Indus Valley Times

ନୟାଗଡ଼ : ବରିଷ୍ଠ ନାଗରିକ ମଞ୍ଚ ଏଲଡରସ ଡିଭିଜନ ଆଣ୍ଡ ଆକ୍ସନ ଗ୍ରୁପର କର୍ମକର୍ତ୍ତା ଚୟନ

 Breaking News

ନୟାଗଡ଼ : ବରିଷ୍ଠ ନାଗରିକ ମଞ୍ଚ ଏଲଡରସ ଡିଭିଜନ ଆଣ୍ଡ ଆକ୍ସନ ଗ୍ରୁପର କର୍ମକର୍ତ୍ତା ଚୟନ

ନୟାଗଡ଼ : ବରିଷ୍ଠ ନାଗରିକ ମଞ୍ଚ ଏଲଡରସ ଡିଭିଜନ ଆଣ୍ଡ ଆକ୍ସନ ଗ୍ରୁପର କର୍ମକର୍ତ୍ତା ଚୟନ
August 09
09:37 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟଗରଡ଼, ୯/୮ : ନୟାଗଡ଼ ବରିଷ୍ଠ ନାଗରିକ ମଞ୍ଚ ଏଲଡରସ ଭିଜନ ଆଣ୍ଡ ଆକ୍ସନ ଗୃପର କର୍ମକର୍ତ୍ତା ଚୟନ ଶେଷ ହୋଇଛି। ସଭାପତି ଭାବେ ସର୍ବଶ୍ରୀ ଅମୁଲ୍ୟ କୁମାର ମହାନ୍ତି, ହରିହର ମହାନ୍ତି ଉପସଭାପତି, ଗୋପାଳ ଚନ୍ଦ୍ର ନାୟକ ସମ୍ପାଦକ, କୃପାସିନ୍ଧୁ ପଣ୍ଡାଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିବା ବେଳେ ନଅଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ଏବଂ ସାତଜଣଙ୍କୁ ଉପଦେଷ୍ଟା ଭାବେ ଚୟନ କରାଯାଇଛି।
ବରିଷ୍ଠ ନାଗରିକ ସମ୍ମିଳନୀ ଗୃହରେ ଆୟୋଜିତ ସ୍ବତନ୍ତ୍ର ବୈଠକରେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ଉପସ୍ଥିତି ରେ ବରିଷ୍ଠ ନାଗରିକ ମଞ୍ଚ ର ଉପଦେଷ୍ଟା ବିଶ୍ୱନାଥ ନାୟକ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇଥିଲେ।
ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକ, ସମ୍ପାଦକ ଦୁର‌୍ୟୋଧନ ସାହୁ ନୂତନ କର୍ମକର୍ତ୍ତା ମାନଙ୍କୁ ଆଗାମୀ ଦିନରେ ଅଧିକରୁ ଅଧିକ କ୍ରିୟାଶୀଳ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ନୂତନ କମିଟି ଦୁଇ ବର୍ଷ ପାଇଁ ମନୋନୀତ ହୋଇଥିବା ବେଳେ ଏହି ବୈଠକକୁ ବିିଦାୟି ସଭାପତି କୁବେର ସାହୁ ସଭାପତିତ୍ବ କରିଥିଲେ ବୈଠକ ଶେଷ ରେ ନୂତନ ଭାବେ ମନୋନୀତ ହୋଇଥିବା ସମ୍ପାଦକ ଗୋପାଳ ଚନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031