Indus Valley Times

ନୟାଗଡ଼ : ଶ୍ରୀ ସୃଜନ ପକ୍ଷରୁ ଭଜନ ସନ୍ଧ୍ୟା

 Breaking News

ନୟାଗଡ଼ : ଶ୍ରୀ ସୃଜନ ପକ୍ଷରୁ ଭଜନ ସନ୍ଧ୍ୟା

July 12
20:06 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୨/୭: ଶ୍ରୀ ଶିବ ନାରାୟଣ ଶତପଥୀ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଡ଼ ରାଜେଶ୍ବରୀ କ୍ଲବ ଦଶପଲ୍ଲା ଆନୁକୁଲ୍ୟରେ କଳା, ସାହିତ୍ୟ ଓ ସଂସ୍କୃତି ର ଭାବମୟ ଉତ୍ତରଣ ଶ୍ରୀ ସୃଜନ ପକ୍ଷରୁ ଏକ ମନୋରମ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ କୁମାର ସାହୁ ସଙ୍ଗୀତ ପରିଚାଳନା କରିଥିବା ବେଳେ ଗୋପିନାଥ ସେଠି ମଞ୍ଚ ସଂଯୋଜନା କରିଥିଲେ। ସଭାପତି ନାଟ୍ୟଭୂଷଣ ଡକ୍ଟର ବିଜୟ କୁମାର ଚୌଧୁରୀ , କୋଷାଧ୍ୟକ୍ଷ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।
ଭଜନ ସନ୍ଧ୍ୟା ରେ ସୁକାନ୍ତ, ଜୟନ୍ତୀ, ରଜତ ସୁନିତା , ଜିତେନ୍ଦ୍ର, ପ୍ରିୟଙ୍କା, ଗୋପିନାଥ, ସସ୍ମିତା , ପ୍ରଫୁଲ୍ଲ ପ୍ରମୁଖ ଭଜନ ପରିବେଷଣ କରି ଶ୍ରୋତା ମାନଙ୍କୁ ଅଭିଭୂତ କରି ରଖିଥିଲେ। ଉପସ୍ଥିତ ଶ୍ରୋତା ମାନେ ଜଗନ୍ନାଥ ଙ୍କ ଭଜନ ଶୁଣି ଭାବ ବିଭୋର ହେବାସହ ଶ୍ରୀ ସୃଜନ ପରିବାର ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031