Indus Valley Times

ପଟ୍ଟା ,ଭତ୍ତା ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ସହ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କଲେ ଦଶପଲ୍ଲା ବିଧାୟକ

 Breaking News

ପଟ୍ଟା ,ଭତ୍ତା ଓ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ସହ ସାମ୍ବାଦିକ ଙ୍କୁ ସମ୍ବର୍ଦ୍ଧିତ କଲେ ଦଶପଲ୍ଲା ବିଧାୟକ

November 13
21:12 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୩/୧୧: ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତି ତରଫରୁ ଆୟୋଜିତ ପଟ୍ଟା ,ଭତ୍ତା ଓ ଯୋଗ୍ୟ ନୂତନ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି ପରିସରର ଅନୁଷ୍ଠିତ ହୋଇଯାଇଛି।

ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର‌୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର‌୍ୟ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। କରୋନା ଯୋଦ୍ଧା ଭାବେ ଜୀବନକୁ ବାଜି ଲଗାଇ ଜନସାଧାରଣ ଙ୍କୁ ସଚେତନ କରିଥିବା ନୂଆଗାଁ ବ୍ଲକ୍ ର କାର‌୍ୟ୍ୟରତ ସାମ୍ବାଦିକ ମାନଙ୍କୁ ବିଧାୟକ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ।ଦଶପଲ୍ଲା ବିଧାୟକ ଙ୍କ ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା। ରାଜ୍ୟସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ କାର‌୍ୟ୍ୟକ୍ରମ ବିଷୟରେ ବର୍ଣ୍ଣନା କରିବା ସହ ଓଡ଼ିଶା ମୋ ପରିବାର କାର‌୍ୟ୍ୟକ୍ରମ ମାଧ୍ୟମରେ ଓଡ଼ିଶାର ସମସ୍ତ ପରିବାର କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିପରି ନିଜ ପରିବାର ବୋଲି ଗ୍ରହଣ କରିଛନ୍ତି ସେ ସମ୍ପର୍କରେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ବର୍ଣ୍ଣନା କରିଥିଲେ।ନୂଆଗାଁ ବ୍ଲକ୍ ର ସମସ୍ତ ଯୋଗ୍ୟ ହିତାଧିକାରୀ ଯେପରି ରାଜ୍ୟସରକାରଙ୍କ ଜନ କଲ୍ୟାଣକାରୀ କାର‌୍ୟ୍ୟକ୍ରମ ରେ ଉପକୃତ ହେବେ ସେଥିପ୍ରତି ଗୁରୁତ୍ୱାରୋପ କରିବା ସହ କରୋନା ସଚେତନତା କରିଥିଲେ। ତତ୍ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ର ସଫଳ ରୂପାୟନ ଦ୍ଵାରା ଓଡ଼ିଶା କିପରି ଦେଶରେ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ ହୋଇଛି ତାହା ବର୍ଣ୍ଣନା କରିଥିଲେ। ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ୧୫୭ ଜଣଙ୍କୁ ଭତ୍ତା,ଯୋଗ୍ୟ ନୂତନ ହିତାଧିକାରୀ ଙ୍କୁ ଇନ୍ଦିରା ଆବାସ କାର‌୍ୟ୍ୟାଦେଶ , ଏବଂ ଭୂମିହୀନ ୯୧ ଜଣଙ୍କୁ ପଟ୍ଟା ବଣ୍ଟନ କରିଥିଲେ।ପଞ୍ଚାୟତ ସମିତି ତରଫରୁ ଆୟୋଜିତ ଏଭଳି କାର‌୍ୟ୍ୟକ୍ରମ କୁ ବିଧାୟକ ପ୍ରଶଂସା କରିଥିବା ବେଳେ ଉପସ୍ଥିତ ଥିବା ହିତାଧିକାରୀଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଉପାଧ୍ୟ କ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସା ସ ମଲ,ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା ,ତହସିଲଦାର ଶରତ କୁମାର ମଲ୍ଲିକ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ,ପ୍ରମୁଖ ଉପସ୍ଥିତ ଥିଲେ।ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା ସଭାକାର‌୍ୟ୍ୟ ପରିଚାଳନା କରିଥିବା ବେଳେ ପ୍ରତି ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ଉପସ୍ଥିତିରେ ହିତାଧିକାରୀ ମାନଙ୍କୁ ଭତ୍ତା ,ପଟ୍ଟା,ଓ ଇନ୍ଦିରା ଆବାସ କାର‌୍ୟ୍ୟାଦେଶ ବଣ୍ଟନ କରାଯାଇଥିଲା।ପରିଶେଷରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସାଧୁ ଚରଣ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031