Indus Valley Times

ପଦୋନ୍ନତିରେ ବିଳମ୍ବ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହ ଘେରିଲେ ଶିକ୍ଷକ ଶିକ୍ଷୟତ୍ରୀ: ପଦୋନ୍ନତି ପାଇଁ ପଇସା ନେଇଥିବା ଅଭିଯୋଗ କଲେ ଶିକ୍ଷକ

 Breaking News

ପଦୋନ୍ନତିରେ ବିଳମ୍ବ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହ ଘେରିଲେ ଶିକ୍ଷକ ଶିକ୍ଷୟତ୍ରୀ: ପଦୋନ୍ନତି ପାଇଁ ପଇସା ନେଇଥିବା ଅଭିଯୋଗ କଲେ ଶିକ୍ଷକ

ପଦୋନ୍ନତିରେ ବିଳମ୍ବ ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହ ଘେରିଲେ ଶିକ୍ଷକ ଶିକ୍ଷୟତ୍ରୀ: ପଦୋନ୍ନତି ପାଇଁ ପଇସା ନେଇଥିବା ଅଭିଯୋଗ କଲେ ଶିକ୍ଷକ
June 15
18:01 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୬: ବୌଦ୍ଧ ଜିଲ୍ଲାରେ ପ୍ରଧାନଶିକ୍ଷକ ପଦୋନ୍ନତି ନେଇ ବୁଧବାର ଦିନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବାସଗୃହକୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଘେରିଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲାରେ ଲେବେଲ ୪ ରୁ ଲେବେଲ ୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବା ପାଇ ଯୋଗ୍ୟ ବିବେଚିତ ହୋଇଥିଲେ ସୁଧା ଜିଲ୍ଲା ଶିକ୍ଷା ବିଭାଗର ଖାମଖଆଲି ନୀତି ଯୋଗୁଁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବାରମ୍ବାର ପ୍ରଚାରିତ ହେଉଥିବା ଅଭିଯୋଗ କରିଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମତେ ୪ ରୁ ଲେବେଲ ୩ ପ୍ରଧାନଶିକ୍ଷକ ପଦୋନ୍ନତି ପାଇବା ପାଇ ନିର୍ଦ୍ଦେଶ ଆସିଥିଲା ।
ଏହା ବାରମ୍ବାର ଆପ୍ରୁଭାଲ ହୋଇ ଆସିଥିଲା । ଗତ ୩୦ ଓ ୩୧ ମେ ମାସରେ କାଉନସିଲିଂ ଥିଲା ,କିନ୍ତୁ ଏହାକୁ ବାତିଲ କରାଯାଇ ଗତ ପୁର୍ନବାର ୮.୬ ୨୦୨୩ରେ ଶିକ୍ଷା ନିର୍ଦ୍ଦେଶ୍‌ଙ୍କ ଠାରୁ ପୁନଶ୍ଚ ଆପ୍ରୁଭାଲ ହୋଇଆସିଥିଲା ଓ ୧୩.୬.୨୩ରେ କାଉନସେଲିଂ ପାଇ ଶିକ୍ଷକ ମାନଙ୍କୁ କୁହାଯାଇଥିଲା । କିନ୍ତୁ ଗତ ୧୩.୬.୨୩ରେ ଏହା ହୋଇନଥିଲା । ପୁଣି ପୁର୍ନବାର ୧୪.୬.୨୩ରେ ହେବାକୁ କୁହାଯାଇଥିଲା । ବୁଧବାର ଦିନ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସମସ୍ତ ବ୍ଳକ ଗୁଡିକରେ କାଉନସେଲିିଂ ପାଇଁ ଆସିଥିବା ବେଳ ଏହା ଓଡିଶା ଉଚ୍ଚ ନ୍ୟାୟଳୟର ଆଦେଶ ମୁତାବକ ପୋଷ୍ଟପୋଣ୍ଟ କରାଯାଇଥିବା କୁହାଯାଇଥିଲା । ଫଳରେ ଜିଲ୍ଲାରେ ୧୪୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପଦୋନ୍ନତି ପାଇବାରୁ ବଞ୍ଚତ ହେଉଥିବା ଅଭିଯୋଗ କରିଥିଲେ ।
