Indus Valley Times

ପାରୋଲରେ ଆସି ‘ଦିୱାଲି ମ୍ୟୁଜିକ୍ ଭିଡିଓ’ ରିଲିଜ୍ କଲେ ଦୁଷ୍କର୍ମ ଦୋଷୀ ସାବ୍ୟସ୍ତ ରାମ୍ ରହିମ୍

 Breaking News

ପାରୋଲରେ ଆସି ‘ଦିୱାଲି ମ୍ୟୁଜିକ୍ ଭିଡିଓ’ ରିଲିଜ୍ କଲେ ଦୁଷ୍କର୍ମ ଦୋଷୀ ସାବ୍ୟସ୍ତ ରାମ୍ ରହିମ୍

October 26
11:54 2022

ଚଣ୍ଡିଗଡ଼, ୨୬/୧୦: ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଗୁରୁମିତ ରାମ ରହିମ ସିଂଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଥିବା ବେଳେ ଇତି ମଧ୍ୟରେ ସେ ୪୦ ଦିନିଆ ପାରୋଲରେ ଅଛନ୍ତି।
ହେଲେ ରାମ ରହିମଙ୍କ ଅନୁପସ୍ଥିତିରେ କିଏ ତାଙ୍କ ଗାଦି ସମ୍ଭାଳିବ ତାକୁ ନେଇ ଦେଖାଦେଇଥିଲା ସସ୍ପେନ୍ସ । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ରାମ ରହିମ । ଏନେଇ ସେ କହିଛନ୍ତି, ମୁଁ ଥିଲି, ଅଛି ଓ ରହିବ । ରାମ ରହିମଙ୍କ ଏହି ବକ୍ତବ୍ୟ ଉପରେ ସବୁ ଯବନିକା ଉପରେ ପୂର୍ଣ୍ଣଛେଦ ପଡ଼ିଛି।
୪୦ ଦିନ ପାରୋଲରେ ଜେଲରୁ ବାହାରି ଜୀବନକୁ ବେଶ୍ ଉପଭୋଗ କରୁଛନ୍ତି। ୫ ବର୍ଷ ପରେ ନିଜ ଆଶ୍ରମରେ ଦୀପାବଳି ପାଳନ ଅବସରରେ ରାମ ରହିମ ନିଜର ଏକ ମ୍ୟୁଜିକ ଭିଡିଓ ଲଞ୍ଚ କରିଛନ୍ତି। ୩.୫୨ ମିନିଟ୍ର ଏହି ପଞ୍ଜାବୀ ଭିଡିଓ ଏବେ ୟୁଟ୍ୟୁବ୍ରେ ରାଙ୍କ କରୁଛି।
ଇତି ମଧ୍ୟରେ ବାବା ରାମ ରହିମ ନିଜ ଖାସ୍ ଅନୁଗାମ ହନିପ୍ରୀତଙ୍କ ନାମ ବଦଳାଇ ଦେଇଛନ୍ତି। ଏଣିକି ହନିପ୍ରୀତ ନାମରେ ନୁହେଁ, ରୁହାନୀ ଦିଦି ନାମରେ ପରିଚିତ ହେବେ ବୋଲି କହିଛନ୍ତି ରାମ ରହିମ । ରାମ ରହିମ ଗିରଫ ହେବା ପରେ ଫେରାର ହୋଇ ଯାଇଥିବା ହନିପ୍ରୀତଙ୍କୁ ବହୁ ଖୋଜାଖୋଜି ପରେ ଗିରଫ କରାଯାଇଥିଲା।
୧୯୯୬ ମସିହାରେ ଡେରା କଲେଜକୁ ଦ୍ୱାଦଶ ଶ୍ରେଣୀରେ ପାଠ ପଢ଼ିବାକୁ ଆସିଥିଲେ ହନିପ୍ରୀତ। ସେଠାକୁ ଏକ କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ରାମ ରହିମ ଯାଇଥିବା ବେଳେ ତାଙ୍କ ନଜର ହନିପ୍ରୀତଙ୍କ ଉପରେ ପଡ଼ିଥିଲା। ସେବେଠୁ ସେ ତାଙ୍କ ଖାସ୍ ଅନୁଗାମୀ ପାଲଟି ଯାଇଥିଲେ।
