Indus Valley Times

ନୟାଗଡ଼ : ସେବା ସଙ୍ଗଠନ ଦ୍ଵାରା ଖାଦ୍ୟ ବତ୍ସ ବଣ୍ଟନ

 Breaking News

ନୟାଗଡ଼ : ସେବା ସଙ୍ଗଠନ ଦ୍ଵାରା ଖାଦ୍ୟ ବତ୍ସ ବଣ୍ଟନ

July 03
18:12 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୩/୭: ନୟାଗଡ଼ ଜିଲ୍ଲା ର ଅଗ୍ରଣୀ ସଂଗଠନ ସେବା ସଙ୍ଗଠନ ପକ୍ଷରୁ ନୟାଗଡ଼ ଜିଲ୍ଲା ର ସମସ୍ତ ବ୍ଲକ୍ ଏବଂ ପଞ୍ଚାୟତ ର ଯୁବକ ମାନେ ସାମିଲ୍ ରହି ଅସହାୟ ଗରିବ ଲୋକ ମାନଙ୍କୁ ସହଯୋଗ ର ହାତ ବଢ଼ାଇ ଆସୁଛନ୍ତି ।
ଏହି ପରି (୧ ତାରିଖ ରୁ ୧୫)ତାରିଖ ପର୍ଯ୍ୟନ୍ତ ବିଭିନ୍ନ ବ୍ଲକ ରେ ଗରିବ ଲୋକଙ୍କୁ ଖାଦ୍ୟ ବସ୍ତ୍ର ବଣ୍ଟନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ସେହିପରି ଦୁତିୟ ଦିନରେ ନୂଆଗାଁ ବ୍ଲକ ର ବାହାଡ଼ା ଝୋଲା ପଞ୍ଚାୟତ ର ଆଦିବାସୀ ବହୁଳ କାପ୍ତାପଲ୍ଲୀ ଗ୍ରାମରେ ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରାଯିବା ସହିତ ମାଣିକ ପାଟଣା ଲକ୍ଷ୍ମୀ ମନ୍ଦିର ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଚ୍ୟାରମ୍ୟାନଙ୍କ ପ୍ରତିନିଧି ତଥା ଅଂଚଳର ସମାଜ ସେବୀ ଶଙ୍କର୍ଷଣ ବେହେରା ଓ ଭାଇସ ଚ୍ୟାରମ୍ୟାନ ପର୍ଶୁରାମ ସ୍ବାଇଁ, ଗୁମି ସମିତି ସଭ୍ୟ ସଞ୍ଜୀବ କୁମାର ଡାକୁଆ , ସୂର୍ଯ୍ୟ ନାରାୟଣ ସାହୁ, ବିଶ୍ୱଜିତ ଖଣ୍ଢୁଆଳ, ଦାସରଥୀ ପ୍ରଧାନ , ଲକ୍ଷ୍ମୀ ପ୍ରୀୟା ବ୍ରହ୍ମ , କୁମାରୀ ,ଅବସର ପ୍ରାପ୍ତ ଶିକ୍ଷକ ଗୋଲଖ ସାରେ , ଆଇନଜୀବୀ ବିନୋଦ କୁନାର ସାହୁ , ସମାଜସେବୀ ଦାମ ସାର୍ ଙ୍କ ସହିତ ନିରଂଜନ ସାହୁ , ସେବା ସଙ୍ଗଠନର ଆବାହକ ଶିବରାମ ମହାପାତ୍ର ଉପସ୍ଥିତ ରହି ସେବା ଦ୍ୱାରା କେତେ ଆନନ୍ଦ ମିଳେ ସେ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031