Indus Valley Times

ପରିବେଶ ସୁରକ୍ଷା ଲାଗି ସୁଉଦ୍ୟମ: ଜୟ ଭୈରବୀ କ୍ଲବ ଦ୍ୱାରା ବୃକ୍ଷ ରୋପଣ

 Breaking News

ପରିବେଶ ସୁରକ୍ଷା ଲାଗି ସୁଉଦ୍ୟମ: ଜୟ ଭୈରବୀ କ୍ଲବ ଦ୍ୱାରା ବୃକ୍ଷ ରୋପଣ

July 11
20:38 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧ା୭: ବୌଦ୍ଧ ଜୟ ଭୈରବୀ କ୍ଲବ ପକ୍ଷରୁ ରବିବାର ଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୁଷ୍ପଗିରି ଛାତ୍ରାବାସ.ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଓ ମଦନମୋହନ ମନ୍ଦିର ନିକଟରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ସାଂସଦଙ୍କ ପ୍ରତିନିଧି ବରିଷ୍ଠ ଆଇନଜିବୀ ତାରେଣି କୁମାର ମହାପାତ୍ର ଓ ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବ ଚରଣ ଘିବେଲା,ସମାଜସେବୀ ଚିତରଂଜନ ଦାଶ,ବିଜୁ ଜନତା ଦଳର ରାଜ୍ୟ ସଂପାଦକ ତଥା ଆଇନଜିବୀ ଅଶୋକ କୁମାର ସାହୁ ଓ ନେହେରୁ ଯୁବକେନ୍ଦ୍ରର ସଂଯୋଜକ ପ୍ରମୁଖ ଯୋଗଦେଇଥିଲେ ।
କ୍ଲବର ସଭାପତି ନିରୋଧ କୁମାର ମେହେରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂପାଦକ କୈଳାଶ ବେହେରା,ବରିଷ୍ଠ ସଦସ୍ୟ ତୃପ୍ତିରଂଜନ ଦାନୀ,ସୌମିତ୍ରି କୁମାର ନାୟକ,ରଂଜନ ରଶ୍ମି ନାୟକ, ସୁବାସ ଚନ୍ଦ୍ର ପଣ୍ଡା,ମାନସ ସେଠୀ,ରମାକାନ୍ତ ମେହେର,ଦିଲ୍ଲିପ ରାଉତ,ବୁଲୁ ସାହୁ,ସୁଶୀଳ ପରିଡା,ସୁନିଲ ପରିଡା,ଅନିଲ ବେହେରା,ନିର୍ବିକାର ମେହେର,ବିନୟ ନାୟକ ଓ ରମାକାନ୍ତ ମେହେର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।
କ୍ଲବର ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ କୁମାର ସାହୁ ଓ ଦୁର୍ଯ୍ୟଧନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ବୌଦ୍ଧ ଉଠାଦୋକାନୀ ସଂଘ ଗଠିତ; ସଭାପତି ହେଲେ ସୁଦାମ ବେହେରା
ବୌଦ୍ଧ,୧୧ା୭: କରୋନା ମହାମାରୀ ସମୟରେ ଜୀବନ ଜିବିକା ପାଇଁ ସଂଘର୍ଷ କରୁଥିବା ବୌଦ୍ଧର ଉଠାଦୋକାନୀମାନେ ନିଜର ସମସ୍ୟା ସମାଧାନ ପାଇଁ ଆଗଭର ହୋଇଛନ୍ତି । ବୌଦ୍ଧ ମଦନମୋହନ ମନ୍ଦିର ପ୍ରାଙ୍ଗଣରେ ରବିବାର ଦିନ ଅନୁଷ୍ଠିତ ଏକ ବୈଠକରେ ଉଠାଦୋକାନୀ ସଂଘ ଗଠନ କରାଯିବା ସହିତ ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଛି ।
