Indus Valley Times

ପାଣିପାଗ ବିଭାଗର ସତର୍କ ସୂଚନା, ଆଜିଠାରୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

 Breaking News

ପାଣିପାଗ ବିଭାଗର ସତର୍କ ସୂଚନା, ଆଜିଠାରୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ପାଣିପାଗ ବିଭାଗର ସତର୍କ ସୂଚନା, ଆଜିଠାରୁ ସପ୍ତାହେ ଯାଏଁ ପ୍ରବଳ ବର୍ଷା ସମ୍ଭାବନା
October 21
10:47 2025

ଭୁବନେଶ୍ୱର, ୨୧/୧୦ : ଆଜିଠୁ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସମ୍ଭାବନା ରହିଛି । ବଙ୍ଗୋପସଗାରରେ ଦାନା ବାନ୍ଧୁଛି ଲଘୁଚାପ, ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ହେବ । ବଙ୍ଗୋପସଗାରରେ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ବୋଲି ସୂଚନା ମିଳିଛି ।
ଆଜିଠାରୁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଅଧାରୁ ଅଧା ଜିଲ୍ଲାରେ ବର୍ଷା ପାଇଁ ସତର୍କ ସୂଚନା ଦିଆଯାଇଛି । ଦକ୍ଷିଣ ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ରୁ ୨୬ ତାରିଖ ପର‌୍ୟ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି । ପୁଣି ରାଜ୍ୟରେ ଲଘୁଚାପ ପ୍ରଭାବ ବର୍ଷାରେ ଜାରି ରହିବ ।
ଅନ୍ୟପଟେ ବାତ୍ୟା ଭୟ ସମସ୍ତଙ୍କୁ ଭୟଭୀତ କରୁଛି । ଏପର‌୍ୟ୍ୟନ୍ତ ବାତ୍ୟା ନେଇ ଆଇଏମଡି ପକ୍ଷରୁ କିଛି ଆକଳନ କରାଯାଇନାହିଁ । ବିଭିନ୍ନ ମଡେଲ ବାତ୍ୟା ଆଶଙ୍କା ଓ ସ୍ଥଳଭାଗ ଛୁଇଁବା ନେଇ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930