Indus Valley Times

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ମାସେ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

 Breaking News

ପର୍ଯ୍ୟଟକଙ୍କ ପାଇଁ ଖୁସିର ଖବର, ମାସେ ପରେ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

December 27
11:01 2023

ଯଶିପୁର,୨୭/୧୨: ଭାରତବର୍ଷର ଅନ୍ୟତମ ଜୈବ ମଣ୍ଡଳ ଓ ପର୍ଯ୍ୟଟନସ୍ଥଳୀ ଶିମିଳିପାଳରେ ବିଗତ ୩୧ ଦିନ ଧରି ଚାଲିଥିବା ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହେବା ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଶିମିଳିପାଳ ଅଭୟାରଣ୍ୟ। ପ୍ରଶାସନିକ ସ୍ତରରେ ଆଲୋଚନା ପରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ମିଳିଥିବା ଜଣାପଡିଛି।
ବରେହିପାଣି ଠାରେ ଗତକାଲି ବିଶାଳ ସମାଧାନ ସଭାରେ ଏ ବାବଦରେ ବିଧିବଦ୍ଧ ଭାବେ ଘୋଷଣା କରାଯିବା ପରେ ବ୍ୟାଘ୍ର ପ୍ରକଳ୍ପ କର୍ତ୍ତୃପକ୍ଷ, ପ୍ରଶାସନିକ ଅଧିକାରୀ, ଶିମିଳିପାଳ ବାସିନ୍ଦା ଓ ସାଧାରଣ ଜନତାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇ ସବୁ ମହଲରେ ଏହାକୁ ସ୍ୱାଗତ କରାଯାଇଛି।
ଦୀର୍ଘ ସମୟ ଧରି ଆଲୋଚନା ସଭାରେ ବିଚାର ବିମର୍ଷ ପରେ ଏ ଘୋଷାଣ କରିଛନ୍ତି ରାସ୍ତାରୋକ ଆନ୍ଦୋଳନର ନେତୃତ୍ବ ନେଇଥିବା ଶିମିଳିପାଳ ବିକାଶ ପରିଷଦର ସଭାପତି ପୂର୍ବତନ ସରପଞ୍ଚ ମହାନ୍ତି ବିରୂଆ। ଏହି ରାସ୍ତା ରୋକ୍ ପ୍ରତ୍ୟାହାର ନିଷ୍ପତ୍ତି ପରେ ଚଳିତ ମାସ ୨୭ ତାରିଖ ବୁଧବାର ଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରବେଶରେ କୌଣସି କଟକଣା ପ୍ରତିବନ୍ଧକ ରହିବ ନାହିଁ ବୋଲି ଜଣା ପଡ଼ିଥିଲା।
ପୂର୍ବ ଘୋଷିତ ଘୋଷଣା ମତେ ଗତକାଲି ବରେହିପାଣି ହକ୍ଷଟ ଛାକର ଠାରେ ଆୟୋଜିତ ସମାଧାନ ସଭାରେ ବିକାଶ ପରିଷଦ ସଭାପତି ମହାନ୍ତି ବିରୁଆ ସଭାପତିତ୍ବ କରିଥିଲେ। ବରିଷ୍ଠ ସଂଗଠକ ଜେଣ୍ଡ ତିରିଆ ସ୍ଵାଗତ ଭାଷଣ ସହିତ ସଭା ପରିଚାଳନା କରିଥିଲେ।
