Indus Valley Times

ନୟାଗଡ଼ : ବ୍ରାହ୍ମଣ ସମାଜର ବାର୍ଷିକ ସାଧାରଣ ସଭା

 Breaking News

ନୟାଗଡ଼ : ବ୍ରାହ୍ମଣ ସମାଜର ବାର୍ଷିକ ସାଧାରଣ ସଭା

May 29
20:28 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୯/୫ : ଶାକ ଦ୍ଵୀପ ସୌର ବ୍ରାହ୍ମଣ ସମାଜ ବାର୍ଷିକ ସାଧାରଣ ସଭା ଓ ଜ୍ୟୋତିଷ ସମ୍ମିଳନୀ ବାଉଁଶିଆପଡା ଠାରେ ୨ଦିନ ଧରି ଅନୁଷ୍ଠିତ ହୋଇଅଛି। ନୟାଗଡ ଜିଲ୍ଲା ସୌର ବ୍ରାହ୍ମଣ ସମାଜର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ଵର ସଭା କାଯ୍ୟ ଆରମ୍ଭ ହୋଇଥିଲା।
ଉକ୍ତ ସଭାରେ ଓଡଗାଁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋକନାଥ ସାହୁ ମୂଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ଏବଂ ରାଜ୍ୟ ଦୈବଜ୍ଞ ବ୍ରାହ୍ମଣ ମହାସଂଘର ସଭାପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର,ଉପସଭାପତି ଶ୍ରୀଯୁକ୍ତ ରମାକାନ୍ତ ମହାପତ୍ର, ଲୋକସମ୍ପର୍କ ସମ୍ପାଦକ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପତ୍ର, ନୟାଗଡ ମଣ୍ଡଳ ସଭାପତି ଶ୍ରୀ ପ୍ରଫୁଲ ଚନ୍ଦ୍ର ନାୟକ ସ୍ଵାଗତ ଭାଷଣ ଦେଇଥିଲେ ଓ ସମ୍ପାଦକ ଶ୍ରୀ ରତ୍ନାକର ନାୟକ ବିବରଣୀ ପ୍ରଦାନ କରିଥିଲେ ।
ଶିଶିର କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ,ଉକ୍ତ ସଭାରେ ରଙ୍କନିଧି ନାୟକ ,ଶୁଶାନ୍ତ କୁମାର ନାୟକ, ଦୁର‌୍ୟ୍ୟୋଧନ ନାୟକ, କୁମୁଦ କୁମାର ନାୟକ, ସୁବଳ ଚରଣ ନାୟକ, ଶିବରାମ ନାୟକ, ଚିନ୍ତାମଣି ନାୟକ, ଧନେଶ୍ଵର ନାୟକ ଓ କୁମର ନାୟକ ଜ୍ୟୋତିଷ ଶାସ୍ତ୍ର ଉପରେ ଆଲୋକପାତ କରିଥିଲେ ଏବଂ ସମୂହ ବ୍ରତତୋପନୟନ, ସାମ୍ବଦଶମୀ ଦିନ ସୂର‌୍ୟ୍ୟପୂଜା ଓ ହୋମ ଯଜ୍ଞ କରାଯିବ ବୋଲି ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031