Indus Valley Times

ପସନ୍ଦ ଆସିଲାନି ସ୍ୱାମୀଙ୍କ ତିଆରି ବ୍ଲାଉଜ୍, ଆତ୍ମହତ୍ୟା କଲେ ସ୍ତ୍ରୀ

 Breaking News

ପସନ୍ଦ ଆସିଲାନି ସ୍ୱାମୀଙ୍କ ତିଆରି ବ୍ଲାଉଜ୍, ଆତ୍ମହତ୍ୟା କଲେ ସ୍ତ୍ରୀ

ପସନ୍ଦ ଆସିଲାନି ସ୍ୱାମୀଙ୍କ ତିଆରି ବ୍ଲାଉଜ୍, ଆତ୍ମହତ୍ୟା କଲେ ସ୍ତ୍ରୀ
December 06
10:15 2021

ହାଇଦ୍ରାବାଦ, ୬/୧୨: ବ୍ଲାଉଜ୍କୁ ନେଇ ସ୍ୱାମୀଙ୍କ ସହିତ ଝଗଡ଼ା ହେବା ପରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ହାଇଦ୍ରାବାଦର ଅମ୍ବେରପେଟ ଅଞ୍ଚଳର ଗୋଲନାକା ତିରୁମାଳା ନଗରରେ।
ମୃତ ମହିଳାଙ୍କ ନାଁ ବିଜୟଲକ୍ଷ୍ମୀ। ତାଙ୍କୁ ୩୫ ବର୍ଷ ହୋଇଥିଲା। ତାଙ୍କ ସ୍ୱାମୀଙ୍କ ନାଁ ଶ୍ରୀନିବାସ। ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି।
ଶ୍ରୀନିବାସ ଜଣେ ଟେଲର। ଏହା ସହିତ ସେ ଘରକୁ ଘର ବୁଲି ଶାଢ଼ି ଓ ବ୍ଲାଉଜ ଆଦି ବିକ୍ରି କରିଥା’ନ୍ତି। ସୂଚନା ଅନୁଯାୟୀ, ଶୁକ୍ରବାର ବିଜୟଲକ୍ଷ୍ମୀଙ୍କ ପାଇଁ ଶ୍ରୀନିବାସ ବ୍ଲାଉଜ୍ଟିଏ ସିଲେଇ କରି ଦେଇଥିଲେ। ହେଲେ ଯେଉଁ ଭଳି ଢଙ୍ଗରେ ବିଜୟଲକ୍ଷ୍ମୀ ଚାହୁଁଥିଲେ, ବ୍ଲାଉଜ୍ଟି ସେମିତି ହୋଇ ନଥିଲା।
ବ୍ଲାଉଜ୍ଟିକୁ ଖୋଲି ପୁଣି ଥରେ ତିଆରି କରିବାକୁ ସେ ସ୍ୱାମୀଙ୍କୁ କହିଥିଲେ। କିନ୍ତୁ ଶ୍ରୀନିବାସ ମନା କରି ଦେଇଥିଲେ। ଆଉ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହା ପରେ ବିଜୟଲକ୍ଷ୍ମୀ ବିଷ ପିଇ ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଛି।
ପିଲାମାନେ ସ୍କୁଲ୍ରୁ ଫେରିବା ପରେ ଦେଖିଲେ ଶୋଇବା ଘର କବାଟ ଭିତର ପଟୁ ବନ୍ଦ ହୋଇଛି। ଏହା ପରେ ସେମାନେ କବାଟ ବାଡ଼େଇ ଥିଲେ। କିନ୍ତୁ ବିଜୟଲକ୍ଷ୍ମୀ ଖୋଲି ନଥିଲେ। ପିଲାମାନେ ଶ୍ରୀନିବାସଙ୍କୁ ଏ ନେଇ ଖବର ଦେଲେ। ଶ୍ରୀନିବାସ ଆସି କବାଟ ବାଡ଼େଇଲେ।
କିନ୍ତୁ ଭିତରପଟୁ କୌଣସି ପ୍ରତିକ୍ରିୟା ଆସିନଥିଲା। ତା’ପରେ ଶ୍ରୀନିବାସ କବାଟ ଭାଙ୍ଗି ଭିତରକୁ ପଶିଥିଲେ ଓ ବିଜୟଲକ୍ଷ୍ମୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।
ଘଟଣା ସଂପର୍କରେ ତୁରନ୍ତ ସ୍ଥାନୀୟ ପୁଲିସ୍କୁ ଖବର ଦିଆଯାଇଥିଲା। ପୁଲିସ୍ ଘଟଣାସ୍ଥଳକୁ ଯାଞ୍ଚ କରିବା ପରେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031