Indus Valley Times

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଇଙ୍କଠାରେ ନବାଗ୍ନ ଲାଗି ପରେ ନୂଆଁ ଖାଇବେ

 Breaking News

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଇଙ୍କଠାରେ ନବାଗ୍ନ ଲାଗି ପରେ ନୂଆଁ ଖାଇବେ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଇଙ୍କଠାରେ ନବାଗ୍ନ ଲାଗି ପରେ ନୂଆଁ ଖାଇବେ
September 20
09:33 2023

ସମ୍ବଲପୁର,୨୦/୯ : ଆଜି ହେଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ଏଥିଲାଗି ଗାଁଠୁ ସହର ଚଳଚଞ୍ଚଳ। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଆଜି ଲାଗି ହେବ ନବାନ୍ନ। ଏହାପରେ ଘରେ ଘରେ ନୂଆ ଖାଇବେ ସମସ୍ତେ।
ଏହାସହ ନିଜର ନୂଆ ଫସଲକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରିବ ଚାଷୀ। ଆଜି ପୂବାହ୍ନ ୧୦ଟା ୨୭ ମିନିଟରୁ ୧୦ଟା ୪୨ ମିନିଟ୍ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ କରାଯିବ।
ନୂଆଖାଇ ପାଇଁ ଘରେ ଲିପା ପୋଛା ସାଂଗକୁ ରଙ୍ଗ ଲଗାଯାଇଛି। ପୂରା ପରିବାର ପାଇଁ ନୂଆ ଡ୍ରେସ କିଣାଯାଇଛି।
ପରିବାର ସଦସ୍ୟ ଯିଏ ଯେଉଁଠି ଥିଲେ, ଘରକୁ ଆସିଗଲେଣି। ସମସ୍ତେ ମିଶି ଏକାଠି ନୂଆ ଖାଇବା ପରେ ଆରମ୍ଭ ହେବ ଭେଟଘାଟ କାର‌୍ୟ୍ୟକ୍ରମ। ଘରର ବଡ ମାନଙ୍କୁ ଜୁହାର କରି ମୁଣ୍ଡିଆ ମାରି ଆଶୀର୍ବାଦ ନେବେ ସମସ୍ତେ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930