍ରମା କରିବା ସହ ଆଇନର ବ୍ୟବସ୍ଥା ଏବଂ ଏହାର ସୁଫଳ ସମ୍ପର୍କରେ ବିଭିନ୍ନ ସ୍ଳୋଗାନ ଦେଇ ଜନସାଧାରଣ ଙ୍କୁ ସଚେତନତା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031