ଏଥିରେ ସୁଦାମ ବେରୀହା ସଭାପତି ଭାବରେ ମନୋନୀତ ହୋଇଥିବାବେଳେ ଉପସଭାପତି ଉମାକାନ୍ତ ମେହେର,ସଂପାଦକ ବିରୁପାକ୍ଷ କରଡିଆ,ସହସମ୍ପାଦକ ତ୍ରିଲୋଚନ ମଙ୍ଗରାଜ ଓ କୋଷାଧ୍ୟକ୍ଷ ଭାବରେ ରାଜେଶ କୁମାର ସାହୁଙ୍କୁ ମନୋନୀତ କରାଯାଇଥିଲା ।
ଏହାବ୍ୟତୀତ କାର୍ଯ୍ୟକାରୀ ସଦସ୍ୟ ଭାବରେ କୃଷ୍ଣଚନ୍ଦ୍ର ସାହୁ,ସଂଜୟ ଶଙ୍କର ପୁରୋହିତ,ନିତ୍ୟାନନ୍ଦ ବାରିକ,ନେତ୍ରାନନ୍ଦ ସାହୁ,ଗଣ୍ଡାଧର ସାହୁ ଓ ପୁରସ୍ତମ ପ୍ରଧାନଙ୍କୁ ମନୋନୀତ କରାଯାଇଥିଲା । ସଂଘର ଉପଦେଷ୍ଟା ଭାବରେ ଆଇନଜିବୀ ବିଶ୍ୱଜିତ ମିଶ୍ରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା । ଖୁବଶୀଘ୍ର ସଂଘକୁ ସରକାରୀ ଭାବରେ ପଂଜିକୃତ କରାଯାଇ ପରବର୍ତ୍ତି ବୈଠକରେ ଏହାର କାର୍ଯ୍ୟକାରିତା ନେଇ ଆଲୋଚନା କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ବୈଠକରେ ଅତିଥି ଭାବରେ ସାମ୍ବାଦିକ ସଂପଦ କୁମାର ଅଗ୍ରୱାଲା ଓ ଶଶାଙ୍କ ଶେଖର ମିଶ୍ର ଯୋଗଦେଇ ଉଠାଦୋକାନୀମାନେ ବଜାରକୁ ଆସୁଥିବା ସ୍ଥାନୀୟ ଚାଷୀମାନଙ୍କ ସହିତ ସମନ୍ୱୟ ରକ୍ଷା କରି ନିଜର ବ୍ୟବସାୟ ଜାରି ରଖିବା ସହିତ ସମସ୍ତ ସରକାରୀ ସୁବିଧା ସୁଯୋଗ ହାସଲ ପାଇଁ ସଂଘ ଜରିଆରେ ଦାବି ରଖିବାକୁ ପରାମର୍ଶ ଦେଇଥିଲେ ।
ଲୋକମାନଙ୍କୁ ମିଳୁନି ବିଶୁଦ୍ଧ ପାଣି: ମ୍ୟାଲେରିଆରେ ଛଟପଟ ପଞ୍ଚାୟତବାସୀ
ବୌଦ୍ଧ,୧୧ା୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଆଦିବାସୀ ଅଧ୍ୟୁଷିତ ବଣପାହାଡ ଘେରା ପଞ୍ଚାୟତ ତଳଗାଁ । ପଞ୍ଚାୟତଟି ୪୨ ଗୋଟି ଗାଁକୁ ନେଇ ଗଠିତ କିନ୍ତୁ ଆଜିବି ପଞ୍ଚାୟତରେ ଲୋକମାନଙ୍କୁ ବିଶୁଦ୍ଧ ପାଣି ମଧ୍ୟ ମିଳିପାରିନାହିଁ । ଗାଁ ଗୁଡିକରେ ସରକାରଙ୍କ ସପ୍ଳାଇ ପାଣି ମଧ୍ୟ ଯୋଗାଇଦିଆଯାଇପାରିନାହଁ । ଫଳରେ ପଞ୍ଚାୟତବାସୀ ବାଧ୍ୟ ହୋଇ ନାଳ, ଝରଣ।।, ପୋଖରୀ ଆଦିର ପାଣି ପିଇ ବହୁ ସମୟରେ ମ୍ୟାଲେରିଆରେ ପିଡିତ ହେବା ସହ ମୃତ୍ୟମୁଖରେ ପଡୁଛନ୍ତି ।
ଗତ ୧୫ ଦିନ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ଦମନ ପାଇଁ ଗାଁ ଗାଁ ବୁଲି ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ । ସେଥିମଧ୍ୟରୁ ଲୁଣ୍ଡୁରୀଜୋରୀ ଗ୍ରାମରୁ ୫ ଜଣ, ସାନଖଜୁରୀବଡଖଜୁରୀରୁ ୨୬, ବାନ୍ଦିଗାଡୁରୁ ୫ , ଗୁଣ୍ଡୁରିସାହିରୁ ୪୨, କଣ୍ଟିସରରୁ ୫ ଓ ଡମକୋଚରୁ ୨ ଜଣ ମ୍ୟାଲେରିଆ ପଜିଟିଭ ବାହରିଥିବା ଜଣାପଡିଛି । ଫଳରେ ପଞ୍ଚାୟତର ଗ୍ରାମଗୁଡିକ ବଣପାହାଡ ଓ ଜଙ୍ଗଲି ଅଞ୍ଚଳରେ ରହୁଥିବା ଯୋଗୁଁ ଅନ୍ୟ ଗ୍ରାମଗୁଡୀକରେ ମଧ୍ୟ ପରୀକ୍ଷା କରାଗଲେ ଏହାର ସଂଖ୍ୟା ଆହୁରୀ ବଢିପାରେ ।
