Indus Valley Times

ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର

 Breaking News

ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର

ପରଲୋକରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଦୀପ ସରକାର
March 24
11:05 2023

ମୁମ୍ବାଇ,୨୪/୩: ଗୁରୁବାର ରାତି ପ୍ରାୟ ୩.୩୦ରେ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ଦେଶକ ୬୮ ବର୍ଷିୟ ପ୍ରଦୀପ ସରକାରଙ୍କ ଦେହାନ୍ତ ହୋଇଯାଇଥିବା କଥା ଅଭିନେତ୍ରୀ ନୀତୁ ଚନ୍ଦ୍ରା କହିଛନ୍ତି।
‘ପରିଣୀତା’, ‘ଲଗା ଚୁନରି ମୈଁ ଦାଗ୍’, ‘ମର୍ଦାନି’ ଏବଂ ‘ହେଲିକପ୍ଟର୍ ଏଲା’ ଭଳି ଚଳଚ୍ଚିତ୍ରର ନିର୍ଦେଶନା ଦେଇ ସେ ଲୋକପ୍ରିୟ ହୋଇ ପାରିଥିଲେ।ଇୟଗ୍ଦ ଚ୍ଚ
ସଂଗୃହୀତ ରିପୋର୍ଟ ଅନୁସାରେ, ‘ଡାଏଲିସିସ୍’ରେ ଥିବା ପ୍ରଦୀପ ସରକାରଙ୍କ ‘ପଟାସିୟମ୍’ ସ୍ତର ଖୁବ୍ ନିମ୍ନ ସ୍ତରକୁ ଚାଲିଆସିଥିଲା। ରାତି ୩ଟା ବେଳେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ହିଁ ତାଙ୍କର ମୃତ୍ୟୁ ଘଟିଲା।
ପ୍ରଦୀପ ଓ ତାଙ୍କ ଭଉଣୀ ମାଧୁରୀଙ୍କ ସହିତ ଖୁବ୍ ଘନିଷ୍ଠତା ଥିବା ଅଭିନେତ୍ରୀ ନୀତୁ ଚନ୍ଦ୍ରା ଟୁଇଟ୍ କରି ଲେଖିଛନ୍ତି: ପ୍ରିୟତମ ନିର୍ଦେଶକ ପ୍ରଦୀପ ସରକାର ଦାଦାଙ୍କ ମୃତ୍ୟୁ ସମ୍ବାଦ ଜାଣି ଅତ୍ୟନ୍ତ ଦୁଃଖିତ। ତାଙ୍କରିଠାରୁ ମୋର ଅଭିନେତ୍ରୀ ପେସା ଆରମ୍ଭ ହୋଇଥିଲା। ଚଳଚ୍ଚିତ୍ରକୁ ଅସାଧାରଣ କରି ଲୋକପ୍ରିୟ କରାଇବାର ସୌନ୍ଦର‌୍ୟ୍ୟ ଜ୍ଞାନ ତାଙ୍କଠାରେ ନିହିତ ଥିଲା।
ଗତରାତିରେ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା। ଦୀର୍ଘ ଦିନ ହେବ ତାଙ୍କ ଦେହ ଭଲ ରହୁ ନ ଥିଲା। ତାଙ୍କର ‘ଡାଏଲିସିସ୍’ କରାଯାଉଥିଲା, ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ବି ଥିଲା। ଆଜି ଅପରାହ୍ଣ ୪ଟା ବେଳେ ସାନ୍ତାକ୍ରୁଜ୍ରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ନୀତୁ କହିଛନ୍ତି।
ବିଜ୍ଞାପନ ଚଳଚ୍ଚିତ୍ର କ୍ଷେତ୍ରରେ ତାଙ୍କର ଖୁବ୍ ସୁନାମ ଥିଲା। ୧୯୯୦ ଦଶକ ଏବଂ ୨୦୦୦ ପ୍ରାରମ୍ଭ ମଧ୍ୟରେ ସେ ‘ୟୁଫେରିୟା’ର ‘ଧୁମ୍ ପିଚ୍କା ଧୁମ୍’ ଓ ‘ମାୟେରି’ ଏବଂ ଶୁଭା ମୁଦ୍ଗଲ୍ଙ୍କ ‘ଅବ୍ କେ ସାୱନ୍’ ଆଦି ଅନେକ ଭିଡିଓ ଗୀତ ମଧ୍ୟ ସୁଟିଙ୍ଗ୍ କରାଇଥିଲେ।
ରାଜକୁମାର ହିରାନିଙ୍କ ସହିତ ମିଶି ସେ ଚଳଚ୍ଚିତ୍ର କ୍ଷେତ୍ରରେ କାର‌୍ୟ୍ୟ ଆରମ୍ଭ କରି ‘ମୁନ୍ନା ଭାଇ ଏମ୍ବିବିଏସ୍’ର ସହ-ସମ୍ପାଦନା କରିଥିଲେ। ତାଙ୍କ ନିର୍ଦେଶିତ ପ୍ରଥମ ଚଳଚ୍ଚିତ୍ର ହେଉଛି ବିଦ୍ୟା ବଲାନ୍, ସୈଫ୍ ଅଲି ଖାଁ ଏବଂ ସଞ୍ଜୟ ଦତ୍ତଙ୍କ ଅଭିନିତ ‘ପରିଣୀତା’।
ତାଙ୍କ ମୃତ୍ୟୁ ଖବର ଶୁଣି ନିର୍ଦେଶକ ହଂସଲ୍ ମେହେଟ୍ଟା, ଅଭିନେତା ଅଜୟ ଦେବଗନ ଏବଂ ମନୋଜ ବାଜପାୟୀ ଶୋକ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031