Indus Valley Times

ନୟାଗଡ଼ : ମିଶନ ଶକ୍ତି କୁ ସ୍ବାବଲମ୍ବୀ କରିବା ପାଇଁ ଶ୍ରୀରାମ ଫାଉଣ୍ଡେସନ ର ପ୍ରୟାସ

 Breaking News

ନୟାଗଡ଼ : ମିଶନ ଶକ୍ତି କୁ ସ୍ବାବଲମ୍ବୀ କରିବା ପାଇଁ ଶ୍ରୀରାମ ଫାଉଣ୍ଡେସନ ର ପ୍ରୟାସ

July 23
20:35 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୩/୭: ନୟାଗଡ ଜିଲ୍ଳା ଭାପୁର ବ୍ଲକ ଶ୍ରୀ ରାମ ବିହାର ପରିସର ରେ ଥିବା କଲ୍ୟାଣୀ ମଣ୍ଡପ ଠାରେ ଶ୍ରୀ ରାମ ଫାଉଣ୍ଡେସନ ଓଡିଶା ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ମହିଳା ମାନ ଙ୍କୁ ସ୍ବବଲମ୍ବି କରିବା ପାଇଁ ଏକ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ମୂଖ୍ୟ ଅତିଥୀ ଭାବରେ ଶ୍ରୀ ରାମ ଫାଉଣ୍ଡେସନ ର ରାଜ୍ୟ ସଦସ୍ୟ ଆଇନୀଜୀବି ଚିତ ରଞନ କର ଯୋଗ ଦେଇଥିଲେ ।
ସ୍ଥାନୀୟ ଅଞ୍ଚଳର ସମାଜ ସେବୀ ତଥା ରାଜ୍ୟ ଯୁବ ସଂଗଠକ ଦେବୀପ୍ରସାଦ ମିଶ୍ର ଓ ରାଜ୍ୟ ବିଜୁଜନତା ଦଳର ଭାଇସ୍ ପ୍ରେସିଡେଣ୍ଟ ଜିଲ୍ଲା ପ୍ରଗତି ମହିଳା ସଂଘର ସଭାପତି ଆଇନୀଜୀବି ପ୍ରଭାସିନୀ ନନ୍ଦ, ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ତଥା ଉଚ ନ୍ୟାୟାଳୟ ଆଇନୀଜୀବି ନୃସିଂହ ଚରଣ ଦାସ,ଓ ପ୍ରଶିକ୍ଷକ କୁମୁଦିନୀ ସାହୁ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ଭାପୁର ବ୍ଲକ ମିଶନ ଶକ୍ତିର ସଭାପତି ତଥା ସ୍ବେଛାସେବୀ ସଂଗଠନର ସଭାପତି ନିରୁପମା ପ୍ରଧାନ ଙ୍କ ସଭାପତିତ୍ବରେ ମା ମାନ ଙ୍କ ପାଇଁ କଣ ସହଯୋଗ କରିହେବ ଓ ସେମାନଙ୍କ ବିଭିନ୍ନ ପ୍ରୋତ୍ସାହନ ରାଶି କିପରି ଯୋଗାଇ ଦିଆ ଯାଇ ପାରିବ ।ସେମାନଙ୍କ ଆବଶ୍ୟକ ମୁତାବକ ଯଥା ସମ୍ଭବ ସହାୟତା ରାଶି ପ୍ରଦାନ କୈାଣସି ବାଟରେ କିପରି କରାଯାଇ ପାରିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।
ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗର ସଚିବ ସୂଜାତା କାର୍ତ୍ତିକେୟ ପାଣ୍ଡିଆନ ଙ୍କ କାର‌୍ୟଶୈଳୀ କୁ ପ୍ରଶଂସା କରି ରାଜ୍ୟ ପାଇଁ ତାକଂ ର ଏ ଅବଦାନ ସଦା ପ୍ରଶଂସନୀୟ,ତାଙ୍କର ଏ ଅବଦାନକୁ କେହି ନଭୂଲି ସମସ୍ତେ ଏକତ୍ରିତ ହୋଇ ମିଶନଶକ୍ତିକୁ କିପରି ଆହୁରୀ ମଯଭୂତ କରିହେବ ବୋଲି କହି ମା ମାନକୁଂ ଯୁବସଂଗଠକ ଶ୍ରୀ ମିଶ୍ର ବୁଝାଇଥିଲେ ।
ପରବର୍ତୀ ସମୟରେ ରାଜ୍ୟ ବିଯୁଜନତା ଦଳର ଆଇନିଜୀବି ଶ୍ରୀମତି ନନ୍ଦ ତଥା ସୋନପୁର ପର‌୍ୟବେକ୍ଷକ ସମସ୍ତ କାର‌୍ୟରେ ମା ମାନକଂ ପାଇଁ ତାଙ୍କର ସମର୍ଥନ ରହିବ ବୋଲି କହିଥିଲେ ।
ଚାରି ଟେବୁଲ ଟ୍ରଷ୍ଟ ତରଫରୁ କୁହା ଯାଇଥିବା ସମସ୍ତ କଥା ମୁତାବକ ପ୍ରତ୍ୟକ ପଞ୍ଚାୟତରୁ ଦୁଇ ଜଣ ଲେଖାଏଁ ସଦସ୍ୟ ବଛାଜାଇ ଦାଇତ୍ୱ ମୁତାବକ ପରିଶ୍ରମର ପାରି ଶ୍ରମିକ କିପରି ଭାବରେ ଯୋଗାଇ ଦିଆ ଯାଇ ପାରିବ ତାହା ଉଚନ୍ୟାୟାଳୟର ଆଇନଜୀବୀ ଶ୍ରୀ ଦାସ ଓ ତାକଂ ସହଯୋଗୀ ପ୍ରଶିକ୍ଷକ କୁମୁଦିନି ସାହୁ ଓ ଆଇନଜୀବୀ ଚିତ ରଞନ କର ଉପସ୍ଥିତି ଥିବା ମା ମାନଙ୍କୁ ପ୍ରତିଶୃତି ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031