ଗୋଟିଏ ପଟେ ବୌଦ୍ଧ ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ ବୋଲି ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ମ୍ୟାଲେରିଆରେ ତଳଗାଁ ପଞ୍ଚାୟତବାସୀ ଛଟପଟ ହେଉଛନ୍ତି । ପଞ୍ଚାୟତର ଅଧିକାଂଶ ଲୋକ ଗରୀବ ଶ୍ରେଣୀର ହୋଇଥିବାରୁ ଠିକ ଭାବେ ମଧ୍ୟ ଚିକତ୍ସିତ ହୋଇପାରୁନାହାନ୍ତି । ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆନଗଲେ ଆଗକୁ ଲୋକମାନେ ମୃତ୍ୟୁ ମୁଖରେ ପଡିବା ନିଶ୍ଚିତ ହୋଇଯିବ ।
ଜିଲା କଂଗ୍ରସ କମିଟି ଘୋଷିତ: ଉପସଭାପତି ହେଲେ ସମରେଶ ମିଶ୍ର ଓ ଅଭିମନ୍ୟୁ ପ୍ରଧାନ
ବୌଦ୍ଧ,୧୧ା୭: ପ୍ରଦେଶ କଂଗ୍ରେସ କିମିଟି ସଭାପତି ନିରଂଜନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର ବୌଦ୍ଧଜିଲ୍ଲା କମିଟି ଘୋଷଣା କରିଛନ୍ତି । ଏଥିରେ ଉପସଭାପତି ଭାବରେ ସମରେଶ ମିଶ୍ର ଓ ଅଭିମନ୍ୟୁ ପ୍ରଧାନ, କୋଷାଧକ୍ଷ୍ୟ ପ୍ରଦୀପ ଦାସ, ସାଧାରଣ ସଂପାଦକ ଭାବେ ପ୍ରଦ୍ୟୁମ୍ନ କୁମାର ଧଳ, ଅର୍ଜୁନ ମହାନନ୍ଦିଆ, ଲଲିତ ମହାକୁଡ ଏବଂ ସମ୍ଫାଦକ ଭାବେ ଜଗବନ୍ଧୁ ମହାକୁଡ, ସତ୍ୟଭାମା ମେହେର, ସଜିତ ଖାନ ଓ ଗୋବର୍ଦ୍ଧନ ବାରିକଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କାର୍ଯ୍ୟକାରି କମିଟିକୁ ଜ୍ୟୋତିନ୍ଦ୍ର କୁମାର ସିହ୍ନା, ଉଦୟନାଥ ଶର୍ମା, ତାରେଣୀସେନ ଜେନା, ଗୌରିଶଙ୍କର ଶତପଥି, ଚିତ୍ରଲେଖା ପାଣ୍ଡେ, ହରିହର ଭୋଇ, ଶିବ ବେହେରା, ବିପ୍ରଚରଣ ବେହେରା, ଅଭିମନ୍ୟୁ ସାହୁ, ମହମ୍ମଦ ରିୟାଜୁଲ ଓ ପଙ୍କଜିନୀ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଜିଲ୍ଲା କଂଗ୍ରସ କମିଟିକୁ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବରେ ପୂର୍ବତନ ଜିଲ୍ଲା ସଭାପତି ନାରାୟଣ ପ୍ରସାଦ ପରିଜା, ପୂର୍ବତନ ବିଧାୟକ ସୁଜିତ କୁମାର ପାଢୀ, ପୂର୍ବତନ ସଭାପତି ସୁଧିର ମହାକୁଡ, ହରିନାରାୟଣ ପ୍ରଧାନ, ସୁଧିର କୁମାର କର୍ଣ୍ଣ,ପ୍ରଶାନ୍ତ କୁମାର ସାହୁ, ଶ୍ରୀଧର ପ୍ରଧାନ, ବିନ୍ଧ୍ୟାବିନୀ ସାହୁ, ଚନ୍ଦ୍ରଶେଖର ପାଢୀ, ଅବଦୁଲ ହଲିମ ଖାଁ, ବିରେନ୍ଦ୍ର ବାରିକ, ବାବା ସୁମନ୍ତ ମହାକୁଡ ଓ ଗଶେଷ ଅଗ୍ରୱାଲାଙ୍କୁ ମନୋନୀତ କରାଯାଇଛି । ସେହିପରି ଜିଲ୍ଲାସ୍ତରୀୟ କଂଗ୍ରେସ ଛାମୁଆ ସଂଗଠନର ମୁଖ୍ୟମାନଙ୍କୁ କମିଟିରେ ରଖାଯାଇଥିବା ଜିଲ୍ଲା ସଭାପତି ନବ କୁମାର ମିଶ୍ର ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031