Indus Valley Times

ପଥର ଖସିବା ଯୋଗୁ ଟ୍ରାଫିକ ଜାମ: ଆମ୍ବୁଲାନ୍ସରେ ହେଲା ପ୍ରସବ

 Breaking News

ପଥର ଖସିବା ଯୋଗୁ ଟ୍ରାଫିକ ଜାମ: ଆମ୍ବୁଲାନ୍ସରେ ହେଲା ପ୍ରସବ

September 25
10:46 2022

ଜମ୍ମୁ, ୨୫/୯: ମୁଣ୍ଡିଆରୁ ଗଡ଼ି ଆସୁଥିବା ପଥର ଖଣ୍ଡ ସବୁ ରାମବନ ଜିଲ୍ଲା ଅନ୍ତର୍ଗତ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି କରିବାରୁ ଶନିବାର ଦିନ ଜଣେ ୨୨ ବର୍ଷୀୟ ମହିଳା ଆମ୍ବୁଲାନ୍ସ୍ ଭିତରେ ଗୋଟାଏ ପୁଅ ଜନ୍ମ କରିଥିବା କଥା ସ୍ବାସ୍ଥ୍ୟ ବିଭାଗ ଅଧିକାରୀମାନେ କହିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, ଡିଷ୍ଟ୍ରିକ୍ଟ୍ ହସ୍ପିଟାଲ୍ ଅଭିମୁଖେ ଯାଉଥିବା ୧୦୮ ଆମ୍ବୁଲାନ୍ସ୍ ‘ଟ୍ରାଫିକ୍ ଜାମ୍’ରେ ଫସିଯିବାରୁ ଗୁଲ୍ ଅନ୍ତର୍ଗତ ଧରମ୍-ସଙ୍ଗ୍ଲାଦନ୍ବାସିନୀ ଶହୀନା ଉକ୍ତ ଆମ୍ବୁଲାନ୍ସ୍ କର୍ମଚାରୀମାନଙ୍କ ସହାୟତାରେ ଗାଡ଼ି ଭିତରେ ହିଁ ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ।
ମେହର୍ ଅଞ୍ଚଳର କ୍ୟାଫେଟେରିଆ ନିକଟ ରାଜପଥ ପାର୍ଶ୍ବରେ ଥିବା ଗୋଟାଏ ମୁଣ୍ଡିଆରୁ (ଛୋଟ ପାହାଡ଼) ପଥର ଖଣ୍ଡମାନ ଖସି ଆସୁଥିବାରୁ ସକାଳୁ ସେ ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ଉପୁଜି ଥିଲା।
ପଥର ପଡ଼ି କେତେକ ଗାଡ଼ି ନଷ୍ଟ ହୋଇଥିବାର ଖବର ଆସିଥିଲେ ହେଁ, କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି।
ଠିକଣା ସମୟରେ ଶହୀନା ଓ ତା’ର ନବଜାତକକୁ ଡାକ୍ତରଖାନରେ ପହଞ୍ଚାଇବାରେ ସାହାଯ୍ୟ କରିଥିବାରୁ ଶହୀନାଙ୍କ ସ୍ବାମୀ ମହମ୍ମଦ୍ ୟୁସୁଫ୍ ଡାକ୍ତରଖାନା କର୍ମଚାରୀ, ସେନା, ପୁଲିସ ଓ ବେସାମରିକ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଗୁଲ୍ସ୍ଥିତ ଉପ-ଜିଲ୍ଲା ହସ୍ପିଟାଲ୍ରୁ ରାମବନ ଯିବା ବେଳେ ସେମାନଙ୍କ ସହିତ ଥିବା ଜଣେ ନର୍ସିଙ୍ଗ୍ ସହଯୋଗିନୀ କହିଛନ୍ତି, ୨ ଘଣ୍ଟାରୁ ଅଧିକ ସମୟ ଧରି ଆମେ ଟ୍ରାଫିକ୍ ଜାମ୍ରେ ପଡ଼ିଯାଇଥିଲୁ। ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତୀ ଘଟିବାରୁ ଆମେ ପ୍ରସବ କରାଇବା ପାଇଁ ନିଷ୍ପତ୍ତି ଗ୍ରହଣ କଲୁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031