Indus Valley Times

ପାକିସ୍ତାନ ବିପକ୍ଷ ବିପର୍ଯ୍ୟୟରୁ ଉଦ୍ଧାର କଲେ ପାଣ୍ଡ୍ୟା ଓ ଈଶାନ କିଶନ

 Breaking News

ପାକିସ୍ତାନ ବିପକ୍ଷ ବିପର୍ଯ୍ୟୟରୁ ଉଦ୍ଧାର କଲେ ପାଣ୍ଡ୍ୟା ଓ ଈଶାନ କିଶନ

ପାକିସ୍ତାନ ବିପକ୍ଷ ବିପର୍ଯ୍ୟୟରୁ ଉଦ୍ଧାର କଲେ ପାଣ୍ଡ୍ୟା ଓ ଈଶାନ କିଶନ
September 02
19:42 2023

କାଣ୍ଡି,୨/୯ : ଏସିଆ କପର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଅର୍ଥାତ ଭାରତ-ପାକିସ୍ତାନ ମୁକାବିଲାରେ ଭାରତର ଟପ୍ ଅର୍ଡର ବିଫଳ ହେବା ପରେ ଏକ ଲଢୁଆ ଇନିଂସ ଖେଳି ଦଳର ସଂକଟମୋଚକ ସାଜିଛନ୍ତି ଇଶାନ କିଷନ ।
ଦିନିକିଆରେ ଇଶାନ କିଶନ କ୍ରମାଗତ ଚତୁର୍ଥ ଅର୍ଦ୍ଧଶତକ ପୂରଣ କରିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ଆଗକୁ ବଢ଼ାଉଛନ୍ତି।
ଇଶାନଙ୍କ ଦିନିକିଆ କ୍ୟାରିୟରର ଏହା ସପ୍ତମ ଅର୍ଦ୍ଧଶତକ। ଇଶାନ ବ୍ୟାଟିଂ କରିବାକୁ ଓହ୍ଲାଇବା ବେଳକୁ ଟିମ୍ ଇଣ୍ଡିଆ ୪୮ ରନ୍ ରେ ୩ ୱିକେଟ୍ ହରାଇଥିଲା। ପରେ ଦଳୀୟ ସ୍କୋର ୬୬ ହୋଇଥିବା ବେଳେ ଶୁଭମନ ଗିଲ ବି ମାତ୍ର ୧୦ ରନ କରି ଆଉଟ ହୋଇଥିଲେ ।
ଇଶାନ କିଶନ ଏଠାରୁ ଗୋଟିଏ ପ୍ରାନ୍ତରୁ ଦ୍ରୁତ ଗତିରେ ରନ୍ ର ଗତି ବଜାୟ ରଖିଥିଲେ ଏବଂ ପାକିସ୍ତାନୀ ବୋଲରମାନଙ୍କୁ ତାଙ୍କ ଉପରେ ଚାପ ପକାଇବାକୁ ଦେଇନଥିଲେ।
କିଶନ ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ମିଶି ସ୍କୋରକୁ ୨୦୦ ନିକଟବର୍ତ୍ତୀ କରିଛନ୍ତି । ଏବେ ସର୍ବଶେଷ ସୂଚନା ଅନୁସାରେ ଭାରତର ସ୍କୋର ୩୬ ଓଭରରେ ୪ ଓ୍ବିକେଟ ହରାଇ ୧୮୭ ରନ ରହିଛି । ଇଶାନ ୭୫ ରନ ଓ ପାଣ୍ଡ୍ୟା ୫୬ ରନ କରି ଖେଳୁଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031