Indus Valley Times

ପାର୍ବଣ ପାଇଁ ସ୍ୱତନ୍ତ୍ର କଟକଣା ଜାରିକଲେ ରାଜ୍ୟ ସରକାର: ମୂର୍ତ୍ତି ଉଚ୍ଚତା ୪ ଫୁଟ ରହିବ

 Breaking News

ପାର୍ବଣ ପାଇଁ ସ୍ୱତନ୍ତ୍ର କଟକଣା ଜାରିକଲେ ରାଜ୍ୟ ସରକାର: ମୂର୍ତ୍ତି ଉଚ୍ଚତା ୪ ଫୁଟ ରହିବ

September 10
17:28 2021

ଭୁବନେଶ୍ବର ୧୦/୯ : କୋଭିଡ ଗାଇଡଲାଇନ ନେଇ ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା । ପ୍ରେସମିଟ୍ ଜରିଆରେ ରାଜ୍ୟବାସୀଙ୍କୁ ସୂଚନା ଦେଇ ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି, ‘ପୂଜା ସମୟରେ ରାଜ୍ୟବାସୀଙ୍କୁ କଟକଣା ମାନନ୍ତୁ । ପ୍ରଶାସନକୁ ଅକୁଣ୍ଠ ସହଯୋଗ କରିଛନ୍ତି ରାଜ୍ୟବାସୀ ।
ପାର୍ବଣ ଋତୁରେ ଗାଇଡଲାଇନ ପାଳନ କରିବାକୁ ବିଶେଷ ଅନୁରୋଧ । ଏହା ସହିତ ରାଜ୍ୟ ସରକାର ପାର୍ବଣ ପାଇଁ ଜାରି କରିଥିବା ଗାଇଡଲାଇନ୍କୁ ମାନି ପୂଜା କରିବା । ବିଭିନ୍ନ ପୂଜା କମିଟିମାନଙ୍କୁ କରୋନା ଗାଇଡଲାଇନ୍ ପାଳନ କରିବା ସହିତ ଲୋକମାନଙ୍କୁ ସଚେତନ କରିବା ଆବଶ୍ୟକ ।
ଏହା ସହିତ ଦୂର୍ଗା ପୂଜା ଏବଂ ଅନ୍ୟ ପାର୍ବଣ ସମୟରେ ବିଶେଷ ଧ୍ୟାନ ଦେବାକୁ ହେବ । ସଂକ୍ରମଣକୁ ଦୃଷ୍ଟିରେ ରଖି ମୂର୍ତ୍ତି ଉଚ୍ଚତା ବଢାଯିବ ନାହିଁ । ୪ ଫୁଟରୁ ଉଚ୍ଚ ମୂର୍ତ୍ତି ନକରିବା ପାଇଁ ପୂଜା କମିଟିମାନଙ୍କୁ ଅପିଲ କରାଯାଉଛି ।’
ନୂଆଁଖାଇ ପାଳନ କରିବା ପାଇଁ ମନ୍ଦିର ନଯିବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏସ୍ଆର୍ସି । ଘରେ ରହି ପରିବାର ଲୋକଙ୍କ ସହିତ ନୂଆଁଖାଇ ପର୍ବ ପାଳନ କରିବାକୁ ଅପିଲ କରିଛନ୍ତି ପ୍ରଦୀପ ଜେନା । କେରଳର ଉଦାହରଣ ଦେଇ ଏସ୍ଆର୍ସି କହିଛନ୍ତି, ସେଠାରେ ସଂକ୍ରଅମଣ ହାର କମିଥିଲା ।
କିନ୍ତୁ ଓନାମ୍ ପର୍ବ ପାଳନ ପରେ ସଂକ୍ରମଣ ହାର ଅହେତୁକ ଭାବେ ବୃଦ୍ଧି ପାଇଛି । ସେହିଭଳି କୁମ୍ଭ ମେଳା ପରେ ଦେଶରେ ଦ୍ରୁତଗତିରେ ସଂକ୍ରମଣ ବୃଦ୍ଧିପାଇଥିଲା । ଏବେ କେରଳରେ ସଂକ୍ରମଣ ବୃଦ୍ଧି ପାଉଛି । ଏହାର ମୁଖ୍ୟ କାରଣ ହେଉଛି ପର୍ବପର୍ବାଣୀ । ତେଣୁ ରାଜ୍ୟରେ ଏବେ ପାର୍ବଣ ଋତୁ ଚାଲୁଥିବାରୁ ସଚେତନତା ଅବଲମ୍ବନ କରିବାକୁ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା ।
ଜନସ୍ବାର୍ଥ ଦୃଷ୍ଟିରୁ ଏବେ ମଧ୍ୟ ରାଜ୍ୟରେ କୋଭିଡ୍ କଟକଣା ଜାରି ରହିଛି । କଟକଣା କୋହଳ ହୋଇଥିଲେ ସୁଦ୍ଧା ଗାଇଡଲାଇନ୍ ଜାରି କରାଯାଇଛି ଏବଂ କୋଭିଡ୍ ଗାଇଡଲାଇନ୍ ପାଳନ କରି ପୂଜା କରିବା ପାଇଁ ଅପିଲ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031