Indus Valley Times

ପାର୍କରେ ଥିବା ପୋଖରୀରୁ ଦୁଇଭାଇଙ୍କ ମୃତଦେହ ଉଦ୍ଧାର

 Breaking News

ପାର୍କରେ ଥିବା ପୋଖରୀରୁ ଦୁଇଭାଇଙ୍କ ମୃତଦେହ ଉଦ୍ଧାର

ପାର୍କରେ ଥିବା ପୋଖରୀରୁ ଦୁଇଭାଇଙ୍କ ମୃତଦେହ ଉଦ୍ଧାର
July 11
13:13 2023

ବ୍ରହ୍ମପୁର,୧୧/୭: ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ମଧ୍ୟରେ ଥିବା ପୋଖରୀରୁ ଆଜି ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ଦୁଇ ଭାଇ। ସେମାନେ ହେଉଛନ୍ତି ବଡ଼ବଜାର ଅଞ୍ଚଳର କେ. ରାଙ୍ଗା ଆଚାରି (୬୦) ଓ କେ. ଜନାର୍ଦ୍ଦନ ଆଚାରି।
ସୂଚନା ଅନୁଯାୟୀ, ଏ ଦୁଇ ଭାଇ ମଦ ପିଇ ଘରେ ଝଗଡ଼ା କରନ୍ତି। ଗତକାଲି ମଧ୍ୟ ଘରେ ସେମାନେ ଝଗଡ଼ା କରିଥିଲେ। ଘରେ ଝଗଡ଼ା କରିବା ପରେ ଅପରାହ୍ନ ପ୍ରାୟ ୪ଟା ବେଳକୁ ଘରୁ ବାହାରି ଆସିଥିଲେ। ରାତିରେ ଆଉ ଘରକୁ ଫେରି ନଥିଲେ।
ଆଜି ସକାଳେ ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ପୋଖରୀରେ ଦୁଇଟି ଶବ ଭାସୁଥିବା କର୍ମଚାରୀମାନେ ଦେଖିଥିଲେ। ସେମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହ ଦୁଇଟିକୁ ପୋଖରୀରୁ ଉଦ୍ଧାର କରାଯିବା ପରେ ସେଗୁଡ଼ିକର ଚିହ୍ନଟ କରାଯାଇଥିଲା।
ତେବେ ଏହି ଦୁଇ ବ୍ୟକ୍ତି ପାର୍କ ମଧ୍ୟକୁ କେତେବେଳେ ଆସିଲେ ଓ କେଉଁ ଭଳି ସ୍ଥିତିରେ ବୁଡ଼ିଗଲେ, ତାହା ଜଣାପଡ଼ିନାହିଁ। ପୁଲିସ୍ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031