Indus Valley Times

ନୟାଗଡ଼ : ରୋଟାରୀ କ୍ଲବ ସଭାପତି ହେଲେ ଧିରେନ୍ଦ୍ର କୁମାର ପଟ୍ଟନାୟକ

 Breaking News

ନୟାଗଡ଼ : ରୋଟାରୀ କ୍ଲବ ସଭାପତି ହେଲେ ଧିରେନ୍ଦ୍ର କୁମାର ପଟ୍ଟନାୟକ

ନୟାଗଡ଼ : ରୋଟାରୀ କ୍ଲବ ସଭାପତି ହେଲେ ଧିରେନ୍ଦ୍ର କୁମାର ପଟ୍ଟନାୟକ
July 02
20:02 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୭ : ନୟାଗଡ଼ ରୋଟାରୀ କ୍ଲବ ର ୩୨ ତମ ଅଧିଷ୍ଠାନ ଉତ୍ସବ ରୋଟାରୀ ଭବନ ଠାରେ ସଭାପତି ରୋଟାରୀ ଆନ ନିରୁପମା ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ମ୍ୟୁନିସିପାଲଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଏବଂ ଶ୍ରୀ ଜେନା ଙ୍କ ପତ୍ନୀ ଡକ୍ଟର ରୋମା ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ରୋଟାରୀ ଆନ ମାନେ ନିରିହ ନିଷ୍ପେସିତ ଅଭାବି ମଣିଷ ମାନଙ୍କ ସେବାରେ ରୋଟାରୀ ଆନ ଆଗକୁ ଆସିବାପାଇଁ ଆହ୍ବାନ ଦେଇଥିଲେ। କ୍ଲବ ର ନୂତନ ସଭାପତି ଭାବେ ରୋଟାରୀ ଆନ ଧିରେନ୍ଦ୍ର କୁମାର ପଟ୍ଟନାୟକ ଏବଂ ସମ୍ପାଦକ ଭାବେ ମିହିର ରଂଜନ ନାୟକ ଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିଲା। କ୍ଲବ ର ବରିଷ୍ଠ ସଦସ୍ୟ ପ୍ରମୋଦ ପଟ୍ଟନାୟକ ଉତ୍ସବ ସମ୍ପର୍କିତ ସୂଚନା ପ୍ରଦାନ କରିବା ସହିତ ବିଭିନ୍ନ କାର‌୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଆଗାମୀ ବର୍ଷ ର ସଭାପତି ପ୍ରବୀର କୁମାର ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। କ୍ଲବ ପକ୍ଷରୁ ସାନୱରମଲ ଅଗ୍ରୱାଲ ଏବଂ ବସିରନ ବିବି ଜଗନ୍ନାଥ ଙ୍କ ଫଟୋ ଏବଂ ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031