ଏହା ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ବାରମ୍ବାର ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରତାରିତ ହେଉଥିବା ନେଇ ବୁଧବାର ଦିନ ପଦୋନ୍ନତି ପାଇବାକୁ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଜିଲ୍ଲାଶିକ୍ଷାଅଧିକାରୀଙ୍କ ବାସଗୃହକୁ ସକାଳୁ ସକାଳୁ ଘେରାଓ କରି ଧାରଣାରେ ବସିଛନ୍ତି । ଜଣେ ଶିକ୍ଷକ ପଦୋନ୍ନତି ନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଗୋଡ ଧରିଥିବା ମଧ୍ୟ ଏକ ଘଟଣା ଦେଖିବାକୁ ମିଳିଥିଲା ।
ଶିକ୍ଷକ ଶିକ୍ଷୟତ୍ରୀ ମାନେ ସେମାନଙ୍କ ଟଙ୍କା ଫେରାଅ ବୋଲି ଦାବୀ କରିଥିଲେ । ଫଳରେ ଦିନ ସାରା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇପଡିଥିଲା । ଏନେଇ କିଛି ଶିକ୍ଷକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଇଁ ଶିକ୍ଷକ ମାନେ ପଦୋନ୍ନତି ପାଇବାରେ ଅସୁବିଧା ଉପୁଜିଥିବା ଅଭିଯୋଗ କରିଥିଲେ । ଏନେଇ ଜିଲ୍ଲା ଶିକ୍ଷାଅଧିକାରୀ ଡ.ଉଦୟନାଥ ମାଝୀଙ୍କ କହିବା କଥା ୧୩ ତାରିଖରେ ହେବାକୁ ଥିବା କାଉନସେଲିଂ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ଯୋଗୁଁ ହୋଇପାରିନଥିଲା ଏହା ୧୪ ତାରିଖରେ ହେବାକୁ ଥିଲା । କିନ୍ତୁ ଓଡିଶା ଉଚ୍ଚ ନ୍ୟାୟଳୟର ଡବ୍ଲୁ ପି(ସି) ୧୮୫୨୫/୨୦୨୩ ତା ୧୨.୬.୨୩ ରେ ମାମଲା ଯୋଗୁଁ ଏହାକୁ ସ୍ଥଗିତ କରାଯାଇଥିବା କହିଥିଲେ । କିନ୍ତୁ ଏହା ସ୍ୱତ୍ତେ ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନଛୋଡ ବନ୍ଧା ହୋଇ ଘେରାଓ କରିଥିଲେ ।
ଦୀର୍ଘ ସମୟ ପରେ ଉପଜିଲ୍ଲାପାଲ ରବିନ୍ଦ୍ର ନାଥ କହଁର ଘଟଣା ସ୍ଥଳକୁ ପହଞ୍ôଚ ଯେହେତୁ ଉଚ୍ଚ ନ୍ୟାୟଳୟରେ ମାମଲା ରହିଛି , ମାମଲାର ରାୟ ଆସିବା ପରେ ପଦୋନ୍ନତି କଥା ବିଚାର କରାଯିବ ବୋଲି କହିବା ସହ ଆପାଣ ମାନେ ଯଦି ନମାନିବେ ତେବେ ଆଇ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଶିକ୍ଷକ ମାନଙ୍କୁ କହିବା ପରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଶେଷର ନିରାଶ ହୋଇଫେରିଥିଲେ ।
ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ଟାଟା ପାୱାର କମ୍ଫାନୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ବୌଦ୍ଧ,୧୫/୬ : ବୌଦ୍ଧଜିଲ୍ଲା ବିଜେପି ପକ୍ଷରୁ ଆଜି ଟାଟା ପାୱାର କମ୍ପାନୀର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପ୍ରତ୍ସାହନରେ ବିଜୁଳି ବିତରଣ କମ୍ପାନୀ ଟାଟା ପାୱାର କମ୍ପାନି ଅରାଜକତା ଚଳାଇଥିବା ଅଭିଯୋଗ କରିଥିବା ସହ ସରକାରଙ୍କ ନିୟନ୍ତ୍ରଣ ବାହାରେ ଟାଟା ପାୱାର ଅଛି । ଯାହାଫଳରେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ବୌଦ୍ଧଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବା ସତ୍ୱେ ସାମାନ୍ୟ ବର୍ଷା, ପବନ, ଧୂଳି ଝଡରେ ମନଇଛା ବିଦ୍ୟୁତ କାଟ କରାଯାଉଥିବାର ଅଭିଯୋଗ କରିଥିଲେ । ବିକ୍ଷୋଭ ପ୍ରଦର୍ଶନ ସମୟରେ ଶ୍ୟମା ସୁନ୍ଦର ପୁରୋହିତ, ମନରଂଜନ ଦାସ,ନମିତା ରାଣୀ ଦାସ,ତାପସ ପଟ୍ଟନାୟକ,ନିରଂଜନ ଦାନୀ,ରାଜୀବ ଦେହୁରୀ, ରାଜକୁମାର ମେହେର ପ୍ରମୁଖ ସାମିଲଥିଲେ ।
