Legatus

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ- ନବୀନଙ୍କୁ ହଟାଇବା

 Breaking News

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ- ନବୀନଙ୍କୁ ହଟାଇବା

ପଦ୍ମ ଧରିଲେ ପ୍ରଦୀପ ପାଣିଗ୍ରାହୀ; କହିଲେ- ନବୀନଙ୍କୁ ହଟାଇବା
February 21
14:30 2024

ଭୁବନେଶ୍ୱର,୨୧/୨: ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତରେ ସେ ପଦ୍ମ ଧରିଛନ୍ତି। ରାଜ୍ୟ ର୍କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶକୁ ସାରା ବିଶ୍ବରେ ସମ୍ମାନିତ କରିଛନ୍ତି।
ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଁ ବିଜେପିରେ ମିଶିଛି।
ସେ ଆହୁରି କହିଛନ୍ତି, ଓଡ଼ିଶାରେ ଅନ୍ଧ, ମୂକ ବଧିର ସରକାରକୁ ହଟାଇବାର ସମୟ ଆସିଛି। ନବୀନ ବାବୁ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ହେଲେ ପରେ ନିଜର ସ୍ବାର୍ଥ ଲାଗି ବିଜେପିର ହାତ ଛାଡ଼ିଥିଲେ। ନବୀନ ବାବୁଙ୍କୁ ହଟାଇବା ଓ ବିଜେପିକୁ କ୍ଷମତା ଆଣିବାର ସମୟ ଆସିଛି। ପୂର୍ଣ୍ଣ ସମର୍ଥନ ଦେଇ ଥରେ ବିଜେପିକୁ ଓଡ଼ିଶାରେ କ୍ଷମତାସୀନ କରିବାକୁ ସେ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି। ଲୋକଙ୍କ ପାଇଁ ହେବ ବିଜେପି ସରକାର। ରାଜ୍ୟର ସଚିବାଳୟ ସମସ୍ତଙ୍କ ପାଇଁଖୋଲା ରହିବ।
ବିଜେପିରେ ମିଶିବା ପରେ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା କେନ୍ଦ୍ରରେ ଥିବା ମୋଦୀ ସରକାରଙ୍କ ସଫଳତାରେ ଅନୁପ୍ରାଣିତ ହୋଇ ବିଜେପି ଯୋଗ ଦେଇଛନ୍ତି ବୋଲି କହିଛନ୍ତି ପ୍ରଦୀପ। ପ୍ରଦୀପ କହିଛନ୍ତି ଓଡ଼ିଶାରେ ପରିବର୍ତ୍ତନର ସମୟ ଆସିଛି। ରାଜ୍ୟରେ ଥିବା ଅନ୍ଧ ମୂକ ବଧିର, ଗର୍ବୀ, ଅହଙ୍କାରୀ ସରକାର ହଟାଇବା। ଏକଛତ୍ରବାଦୀ ସରକାର ହଟାଇ, ଶାନ୍ତି ମୈତ୍ରୀ ସରଳ ଓ ଲୋକତନ୍ତ୍ରର ସରକାର ଆଣିବା, ନବୀନଙ୍କୁ ହଟାଇବା, ଓଡ଼ିଆଙ୍କୁ ଗୁରୁତ୍ବ ଦେବା। ବିଜେପିକୁ ଥରଟିଏ ସୁଯୋଗ ଦିଅନ୍ତୁ, ନୂଆ ସରକାର ଆଣନ୍ତୁ ବୋଲି ପ୍ରଦୀପ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ବର୍ତ୍ତମାନର ସମୟ ପରିବର୍ତ୍ତନର ସମୟ। ଦେଶ ତଥା ରାଜ୍ୟ ଆଗକୁ ନେବାର ସମୟ ଆସିଛି। ପ୍ରଦୀପ କହିଛନ୍ତି ଓଡ଼ିଶା ଫାର୍ଷ୍ଟ, ଓଡ଼ିଆ ଫାର୍ଷ୍ଟ ପାଇ ସଂକଳ୍ପ ନେବା। ବିଜେଡି ୨୦୧୪ରୁ ବିଜେପି ଆଗରେ ଅଘୋଷିତ ସମର୍ପଣ କରି ସାରିଛି। ତେଣୁ ବିଜେପିକୁ ପୂର୍ଣ୍ଣ ସମର୍ଥନ ଦେଇ ଓଡ଼ିଶାରେ ସରକାର କରିବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ପ୍ରଦୀପ ରାଜ୍ୟବାସୀଙ୍କୁ ଆହ୍ଵାନ ଦେଇଛନ୍ତି। ହିଞ୍ଜିଳିରୁ ମିଶନ ଆରମ୍ଭ ହେବ, ଭୁବନେଶ୍ୱରରେ ଶେଷ ହେବ ବୋଲି କହିଛନ୍ତି ପ୍ରଦୀପ।
ଆସନ୍ତା ୨୨ତାରିଖରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥକମାନଙ୍କ ସହିତ ବିଜେପିରେ ଯୋଗଦେଇଛନ୍ତି। ଆଜିର ଏହି କାର‌୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି, ଦିଲୀପ ମଲ୍ଲିକ ଓ ସଜ୍ଜନ ଶର୍ମା ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31