Indus Valley Times

ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟିର ବୈଠକ ଅନୁଷ୍ଠିତ

 Breaking News

ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟିର ବୈଠକ ଅନୁଷ୍ଠିତ

ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟିର ବୈଠକ ଅନୁଷ୍ଠିତ
March 04
20:57 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୩ : ରବିବାର ଦିବା ୧୧ ଘଟିକା ସମୟରେ ବୌଦ୍ଧ ପଞ୍ଚାୟତ ଭବନ ଠାରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟିର ବୈଠକ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି ।
ବୈଠକରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ସ୍ବାଗତ ଭାଷଣ ଦେବା ସହ ଜିଲ୍ଲାରେ କାର୍ଯ୍ୟକାରୀ କେନ୍ଦ୍ରୀୟ ଉନ୍ନୟନ ମୂ ଳକ ଯୋଜନାର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ ।
ଜିଲ୍ଲାର ବିକାଶ ଦିଗରେ ସମସ୍ତ ବିଭାଗ ଓ ଅଧିକାରୀଙ୍କ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସାଂସଦ ଶ୍ରୀ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ ।
ଏଥି ସହିତ କାମ କିପରି ସଠିକ ଢଙ୍ଗ ରେ ହୋଇପାରିବ, ସେଥି ଉପରେ ନିଜ ନିଜ ସୁ ଚିନ୍ତିତ ମତାମତ ଦେବାସହ ସାଂସଦ ପାଣ୍ଠିରେ କାର୍ଯ୍ୟକାରୀ ପ୍ରକଳ୍ପ ଗୁଡିକର ଧାର୍ଯ୍ୟ ସମୟ ମଧ୍ୟରେ ସାରିବା ପାଇଁ ମଧ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
କୌଣସି ପ୍ରୋଜେକ୍ଟ ର ଆବଶ୍ୟକତା ଥିଲେ କେନ୍ଦ୍ର ରୁ ତାହା ମଞ୍ଜୁରୀ କରାଯାଇ ପାଣ୍ଠି ଯୋଗାଇ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ତା ସହିତ ଅନ୍ୟାନ୍ୟ ସରକାରୀ ଯୋଜନା ଗୁଡିକର ପୁଙ୍ଖା ନୁ ପୁଙ୍ଖ ଭାବେ ସମୀକ୍ଷା କରିଥିଲେ । ବୈଠକରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ଅଧ୍ୟକ୍ଷ, ବୌଦ୍ଧ ବ୍ଲକ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ଅଧ୍ୟକ୍ଷ, ଏନ. ଏ. ସି . ବୌଦ୍ଧ ଗଡ଼ ମୃତ୍ୟୁଞ୍ଜୟ ମିଶ୍ର, ଦିଶା କମିଟିର ମନୋନୀତ ସଦସ୍ୟ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କ ସମେତ ବିଭିନ୍ନ ବିଭାଗର ଜ଼ିଲ୍ଲା ସ୍ତରୀୟ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀଯୁକ୍ତ ଦଣ୍ଡସନା ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031