ବୌଦ୍ଧରେ ବିଶ୍ୱ ରକ୍ତଦାତା ଦିବସ, ଦଶଜଣ ସମାଜସେବୀଙ୍କୁ ସମ୍ମାନୀତ
ବୌଦ୍ଧ,୧୫/୬: ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷଠାରେ ବିଶ୍ୱ ରକ୍ତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଚିକିତ୍ସା ଅଧିକାରୀ ଜୟକୃଷ୍ଣ ମିଶ୍ର ଯୋଗଦାନ କରି ରକ୍ତଦାନର ମହତ୍ତ୍ୱ ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ଏ. ଡି. ଏମ. ଓ. ମଦନମୋହନ ପ୍ରଧାନ, ଡାକ୍ତର କିଶୋର ଚନ୍ଦ୍ର ପଟ୍ଟନାୟକ, ପ୍ରତ୍ୟୁଷ ମହାପାତ୍ର, ଡି. ପି. ଏମ. ରୂପକ ମହାପାତ୍ର, ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବି କେ ଆର ହେମ୍ବ୍ରମ ଯୋଗ ଦେଇଥିଲେ । ରକ୍ତଦାତା ଅନୁଷ୍ଠାନର କର୍ମକର୍ତ୍ତା ପ୍ରିୟବ୍ରତ ବେହେରା, ଜୟ ନାରାୟଣ ମହାନ୍ତି, ଅଙ୍କିତ ଅଗ୍ରୱାଲା, ସାର୍ଥକ ମହାପାତ୍ର, ଦେବାଶିଷ ପୁରୋହିତ, ହୃଷିକେଶ ମେହେର ନିଜ ନିଜ ଅନୁଭୁତି ପ୍ରକାଶ କରିଥିଲେ ।
ଏହି ଅବସରରେ ମହିଳା ରକ୍ତଦାତା ମମତା ଆଗ୍ରୱାଲା, ମିନା ଅଗ୍ରୱାଲା, ମିନାରାଣୀ ସ୍ୱାଇଁ, ବୀଣାପାଣି ପ୍ରଧାନ, ସୌମ୍ୟାସୁମନ ପୁରୋହିତ ଏବଂ ଯୁବ ରକ୍ତଦାତା ଜ୍ଞାନପ୍ରକାଶ ପାଣିଗ୍ରାହୀ, ଚିନ୍ମୟ ପାତ୍ର, ସାର୍ଥକ ମହାପାତ୍ର, କଲ୍ୟାଣ ମହାପାତ୍ର, ଅଙ୍କିତ ଆଗ୍ରୱାଲାଙ୍କୁ ଉପଢୌକନ ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ରଘୁନାଥ ସାହୁ ଓ ରକ୍ତ ଭଣ୍ଡାରର କର୍ମଚାରୀ ପରିଚାଳନା କରିଥିଲେ ।
ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ,୧୫/୬: ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୋଜନ ପାଚିକା ଓ ସହାୟିକା ମାନଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ର ବିଭିନ୍ନ ଅଂଚଳରୁ ଆସିଥିବା ମଧ୍ୟାହ୍ନ ଭୋଜନ ପାଚିକା ଓ ସହାୟିକା ମାନେ ଅଂଶଗ୍ରହଣ କରିଥିଲେ ।
ମଧ୍ୟାହ୍ନ ଭୋଜନ ପରିଚାଳନାରେ ପାଚିକା ଓ ସହାୟିକା ମାନଙ୍କ ରହିଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ଜିଲ୍ଲାପାଳ ଦିଗଦର୍ଶନ ପ୍ରଦାନ କରିଥିଲେ । ଦିଗଦର୍ଶନ କାର୍ଯ୍ୟକ୍ରମ ରେ ଭୋଜନ ପାଚିକା ଓ ସହାୟିକା ମାନେ ନିଜ ନିଜ ଅନୁଭବକୁ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ସମସ୍ତେ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଶ୍ୱିନି କୁମାର ମେହେର, ଅତିରିକ୍ତ ଶିକ୍ଷା ଜିଲ୍ଲା ଅଧିକାରୀ ଘନଶ୍ୟାମ ମେହେର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହ ପ୍ରମୁଖ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031