Indus Valley Times

ପାକିସ୍ତାନୀ ଡ୍ରୋନକୁ ଗୁଳିମାଡ଼ କରି ଖସାଇଲେ ଭରତୀୟ ସେନା

 Breaking News

ପାକିସ୍ତାନୀ ଡ୍ରୋନକୁ ଗୁଳିମାଡ଼ କରି ଖସାଇଲେ ଭରତୀୟ ସେନା

ପାକିସ୍ତାନୀ ଡ୍ରୋନକୁ ଗୁଳିମାଡ଼ କରି ଖସାଇଲେ ଭରତୀୟ ସେନା
May 29
17:25 2022

ନୂଆଦିଲ୍ଲୀ,୨୯/୫: ଜମ୍ମୁ ଓ କାଶ୍ମୀରର କାଠୁଆ ଜିଲ୍ଲାରେ ଗୁଳିମାଡ଼ କରି ଏକ ପାକିସ୍ତାନୀ ଡ୍ରୋନ୍କୁ ଖସାଇ ଦେଇଛି ଭାରତୀୟ ସେନା । ଡ୍ରୋନ୍ଟି ଅନ୍ତର୍ଜାତୀୟ ସୀମା ପାର୍ ହୋଇ ଭାରତୀୟ ସୀମାକୁ ଚାଲି ଆସିଥିଲା। ଏହା ଜଣାପଡ଼ିବା ପରେ ସୁରକ୍ଷାକର୍ମୀ ଗୁଳିମାଡ଼ କରି ଏହି ଡ୍ରୋନ୍କୁ ଖସାଇ ଥିଲେ। ଡ୍ରୋନ୍ରେ ୭ଟି ମ୍ୟାଗ୍ନେଟିକ୍ ବୋମା ଓ ୟୁଜିବିଏଲ ଗ୍ରେନେଡ ଥିଲା।
ସୂଚନା ଅନୁସାରେ, ଆଜି ସକାଳେ ସୁରକ୍ଷାକର୍ମୀ ରାଜବାଗ ଥାନା ଅନ୍ତର୍ଗତ ତଲ୍ଲି ହରିୟା ଛକ ଅଞ୍ଚଳରେ ଏକ ସନ୍ଦିଗ୍ଧ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ପାଇଥିଲେ। ଏହାପରେ ଗୁଳିମାଡ଼ କରି ଡ୍ରୋନ୍କୁ ତଳକୁ ଖସାଇ ଥିଲେ। ଯାଞ୍ଚ ସମୟରେ ଡ୍ରୋନ୍ରୁ ମ୍ୟାଗ୍ନେଟିକ୍ ବୋମା ଓ ଗ୍ରେନେଡ୍ ମିଳିଥିଲା। ସୀମା ପାର୍ ହୋଇ ବାରମ୍ବାର ଡ୍ରୋନ୍ ଗୁଡ଼ିକ ଭାରତୀୟ ସୀମାରେ ପ୍ରବେଶ କରୁଥିବାରୁ ଏହାର ଗତିବିଧି ଉପରେ ଲଗାତାର ଭାବେ ସୁରକ୍ଷାକର୍ମୀ ନଜର ରଖିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30