ସଭାପତି ତିରିଆ ଶିମିଳିପାଳର ତିନି ପ୍ରମୁଖ ପଞ୍ଚାୟତ ଗୁରୁଗୁଡ଼ିଆ ବରେହିପାଣି ଓ ଅସ୍ତକୁମାର ପଞ୍ଚାୟତର ବାସିନ୍ଦାଙ୍କ ପକ୍ଷରୁ ୩୧ ଦିନ ଧରି ଜାରି ରହିଥିବା ରାସ୍ତା ରୋକ ଆନ୍ଦୋଳନର ଲକ୍ଷ୍ୟ, ଉଦ୍ଦେଶ୍ୟ, ଏଯାବତ୍ ଦାବି ପୂରଣ ଦିଗରେ ନିଆଯାଇଥିବା ପଦକ୍ଷେପର ପ୍ରେକ୍ଷାପଟ ବର୍ଣ୍ଣନା କରିଥିଲେ।
୫ ଦଫା ଦାବି ମଧ୍ୟରେ ମୁଖ୍ୟ ଦାବି ଭାବେ କାଳିକା ପ୍ରସାଦ ଠାରୁ ଗଡ଼ ଶିମିଳିପାଳ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ସୁଦୃଢ ମରାମତି ଓ ଡ୍ରେନ୍ ନିର୍ମାଣ ସହିତ ଟେଲିଫୋନ୍ ଟାୱାର ପ୍ରତିଷ୍ଠା ପାଇଁ, ଅନୁମତି କାଠ ପୋଲ ବଦଳକ୍ଷ ଯାଇ କଂକ୍ରିଟ ପୋଲ ନିର୍ମାଣ, ପଞ୍ଚାୟତ ରାସ୍ତା କୁ ଆର୍ ଡି ରାସ୍ତାରେ ରୂପାନ୍ତରିତ କରି ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ, ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ କର୍ମନିଯୁକ୍ତିରେ ଅଗ୍ରାଧିକାର ଦାବି ନେଇ ଆନ୍ଦୋଳନ ଚାଲୁ ରହି ଥିବା ସୂଚନା ଦେଇଥିଲେ।
ଅଳ୍ପ ଦିନ ତଳେ ବ୍ୟାଘ୍ର ପ୍ରକଳ୍ପ ପକ୍ଷରୁ ତତ୍ପରତା କରାଯାଇ ୫୦ ପ୍ରତିଶତ ରାସ୍ତା ମରାମତି କରାଯାଇ ଥିବା ଓ କାର୍ଯ୍ୟ ଅବ୍ୟାହତ ରହି ଥିବା ନେଇ ଆଶ୍ୱସ୍ତି ପ୍ରକାଶ କରିଥିଲେ। ଅନ୍ୟାନ୍ୟ ଦାବି ନେଇ ସରକାରୀ ବିଭାଗ ଯେଭଳି ତତ୍ପରତା ପ୍ରକାଶ କରି ଚାଲିଛନ୍ତି ସେଥିରେ ଶିମିଳିପାଳ ବାସିନ୍ଦାଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଛି ବୋଲି ସମୂହ ବାସିନ୍ଦାଙ୍କ ନିଷ୍ପତ୍ତି କ୍ରମେ ରାସ୍ତାରୋକ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଶ୍ରୀ ବିରୁଆ ଘୋଷଣା କରିଥିଲେ।
ବିଧାୟକ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ ନୂଆଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହିତ ଭେଟ କରି ଟେଲିଫୋନ ଟାୱାର ପ୍ରତିଷ୍ଠା ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସୂଚନା ଦେଇଥିଲେ। ଏହି ସଭାରେ ଅନ୍ୟାନ୍ୟଙ୍କ ମଧ୍ୟରେ ଗୁରୁଗୁଡ଼ିଆ ସରପଞ୍ଚ ପଦ୍ମିନୀ ନାଏକ, ଅସ୍ତକୁମାର ସରପଞ୍ଚ ପ୍ୟାରୀ ଟୁଟି, ବରେହିପାଣି ସମିତି ସଭ୍ୟ ଜୁଝାର ବା ନ ସିଂ ପ୍ରମୂଖ ବକ୍ତବ୍ୟ ଦେଇ ଅନ୍ୟନ୍ୟ ସମସ୍ୟା ଉତଥାପନ କରି ସମାଧାନ ଲୋଡିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031