ବଳାତ୍କାର ଓ ହତ୍ୟା ମାମଲାରେ ୨୦୧୭ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ମୁଖ୍ୟ ରାମ ରହୀମଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ପରିବାର ପକ୍ଷରୁ ହୋଇଥିବା ଆବେଦନ ପରେ ତାଙ୍କୁ ପାରୋଲ ଅନୁମତି ଦିଆଯାଇଥିଲା।
ଜେଲ୍ରେ ଥିବା ଯୋଗୁ ପ୍ରାୟ ୫ ବର୍ଷ ପରେ ନିଜ ଆଶ୍ରମରେ ଦୀପାବଳି ପାଳନ ଅବସରରେ ରିଲିଜ କରିଥିବା ଗୀତରେ ରାମ ରହିମ ନିଜେ ଅଭିନୟ କରିଛନ୍ତି। ଏହି ଗୀତ ପାଇଁ ରଚନା, ସମ୍ପାଦନା, ସଙ୍ଗୀତ ସମେତ ସମସ୍ତ କାର‌୍ୟ୍ୟ ନିଜେ କରିଥିବା ଦାବି କରିଛନ୍ତି। ଏଥିସହ ଭିଡିଓରେ କୁହାଯାଇଛି, ଲୋକମାନେ ଦିନେ ଦିୱାଲି ପାଳନ କରନ୍ତି, କିନ୍ତୁ ପ୍ରତ୍ୟେକ ଦିନ ଆମ ପାଇଁ ଦିୱାଲି ଅଟେ।
ପାରୋଲରେ ଆସି ରାମ ରହିମ ଉତ୍ତରପ୍ରଦେଶରେ ଥିବା ତାଙ୍କ ବରନାବା ଆଶ୍ରମରେ ସମୟ ଅତିବାହିତ କରୁଛନ୍ତି। ଏହି ସମୟରେ ପରିବାର ସଦସ୍ୟଙ୍କ ସହ ହନିପ୍ରୀତ ବି ତାଙ୍କ ସହ ଥିବା ଜଣାଯାଇଛି।
ଆଶ୍ରମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଅଚିହ୍ନା ଲୋକଙ୍କୁ ପ୍ରବେଶ ଅନୁମତି ମିଳୁନି। ସେଠାରେ ଦୀପାବଳି ଅବସରରେ କରିଥିବା ସତସଙ୍ଗରେ ରାମ ରହିମ ନିଜେ ଭୋଗୁଥିବା ଜେଲ୍ ଦଣ୍ଡକୁ ‘ପବିତ୍ର ଯାତ୍ରା’ ବୋଲି କହିଛନ୍ତି। ସେ ଖୁବ୍ ଶୀଘ୍ର ଜେଲରେ ଥିବା ତାଙ୍କ ଜୀବନ ବିଷୟରେ ତାଙ୍କ ପୁସ୍ତକ ଉନ୍ମୋଚନ କରିବେ ବୋଲି ବି ସୂଚନା ଦେଇଛନ୍ତି।
ରାମ ରହିମ ବାହାରକୁ ଆସିବା ପରେ ରାଜନୀତି ସରଗରମ ରହିଛି। ଆଗକୁ ହରିୟାଣାର କିଛି ଆସନ ପାଇଁ ଉପନିର୍ବାଚନ ଥିବା ବେଳେ ଖଟ୍ଟର ସରକାର ନିଜ ଫାଇଦା ପାଇଁ ରାମ ରହିମଙ୍କୁ ବାରମ୍ବାର ପାରୋଲରେ ବାହାର କରୁଥିବା ବିରୋଧୀ ଅଭିଯୋଗ କରୁଛନ୍ତି। ପାରୋଲରେ ଆସି ରାମ ରହିମ ସତସଙ୍ଗ କରୁଥିବା ବେଳେ ବହୁ ଟାଣୁଆ ନେତା ପହଞ୍ଚି ତାଙ୍କ ଆଶୀର୍ବାଦ ନେଉଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031