Indus Valley Times

ପାଖେଇ ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ :୪ ତାରିଖରେ ସ୍ଥଳଭାଗ ଛୁଇଁବା ସହ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

 Breaking News

ପାଖେଇ ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ :୪ ତାରିଖରେ ସ୍ଥଳଭାଗ ଛୁଇଁବା ସହ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା

ପାଖେଇ ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ :୪ ତାରିଖରେ ସ୍ଥଳଭାଗ ଛୁଇଁବା ସହ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା
November 30
09:47 2021

ଭୁବନେଶ୍ୱର,୩୦/୧୧: ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ ପାଖେଇ ଆସୁଛି । ବୁଧବାର ସୁଦ୍ଧା ଏହା ୱେଲ୍ ମାର୍କଡ୍ ବା ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଯିବ । ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବା ସହ ଏହାର ପ୍ରଭାବ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ସମ୍ଭାବ୍ୟ ବର୍ଷା ପାଇଁ ଚାଷୀଙ୍କ ଫସଲକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ଦିନରେ ଜମିରୁ ଧାନ କାଟି ଘୋଡ଼ାଇ ରଖିବା ସହ ଅନ୍ୟ ପରିବା ତୋଳି ଆଣିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।
ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପଶ୍ଚିମ ଓ ଉତ୍ତର ପଶ୍ଚିମ ଆଡ଼କୁ ମୁହାଁଇପାରେ । ୧ ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହୋଇଯିବ । ୨ ତାରିଖରେ ଏହା ବାତ୍ୟା ରୂପ ନେବ । ୨, ୩ ଓ ୪ ତାରିଖ ଏହା ସମୁଦ୍ର ଭିତରେ ରହି ଅଧିକ ବଳ ଗୋଟାଇବ । ୪ ତାରିଖରେ ଏହା ଆନ୍ଧ୍ର ଉପକୂଳରୁ ଓଡ଼ିଶା ଉପକୂଳ ଭିତରେ ସ୍ଥଳଭାଗ ଛୁଇଁବ । ବିଶାଖପାଟଣାର ଉତ୍ତରରେ ଓଡ଼ିଶା ଉପକୂଳ ଓ ବାଲେଶ୍ୱର ଭିତରେ ଏହା ସ୍ଥଳଭାଗ ସ୍ପର୍ଶ କରିବ । ତେବେ ଜିଏଫଏସ୍ ମଡେଲର ଆକଳନ କହୁଛି, ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ବାତ୍ୟା ରୂପ ନେବ ।
କିନ୍ତୁ ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବୋଲି ପ୍ରଫେସର ପଶୁପାଳକ ଆକଳନ ଲଗାଇଛନ୍ତି । ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ ଓ ଏହା କେତେ ପ୍ରଭାବୀ ଭାବେ ଘନୀଭୂତ ହେବ ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନି ବୋଲି ସେ କହିଛନ୍ତି ।
ତେବେ ସୋଆ ପାଣିପାଗ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁ କହିଛନ୍ତି, ବାତ୍ୟା ହେବ କି ନାହିଁ ତାହା ଏବେବି ସ୍ପଷ୍ଟ ହୋଇନି । ଜିଏଫଏସ୍ ମଡେଲ ଏହାର ପୂର୍ବାନୁମାନକୁ ପ୍ରତିଦିନ ବଦଳାଉଛି । କିନ୍ତୁ ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ଗଭୀର ଅବପାତରେ ପରିଣତ ହେବ ।
ଓଡ଼ିଶା ଉପକୂଳରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୩ ତାରିଖ ମଧ୍ୟାହ୍ନରୁ ରାଜ୍ୟରେ ପାଗ ବଦଳିଯିବ । ମେଘୁଆ ପାଗ ରହିବ ।
୪ ତାରିଖରେ ରାଜ୍ୟତମାମ ଭାରୀ ବର୍ଷା ହେବ । ୫ରେ ମଧ୍ୟ କୋହଲା ପାଗ ସହ କିଛି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି । ସେପଟେ ୩୦ ଓ ୧ ତାରିଖ ରାଜ୍ୟରେ ଏବେ ଭଳି ଶୀତ ଜାରି ରହିବ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031