Indus Valley Times

ପଦ୍ମପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୮.୫୦ ପ୍ରତିଶତ ମତଦାନ

 Breaking News

ପଦ୍ମପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୮.୫୦ ପ୍ରତିଶତ ମତଦାନ

ପଦ୍ମପୁର ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ୮.୫୦ ପ୍ରତିଶତ ମତଦାନ
December 05
10:36 2022

ଭୁବନେଶ୍ୱର,୫/୧୨ : ଭୋଟ ଦେଉଛି ପଦ୍ମପୁର । ନିଜ ନେତା ବାଛିବାକୁ ସକାଳୁ ସକାଳୁ ଧାଡିରେ ଭୋଟ ଦେଉଛନ୍ତି ପଦ୍ମପୁର ବାସୀ । ତେବେ ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ସୁଦ୍ଧା ସୁରୁଖୁରୁ ନିର୍ବାଚନ ଚାଲିଛି । କିଛି ଇଭିଏମ୍ରେ ତ୍ରୁଟି ଦେଖାଦେଇଥିଲା । ଯାହାପରେ ସେସବୁର ସମାଧାନ କରାଯାଇଛି । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଚାଲିଛି । ଅଧିକ ସଂଖ୍ୟାରେ ଲୋକେ ଆସି ମତଦାନ କରନ୍ତୁ ।
ସୂଚନାଯୋଗ୍ୟ ଯେ, ପଦ୍ମପୁରରେ ୩୧୯ଟି ବୁଥରେ ହେଉଛି ମତଦାନ। ଏହା ଭିତରେ ୧୫ଟି ମଡେଲ, ୬ଟି ପିଙ୍କ୍ ବୁଥ ରହିଛି। ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହୋଇଛି। ୧୨୦ବୁଥରେ ୱେବ୍ କାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି ଲାଗିଛି। ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରିବେ।
ଏଥିପାଇଁ ୧୨୭୬ ପୋଲିଂ ଅଧକାରୀ ନିଯୁକ୍ତ ହୋଇଛନ୍ତି। ୯୧ ଜଣ ମାଇକ୍ରୋ ଅବଜରଭର ନିଯୁକ୍ତ ହୋଇଛନ୍ତି । ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୧୨ପ୍ରକାର କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ ଦେଇପାରିବେ ମତଦାତା । ସୁରକ୍ଷା ବ୍ୟବସ୍ଥାରେ ମୋଟ୍ ୧୪୧୩ ଜଣ ପୋଲିସ କର୍ମଚାରୀ ଏବଂ ୯ କମ୍ପାନୀ ସିଆରପିଏଫ ନିୟୋଜିତ ହୋଇଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930